Jump to content

ମତ୍ସ୍ୟ

ଉଇକିଅଭିଧାନ‌ରୁ

ମତ୍ସ୍ୟ

ଉଚ୍ଚାରଣ

[ସମ୍ପାଦନା]

(ମତ୍ସ୍ୟ—ଅନ୍ୟରୂପ)

(ମତ୍ସ୍ୟୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ମଦ୍ ଧାତୁ=ମତ୍ତ ହେବା; ଆନନ୍ଦିତ ହେବା+ କର୍ତ୍ତୃ. ସ୍ୟ; ଯେ ନୂଆ ପାଣି ପାଇଲେ ମତ୍ତ ହୁଏ)

[ସମ୍ପାଦନା]
୧. ମାଛ; ମୀନ —୧. Fish.
୨. ବିଷ୍ଣୁଙ୍କ ପ୍ରଥମ ଅବତାର —୨. The first incarnation of Bishṇu.

[ଦ୍ରଷ୍ଟବ୍ୟ —ଏହି ଅବତାରରେ ବିଷ୍ଣୁ ମହାପ୍ରଳୟ ସମୟରେ ଅତଳ ଗଭୀର ସମୁଦ୍ର ମଧ୍ୟରେ ବୁଡ଼ି ଯାଇଥିବା 'ବେଦ' ଗ୍ରନ୍ଥକୁ ଉଦ୍ଧାର କରିଥିଲେ]

୩. ପୁରାଣ ବିଶେଷ —୩. The name of a Purāṇa.

[ଦ୍ରଷ୍ଟବ୍ୟ —ଏଥିରେ ପୃଥିବୀର ସୃଷ୍ଟିତତ୍ତ୍ୱ ଓ ବିଷ୍ଣୁଙ୍କ ମତ୍ସ୍ୟ ଅବତାରର କାର୍ଯ୍ୟମାନ ବର୍ଣ୍ଣିତ ହୋଇଅଛି]

୪. ମୀନରାଶି; ହିନ୍ଦୁ ଜ୍ୟୋତିଷୋକ୍ତ ଦ୍ୱାଦଶ ରାଶିର ଶେଷ ରାଶି —୪. The Pisces; the last of the ୧୨ signs of the zodiac.
୫. ସୌର ଚୈତମାସ —୫. The solar month of Ch&aline;i̱tra.
୬. ମତ୍ସ୍ୟ ଦେଶ ୬. Name of a country mat-sya deṡa (See)
୭. ବିରାଟ ଦେଶ —୭. The Birāṭa country.
୮. ମତ୍ସ୍ୟଦେଶର ରାଜା —୮. The king of the Mat-sya country (Apte).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଉତ୍କଳ ଦେଶ —୧. The cpuntry of Utakḻa

[ଦ୍ରଷ୍ଟବ୍ୟ —ଉତ୍କଳର ବ୍ରାହ୍ମଣମାନଙ୍କ ମାଛ ଖାଇବା ପ୍ରସଙ୍ଗରେ ମରହଟ୍ଟିଆ ପଣ୍ଡିତମାନେ କହିଥାଆନ୍ତି ଯେ ଆମର ଓଡ଼ିଶାଟା ମତ୍ସ୍ୟ ଦେଶ]

୨. ବାଲେଶ୍ୱର ଜିଲ୍ଲାର ପର୍ବତ— ବିଶେଷ —୨. Name of a mountain in the Balasore district.

(ଉ—ମତ୍ସ୍ୟଶୈଳ ଦେଶ କିବା ଆଡ଼ମ୍ୱରେ ଅଗ୍ରତେ ଠିଆ ରାଧାନାଥ. ଊଷା)



ମତ୍ସ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ସତ୍ସ୍ୟ+ସ୍ତ୍ରୀ. ଈ)

[ସମ୍ପାଦନା]

ମାଈ ମାଛ; ଯେଉଁ ମାଛଙ୍କ ପେଟରେ ମଞ୍ଜି ଥାଏ —A female fish.