ମଦ୍ୟ
ମଦ୍ୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମଦ୍. ଧାତୁ ଣିଚ୍; ମଦି. ଧାତୁ=ମତ୍ତ କରିବା+କର୍ତ୍ତୃ. ଯ)
[ସମ୍ପାଦନା]- ୧. ମଦ; ମଦିରା; ସୁରା —୧. Wine.
- ୨. ରାସାୟନିକ ପ୍ରକ୍ରିୟାରେ ପ୍ରସ୍ତୁତ ଆସବ —୨. Extract made by chemical process.
[ଦ୍ରଷ୍ଟବ୍ୟ —ମଦିରା ତଳେ ଟୀକା ଦେଖ; ମତାନ୍ତରରେ ମଦ୍ୟ ଦ୍ୱାଦଶ ପ୍ରକାର; ଯଥା—୧ ମାଧ୍ୱିକ ବା ମାଧ୍ୱୀ—ମହୁର ପ୍ରସ୍ତୁତ, ୨—ଐକ୍ଷବ—ଆଖୁ ରସରୁ ପ୍ରସ୍ତୁତ, ୩ ଦ୍ରାକ୍ଷବ—ଅଙ୍ଗୁରରୁ ପ୍ରସ୍ତୁତ, ୪— ତାଳ—ତାଳ ଘଛର ରସରୁ ପ୍ରସ୍ତୁତ, ୫ ଖାର୍ଜୁର— ଖଜୁରି ଗଛରୁ ପ୍ରସ୍ତୁତ, ୬ ପାନସ—ପଣସ ଫଳରୁ ପ୍ରସ୍ତୁତ, ୭ ମୈରେୟ—ଧା୪ଇଫୁଲ ଓ ଗୁଡ଼ରୁ ପ୍ରସ୍ତୁତ, ୮ ପାକ୍ଷିକ—ଏକପ୍ରକାର ନୀଳବର୍ଣ୍ଣ ମଧୁମକ୍ଷିକା ସଂଗୃହୀତ ମଧୁ, ୯ ଟାସ୍କ ବା ଟାଙ୍କ—ସୋମଲତା ରସରୁ ପ୍ରସ୍ତୁତ, ୧ ମଧୁକ ବା ମାଧକୀ—ପୁଷ୍ପ (ମହୁଲ) ରସରୁ ପ୍ରସ୍ତୁତ, ୧୧: ନାରୀରକେଳନ—ନଡ଼ିଆ ଗଛର ଅଫୁଟା ଖୋସାର ଅଗ କାଟିଲେ ତହିଁରୁ ଝରିବା ରସ, ୧୨: ଅନ୍ନ ବିକାରେତ୍ଥ—ଚାଉଳ ଆଦିକୁ ସିଝାଇ ବାଖର ଦେଇ ସଢ଼ାଇ ବକ ଯନ୍ତ୍ରଦ୍ୱାରା ଅରକ ବାହାର କରି ତିଆରି କରାଯିବା ମଦ୍ୟ
ବୃକ୍ଷ, ପୁଷ୍ପ, ଫଳ ଓ ଶସ୍ୟ ଆଦିର ରସକୁ ସଢ଼ାଇଲେ ସେଥିରୁ ହେବା ପାନୀୟ ମଦ ବୋଲାଯାଏ ଓ ଏହାକୁ ଖାଇଲେ ନିଶା ହୁଏ ରାତିରେ ଝରିଥିବା ଖଜୁରି ଆଦିର ସଦ୍ୟ ରସରେ ନିଶା ନଥାଏ, କିନ୍ତୁ ତାହା ବାସି ହେଲେ, ଅର୍ଥାତ୍ ରାତିରେ ଝରିଥିବା ରସରେ ସୂର୍ଯ୍ୟକିରଣ ପଡ଼ିଲେ ସେଥିରେ ନିଶା ହୁଏ ଆମ ଦେଶରେ ଖଜୁରି ଗଛର ବେକ ପାଖ କନ୍ଦାକୁ କ୍ଷତ କରି ଯେଉଁ ପରି ତାଡ଼ି ବାହାର କରନ୍ତି, ଉତ୍ତରଭାରତରେ ତାଳ ଗଛରୁ ସେହିପରି ତାଡ଼ି ହୁଏ ମାନ୍ଦ୍ରାଜ ଅଞ୍ଚଳରେ ନଡ଼ିଆ ଗଛର ଅଫୁଟା ଖୋସାର ଅଗ କାଟିଲେ ସେଥିରୁ ଯେଉଁ ରସ ବାହାରେ, ସେ ରସରୁ ତାଡ଼ି ହୁଏ ଇଉରୋପ ଆଦିରେ ଦ୍ରାକ୍ଷା ବା ଅଙ୍ଗୁର ରସକୁ ସଢ଼ାଇ ବକ ଯନ୍ତ୍ରଦ୍ୱାରା ଅରକ କାଢ଼ି ମଦ ପ୍ରସ୍ତୁତ ହୁଏ ଚାଉଳ, ଯବ ଓ ଗହମ ଆଦିକୁ ସିଝାଇ ତାକୁ ସଢ଼ାଇ ସେଥିରୁ ଅରକ ବାହାର କରି ମଦ ତିଆରି କରାଯାଏ ଗଡ଼ଜାତରେ ମହୁଲ ଫୁଲକୁ ପାଣିରେ ସିଝାଇ ତାକୁ ସଢ଼ାଇ ସେଥିରୁ ମହୁଆ ମଦ ତିଆରି କରାଯାଏ ଓ ଚାଉଳକୁ ରାନ୍ଧି ସଢ଼ାଇ ହାଣ୍ଡିଆ ମଦ ପ୍ରସ୍ତୁତ ହୁଏ ମହୁରୁ ଓ ଆଖୁ ଦୋରୁଅରୁ ମଧ୍ୟ ମଦ ପ୍ରସ୍ତୁତ ହୁଏ ସବୁ ଗମଦର ପ୍ରଧାନ ଉପାଦାନ ମିଠା ପଦାର୍ଥ. ଓ ତାହା ସଢ଼ିଗଲେ ତାଡ଼ି ହୁଏ ଓ ସେଥିରୁ ବାହାରିବା ଅର— କରେ ନିଶା ହୁଏ ରୋଗବିଶେଷରେ ଓ ଧାତୁଦୌର୍ବଲ୍ୟାଦିରେ ଚିକିତ୍ସକ ମାନେ ରୋଗୀକୁ ସାମାନ୍ୟ ପରିମାଣରେ ମଦ୍ୟ ସେବନ କରିବାକୁସ ଉପଦେଶ ଦିଅନ୍ତି ଓ ତଦ୍ଦ୍ୱାରା ଉପକାର ଦର୍ଶେ; କିନ୍ତୁ ଅଭ୍ୟାସ ପୂର୍ବକ ମଦ୍ୟପାନଦ୍ୱାରା ମନୁଷ୍ୟ ନିଶାରେ ହିତାହତଜ୍ଞାନଶୂନ୍ୟ ହୁଏ ଓ ସର୍ବସ୍ୱ ବିକି ମଦ୍ୟ ଖାଇବାକୁ ଅଗ୍ରସର ହୁଏ ଓ ମଦ ନିଶାରେ ଭୋଳରେ ଉନ୍ନତ୍ତ ଓ ଅଜ୍ଞାନ ହୁଏ ଅତିରିକ୍ତ ମଦ୍ୟପାନରୁ ମଦାତ୍ୟୟ ଆଦି ନାନାଦି ରୋଗ ଜନ୍ମି ଶେଷରେ ମୃତ୍ୟୁ ମଧ୍ୟ ଘଟେ
ଆମ ଦେଶରେ ପାଶ୍ଚାତ୍ୟ ସଭ୍ୟତାରେ ବିସ୍ତାର ହେବା ସଙ୍ଗେ ସଙ୍ଗେ ମଦ୍ୟପାନ ବୃଦ୍ଧିଲାଭ କରିଥିବାର ଦେଖାଯାଏ ପୂର୍ବେ ବୈଦିକ ଯଜ୍ଞରେ ସୋମଲତାକୁ ଛେଚି, ଚିପୁଡ଼ି ଓ ସଢ଼ାଇ ପ୍ରସ୍ତୁତ କରାଯିବା ମଦ୍ୟ ବ୍ୟବହୃତ ହେଉଥିଲା ତନ୍ତ୍ର ଯୁଗରେ ମଧ୍ୟ ପୂଜା ଆଦିରେ ଓ ପଞ୍ଚମକାମରେ ସାଧନାରେ ମଦ୍ୟର ବ୍ୟବହାର ପ୍ରଚଳିତ ହେବା ମଦ୍ୟପାନ ପାଶ୍ଚାତ୍ୟ ସଭ୍ୟତା ଯୁଗରେ ଏତେ ପରିମାଣରେ ବୃଦ୍ଧିଲାଭ କରିଥିବାର ଦେଖି କେତେକ ସଭ୍ୟଜାତି ତାହା ବନ୍ଦ କରିବା ପାଇଁ ନାନାପ୍ରକାର ଚେଷ୍ଟା କରୁଥିବାର ଦେଖାଯାଏ ଓ ମାଦକ ନିବାରଣାର୍ଥ ଦଳବଦ୍ଧ ଚେଷ୍ଟା ଲାଗୁଅଛି ମଦ ଆଦି ମାଦକ ଦ୍ରବ୍ୟ ପ୍ରସ୍ତୁତ, ଉତ୍ପନ୍ନ ଓ ବିକ୍ରି ହେବା ସମ୍ୱନ୍ଧେ ଇଂରାଜ ସରକାର ଖୁବ୍ କଟକଣା କରିଅଛନ୍ତି ପରନ୍ତୁ ଭାରତରେ ଏହି ପାଶ୍ଚାତ୍ୟ ସଭ୍ୟତାର ଯୁଗରେ ମଦ୍ୟପାନ ଦୋଷ ପ୍ରାୟ ସବୁ ସମାଜର ଉଚ୍ଚତମ ସ୍ଥାନମନଙ୍କୁ କଳୁଷିତ କରିବା ଦେଖା ଯାଇଅଛି]