Jump to content

ମଣୀ

ଉଇକିଅଭିଧାନ‌ରୁ

ମଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମଣ୍. ଧାତୁ=ଶବ୍ଦ କରିବା+କର୍ତ୍ତୃ. ର)

[ସମ୍ପାଦନା]
୧. ରତ୍ମ; ବହୁମୂଲ୍ୟ ଦୀପ୍ତୀଶାଳୀ ପ୍ରସ୍ତର —୧. Precious stone; gem.

[ଦ୍ରଷ୍ଟବ୍ୟ —ମଣି ଅନେକ ପ୍ରକାରର ଅଛି ଯଥା—ହୀରା, ନୀଳା ମୋତି ବା ମୁକ୍ତା, ମାଣିକ୍ୟ, ପଦ୍ମରାଗ, ସୂଯ୍ୟକାନ୍ତ, ଚନ୍ଦ୍ରକାନ୍ତ ଇତ୍ୟାଦି ରତ୍ମ ତଳେ ଟୀକା ଦେଖ]

୨. ମୁକ୍ତା —୨. Pearl.
୩. ସାପର ମୁଣ୍ଡରେ ଥିବା ଉଜ୍ଜ୍ୱଳ ରତ୍ନ ସଦୃଶ ବସ୍ତୁ —୩. A gem found in the head of a serpent.

[ଦ୍ରଷ୍ଟବ୍ୟ —ନୂଆ ହୋଇ ଧରା ହୋଇଥିବା ଗୋକର ସାପର ଫଣା ନିକଟସ୍ଥ ମସ୍ତକାଂଶରୁ କେଳାମାନେ ସୋରିଷ ବା ମାଣ୍ଡିଆ ପରି ଦୁଇଟି ଈଷତ୍ ହଳଦିଆ ମଣି ବାହାର କରିବାର ଦେଖା ଯାଇଅଛି, କିନ୍ତୁ ପୁରାଣ ଆଦିରେ ସର୍ପମୁଣ୍ଡରେ ଯେଉଁ ମଣି ଥିବାର କଥିତ ଓ ତାହା ସାପମୁଣ୍ଡରେ ଥିବାବେଳେ ନିକଟବର୍ତ୍ତୀ ଅଞ୍ଚଳକୁ ତହିଁର ପ୍ରଭାଦ୍ୱାରରା ଆଲୋକିତ କରେ ବୋଲି ଲେଖାଅଛି ସେପରି ଆଲୋକମୟ ମଣି ସଚରାଚର ସର୍ପମାନଙ୍କ ମସ୍ତକରେ ଦେଖାଯାଏ ନାହିଁ]

୪. ଚୂଡ଼ାଗ୍ର —୪. The top of the head.
୫. ଅଜାଗଳ ସ୍ତନ —୫. The false nipple hanging down a goat's neck.
୬.
ଅକାଳେ ଉଦିତ ଇନ୍ରଧନୁ —୬. A rainbow appearing of out time.
୭. ହାତଗଣ୍ଠି; ମଣିବନ୍ଧ — ୭. THe wrist.
୮. ଲିଙ୍ଗାଗ୍ର; ସୁପାରି —୮. The top of the penis.
୯. ସ୍ତ୍ରୀ ଯୋନିର ନାସିକାକୃତି ଅଗ୍ରଭାଗ; ସେଣ୍ଟି —୯. The clitoris of the female organ.
୧. ଅଳିଞ୍ଜର; ଜଳପାତ୍ର; ଜାହାଲା — ୧୦. A water-jar.

ବିଶେଷଣ -

[ସମ୍ପାଦନା]

ଶ୍ରେଷ୍ଠ —Best.

[ଉ— ବତ୍ସ୍ୟ ସ୍ୱଚ୍ଛମଣି ମଣି— ବଶୁଁ ପୁଣି ଆଣି ଆଣି, ଶଙ୍କା ଦୂର ସେହି କ୍ଷଣି, ଲଙ୍କା ରାଜନ ଭଞ୍ଜ ବୈଦେହୀଶବିଳାସ]

ଦେଶଜ - ବିଶେଷ୍ୟ - (ସ୍ତ୍ରୀ ଓ ପୁଂ)

[ସମ୍ପାଦନା]
୧. ଲୋକଙ୍କୁ ଦିଆଯିବା ନାମ — ୧. Name given to persosn.
୨. ଚିନ୍ତାମଣି, ସୂର୍ଯ୍ୟମଣି ଆଦିଙ୍କ ଡ଼ାକ ନାମ —୨. A name for calling males and females whose names contain 'Maṇi.'



ମଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମଣି+ଇନ୍; ୧ମା, ୧ବ)

[ସମ୍ପାଦନା]

ସର୍ପ (ହିନ୍ଦୀ - ଶ) — Serpent.