ମଣ୍ଡୂକ ପ୍ଳୁତି
ଦେଖଣା
ମଣ୍ଡୂକ ପ୍ଳୁତି
ଉଚ୍ଚାରଣ
[ସମ୍ପାଦନା](ମଣ୍ଡୂକାନୁବୃତ୍ତି—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଭେକ ଲମ୍ଫ; ବେଙ୍ଗ ଡ଼େଇଁବା ଗତି — ୧. THe jumping motion of a frog.
- ୨. ରଚନାର ରୀତି ବିଶେଷ; ଚିତ୍ରରଚନାବିଶେଷ —୨. A kind of pictural compasition.
[ଦ୍ରଷ୍ଟବ୍ୟ —ଏ ରଚନାରେ ଏକ ବା ତତୋଽଧିକ ପଦ ମଧ୍ୟରେ ଏକ ବା ଏକାଧିକ ଅକ୍ଷର ବହୁବାର ପ୍ରଯୁକ୍ତ ହୋଇଥାଏ ନିମ୍ନଲିଖିତ ପଦଗୁଡ଼ିକ ମଣ୍ଡୂକପ୍ଳୁତ ରୀତିରେ ଲିଖିତ ଯଥା— କରକର ହସି ହସି କେ ସଖୀ କହେ ମଧୁରେ ମଧୁରେ ସ୍ନେହରେ ସୁମନା ମନାଇବା ବିଧିରେ ଧୀରେ ହେବ ମୋଦ ପୀବର ବର ଲଭିଲା କାଳେ କାଳେ ନ ହେବ କି ଏ ଭାବ ଭାବବତୀ ଭାବରେ ଗୋଲୋକ. ଇନ୍ଦୁରେଖା ମତାନ୍ତରରେ ଉଦାହରଣ— ଦୀନଜନ ମନ ମନ ଛନ୍ନ ଛନ୍ନ ଧନହୀନ ଛିନ୍ନ ଘନ ମାନ ପ୍ରାଣଧନ ମାନ ମାନ ଗୋଲୋକ. ଇନ୍ଦୁରେଖା ମତାନ୍ତରରେ ଉଦାହରଣ— ରସେ ବରଷେ ରସେ ଅଳି ରସେ ପରଶେ ରସେ ଗୋଲୋକ. ଇନ୍ଦୁରେଖା]