ମଣ୍ଡ
ଦେଖଣା
ମଣ୍ଡ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ମନ୍ ଧାତୁ= ଭୁଷିତ କରିବା+କରଣ. ତ)
[ସମ୍ପାଦନା]- ୧. ଭୁଷଣ; ଅଳଙ୍କାର —୧. Ornament.
- ୨. (+କର୍ତ୍ତୃ. ତ) ଭାତର ପେଜ —୨. The scum extracted from boiled rice.
- ୩. ଫେଣ —୩. Foam; forth; ferment.
- ୪. ଜାଉ —୪. Gruel.
- ୫. ଖଳି; ଭାତ ଚୂଡ଼ା ଆଦି ଗୋଳିଆ ହୋଇଥିବା ପିଠୋଉ — ୫. Paste made from rice etc; dough.
- ୬. ତେଲ ଆଦିର କାଣ୍ଟି —୬. The dregs of a liquid (e. g). oil).
- ୭. ଗୋଧୂମ, ଚାଉଳ, ଆଳୁ ଆଦି ପଦାର୍ଥର ଅନ୍ନମୟ ସାର —୭. Staroh.
- ୮. ଏରଣ୍ଡ ବୃକ୍ଷ; ଗବଗଛ —୮. Tho castor seed plant.
- ୯. ପିଚ୍ଛ; ମୟୂରପୁଚ୍ଛ —୯. The tail of a peacock.
- ୧. (ବୈଦ୍ୟଶାସ୍ତ୍ର) ଚାଉଳ ବା ଯବ ପ୍ରଭୃତିକୁ ୮ ଗୁଣ ବା ୨୪: ଗୁଣ ଜଳରେ ସିଦ୍ଧ କରି ତାହା ଉତ୍ତମରୂପେ ଚକଟି ଛାଣି ପ୍ରସ୍ତୁତ କରାଯିବା ରୋଗୀର ପଥ୍ୟ —୧୦. A liquid food or gruel made by boiling rice or barley in water and sifting it
[ଦ୍ରଷ୍ଟବ୍ୟ —(ମତାନ୍ତରରେ) ୧୪: ଗୁଣ ଜଳରେ ତଣ୍ଡୁଳ ସିଦ୍ଧ କରି ସିଠା ପରିତ୍ୟାଗ କରି ଏହି ତରଳ ମଣ୍ଡ ପ୍ରସ୍ତୁତ କରାଯାଏ—ଦ୍ରବ୍ୟଗୁଣ କଳ୍ପଦ୍ରୁମ]
- ୧୧. (+ ଭାବ. ତ)ସଜ୍ଜାଚ ସଜାଇବା; ଅଳଙ୍କରଣ (ହିନ୍ଦୀ - ଶ) — ୧୧. Decoration.
- ୧୨. (+କର୍ତ୍ତୃ. ତ)ବେଙ୍ଗ (ହିନ୍ଦୀ - ଶ) — ୧୨. Frog.
=== ଦେଶଜ - ବିଶେଷ୍ୟ -
- ୧. (ସଂସ୍କୃତ - ମଣ୍ଡନ) ===
ପୁରସ୍କାର — ୧. Reward.
[ଉ—ଦଣ୍ଡ ବା ମୁଣ୍ଡ ସେହିଲାଗେ, ତେବେ ଚରଣ ଚଳେ ଆଗେ—ଭୁପତି. ପ୍ରେମପଞ୍ଚାମୃତ ]
- ୨. ଜଳୀୟ ପଦାର୍ଥର ଖଦଡ଼ା ଅଂଶ —୨. Lumps found in liquids.