Jump to content

ମଧୁମତୀ

ଉଇକିଅଭିଧାନ‌ରୁ

ମଧୁମତୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ମଧୁମତ୍+ସ୍ତ୍ରୀ. ଈ)

[ସମ୍ପାଦନା]

ମାଧୁର୍ଯ୍ୟମୟୀ — Full of sweetness.

ବିଶେଷ୍ୟ -

[ସମ୍ପାଦନା]
୧. ଯୋଗିନୀ— ବିଶେଷ; ଦେବୀବିଶେଷ —Name of a Goddess.


[ଦ୍ରଷ୍ଟବ୍ୟ — ତନ୍ତ୍ରସାଧକ ଏହି ଯୋଗିନୀଙ୍କର ସାଧନା କରି ସିଦ୍ଧି ଲାଭ କଲେ, ଦେବ, ଦାନବ, ଗନ୍ଧର୍ବ, ବିଦ୍ୟାଧର, ଯକ୍ଷ ଓ ରାକ୍ଷସ କନ୍ୟା ଓ ନାନାବିଧି ଉପଭୋଗ୍ୟ ବସ୍ତୁ ପ୍ରାପ୍ତ ହୁଅନ୍ତି]

୨. କାଶ୍ମୀରଦେଶୀୟ ନଦୀବିଶେଷ —୨. Name of a river in Kāṡmīra.
୩. ଛନ୍ଦୋବିଶେଷ — ୩, Name of a metre.

[ଦ୍ରଷ୍ଟବ୍ୟ —ଏଥିର ପ୍ରତ୍ୟେକ ଚରଣରେ ୨ ନଗଣ ଓ ଏକ ଗୁରୁବର୍ଣ୍ଣ ଥାଏ—ହିନ୍ଦୀ - ଶ]

୪. ମଧୁଦୈତ୍ୟର କନ୍ୟା (ହିନ୍ଦୀ - ଶ) —୪. Name of the daughter of demon Madhu.

[ଦ୍ରଷ୍ଟବ୍ୟ —ଏ ଇକ୍ଷ୍ୱାକୁଙ୍କ ପୁତ୍ର ହର୍ଯ୍ୟଶ୍ୱଙ୍କୁ ବିବାହ କରିଥିଲେ]

୫. ପୁରାଣ ମତେ ନର୍ମଦା ନଦୀର ଏକ ଶାଖା (ହିନ୍ଦୀ - ଶ) —୫. Name of a branch of the Narmadā river.
୬. ପତଞ୍ଜଳିଙ୍କ ମତରେ ସମାଧିର ଅବସ୍ଥାବିଶେଷ, ଯହିଁରେ ଅଭ୍ୟାସ ଓ ବୈରାଗ୍ୟ ଯୋଗୁଁ ରଜୋଗୁଣର ପୂର୍ଣ୍ଣ ବିନାଶ ଓ ସତ୍ୱଗୁଣର ବିକାଶ ହୁଏ (ହିନ୍ଦୀ - ଶ) —୬. A stage in religious meditation in which the devotee loses all his grosser habits.