Jump to content

ମତଙ୍ଗ

ଉଇକିଅଭିଧାନ‌ରୁ

ମତଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମଦ୍ ଧାତୁ=ପ୍ରୀତ ହେବା+କର୍ତ୍ତୃ. ଅଙ୍ଗ)

[ସମ୍ପାଦନା]
୧. ମାତଙ୍ଗ; ହସ୍ତୀ; ହାତୀ —୧. Elephant.
୨. (+କରଣ ଅଙ୍ଗ) ମେଘ —୨. Cloud.
୩. ରାଜର୍ଷି ବିଶେଷ —୩. Name of a saintly king.
୪. ମୁନି— ବିଶେଷ —୪. Name of a sage.

[ଦ୍ରଷ୍ଟବ୍ୟ —ଏହାଙ୍କ ଆଶ୍ରମ ରୂଷ୍ୟମୁକ ପର୍ବତରେ ଥିଲା ଏକଦା କିସ୍କିନ୍ଧ୍ୟାଧିପ ବାଳି ଦୁନ୍ଦୁଭି ନାମକ ଅସୁରକୁ ବଧ କରି ତାହାର ଶବକୁ ଦୂରରୁ ଫିଙ୍ଗି ଦେବା ସମୟରେ ଉକ୍ତ ଶବକୁ ନିର୍ଗତ ରକ୍ତ— ବିନ୍ଦୁମାନ ଓ ମୁନିଙ୍କ ଦେହରେ ପଡ଼ିବାରୁ ଏ କ୍ରୋଧରେ

ବାଳିକୁ ଅଭିଶାପ ଦେଲେ ଯେ, ବାଳି ରୂଷ୍ୟମୁକ ପର୍ବତ ଉପରକୁ ଗଲେ ମୃତ୍ୟୂ ଲଭିବ ବାଳି ଏହି ପର୍ବତକୁ ଯିବାରୁ ସେହି ଶାପଯୋଗୁଁ ତହିଁ ଉପରେ ରାମଚନ୍ଦ୍ରଙ୍କଦ୍ୱାରା ନିହତ ହେଲା (ସୁବଳଚନ୍ଦ୍ର) ଏ ଶବରୀର ଗୁରୁଥିଲେ ମହାଭାରତରେ ଅଛି ଯେ ଏକ ନାପିତର ବୀର୍ଯ୍ୟରୁ ଏ ବ୍ରାହ୍ମଣୀ ଗର୍ଭରେ ଜନ୍ମିଥିଲେ ହିନ୍ଦୀ - ଶ] 
୫. ଦାନବବିଶେଷ (ହିନ୍ଦୀ - ଶ) ୫. Name of a demon.
୬. ପ୍ରାଚୀନ ତୀର୍ଥ. ବିଶେଷ—(ହିନ୍ଦୀ - ଶ.) —୬. Name of an ancient place of pilgrimage.
୭. କାମରୂପ ଦେଶର ଅଗ୍ନିକୋଣସ୍ଥ ପ୍ରାଚୀନ ଦେଶବିଶେଷ—(ହିନ୍ଦୀ - ଶବ୍ଦସାଗର) — ୭. Name of a country to the south-east of Kāmarūpa in Assam.