Jump to content

ମଥୂରା

ଉଇକିଅଭିଧାନ‌ରୁ

ମଥୂରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମଥ୍ ଧାତୁ=ବଧ କରିବାଚ+ଅଧିକରଣ ଉର; ଊର +ଆ; କିମ୍ୱା ମଧୁ+ଉର+ଆ; ଏହି ସ୍ଥାନରେ ଶତ୍ରୁଘ୍ନ ବାଣାସୁରର ପିତା ମଧୁ ନାମକ ଦୈତ୍ୟକୁ ବଧ କରି ଥିବାରୁ ଏହି ନାମ)

[ସମ୍ପାଦନା]

ମଧୁଦୈତ୍ୟ ନିର୍ମିତ ଯମୁନାତଟସ୍ଥ ବୃନ୍ଦାବନ ନିକଟସ୍ଥ ନଗର; ମଧୁପୁର; କଂସର ରାଜଧାନୀ — Muttra; name of a district, town and cantonment in the United provinces of India, ୮ miles from Bṛundābana

[ଦ୍ରଷ୍ଟବ୍ୟ — ଏଠାରେ କଂସର ବନ୍ଦିଶାଳାରେ ଦେବକୀଙ୍କ ଗର୍ଭରୁ କୃଷ୍ଣଙ୍କର ଜନ୍ମ ହୋଇଥିଲା ପରେ ଏଠାରେ ସେ କଂସକୁ ବଧ କରିଥିଲେ

ଆର୍ଯ୍ୟ ଶୂରସେନ ଜାତି ଏଠାରେ ପ୍ରଥମେ ଉପନିବେଶ ସ୍ଥାପନ କରିଥିବାରୁ ଏହାର ନାମ ପ୍ରଥମେ ଶୂରସେନା ଥିଲା ପରେ ମହାଭାରତ ଯୁଗରୁ ଏହା ମଧୁପୁର ନାମରେ ଅଭିହିତ ହେଲା ପରେ ଏହ ମଥୁରାନାମରେ ଖ୍ୟାତ ହେଲା ପାଲୀ ଗ୍ରନ୍ଥମାନଙ୍କରେ ଏହା ମଥୁରା ନାମରେ ପରିଚିତ ଅଶୋକଙ୍କ ରାଜତ୍ୱକାଳରେ ତାଙ୍କର ଆଚାର୍ଯ୍ୟ ଉପଗ୍ୱପ୍ତ ଏ ନଗରକୁ ବୌଦ୍ଧଧର୍ମର କେନ୍ଦ୍ର କରିଥିଲେ ଏହା ମଧ୍ୟ ଜୈନମାନଙ୍କର ଗୋଟିଏ ତାର୍ଥ ଅଟେ ହିନ୍ଦୁ ପୁରାଣମତରେ ଏ ଗୋଟିଏ ମୋକ୍ଷଦାୟକ ତୀର୍ଥ ଅଟେ ମୋର୍ଯ୍ୟ ସାମ୍ରାଜ୍ୟରେ ପତନ ପରେ ଗ୍ରୀକ, ପାରସୀ ଓ ଶକମାନେ ଏନଗର ଅଧିକାର କରିଥିଲେ ଖ୍ରୀ ୧୧୭:ରେ ମହମ୍ମଦ (ମାମୁଦ) ଗଜନୀ ଏ ନଗରକୁ ଆକ୍ରମଣ କରି ଏହାର ଧ୍ୱଂସ କରିଥିଲେ ବର୍ତ୍ତମାନ ଏହା ଯୁକ୍ତପ୍ରବେଶର ଗୋଟିଏ ଜିଲ୍ଲା ଏବଂ ନଗର ଏହା ବୃନ୍ଦାବନଠାରୁ ୮ ମାଇଲ ଦୂରବର୍ତ୍ତୀ; ଯମୁନା ନଦୀର ତଟଉପରେ ଏ ନୁଗରଟି ଅତ୍ୟନ୍ତ ଶୋଭାମୟ ଦେଖାଯାଏ ଏଠାରେ ଅନେକ ବୈଷ୍ଣବ ଦେବମନ୍ଦିର ଅଛି ଏଠାରେ ଇଂରାଜ ଗଭର୍ଣ୍ଣମେଣ୍ଟଙ୍କର ଗୋଟିଏ ସେନାନିବାସ ଅଛି ଏବଂ ଏଠାରେ ଗୋଟିଏ ବଡ଼ ରେଳ ଜଙ୍କ୍ସନ ଅଛି ଏଠାରେଡ ଯମୁନା ଉପରେ ଗୋଟିଏ ରେଳ ପୋଲ ତିଆରି ହୋଇଅଛି ଏହି ଅଞ୍ଚଳରେ ଯମୁନାନଦୀରେ ବହୁସଂଖ୍ୟକ ବଡ଼ ବଡ଼ କଚ୍ଛପ ଦେଖା ଯାଆନ୍ତି ନଦୀତଟସ୍ଥ କୋଠାରେ ବସି ଯମୁନା ନଦୀର ଜଳକୁ ହାତ ବଢାଯାଇ ପାରେ

ଏଠାରେ ଚୋବେ ବ୍ରାହ୍ମଣମାନଙ୍କର ଭୋଜନଶକ୍ତି ଦେଖିଲେ ଆଶ୍ଚର୍ଯ୍ୟନିତ ହୋବାକୁ ହୁଏ ଜଣେ ଜଣେ ଚୋବେ ୧ ୧୫: ସେର ରୁଟି, ଡାଲି, ମିଷ୍ଟାନ୍ନାଦି ଭୋଜନ କରିବାର ସଂଗ୍ରାହକ ସ୍ୱଚକ୍ଷୁରେ ଦେଖି ଅଛନ୍ତି ]