Jump to content

ମଧୁସୂଦନ ଦତ୍ତ

ଉଇକିଅଭିଧାନ‌ରୁ

ମଧୁସୂଦନ ଦତ୍ତ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ବଙ୍ଗଳାର ପ୍ରସିଦ୍ଧ କବି; ମାଇକେଲ୍ ମଧୁସୂଦନ ଦତ୍ତ —A famous poet of Bengal.

[ଦ୍ରଷ୍ଟବ୍ୟ —ଏହାଙ୍କ ନାମ ମାଇକେଲ୍ ମଧୁସୂଦନଦତ୍ତ ବଙ୍ଗଳାରେ ଅମ୍ରିତାକ୍ଷର ଛନ୍ଦରେ ଏ ପ୍ରସିଦ୍ଧ ମେଘନାଦବଧ କାବ୍ୟ ରଚନା କରିଥିଲେ; ଜନ୍ମ ଖ୍ରୀ ୧୮୨୪: , ମୃତ୍ୟୁ ଖ୍ରୀ ୧୮୭୩: ଏ କଲିକତା ହିନ୍ଦୁ କଲେଜରେ ଉଚ୍ଚ ଶିକ୍ଷାଲାଭ କରି ୧୯: ବର୍ଷ ବୟସରେ ଖ୍ରୀଷ୍ଟାନ୍ ଧର୍ମରେ ଦୀକ୍ଷିତ ହୋଇଥିଲେ ଏ ଇଂରାଜି ଛଡ଼ା ଗ୍ରୀକ୍ ଓ ଲାଟିନ୍ ଭାଷାରେ ବ୍ୟୁତ୍ପନ୍ନ ଥିଲେ ଏ ପ୍ରଥମେ ମାନ୍ଦ୍ରାଜ କଲେଜର ଜଣେ ଇଉରୋପୀୟ ଅଧ୍ୟକ୍ଷଙ୍କ କନ୍ୟାଙ୍କ ପାଣିଗ୍ରହଣ କରିଥିଲେ ଭାରତଇତିହାସପ୍ରସିଦ୍ଧା ସଂଯୁକ୍ତାଙ୍କ ଉପାଖ୍ୟାନକୁ ଅବଲମ୍ୱନ କରି କାରାବଦ୍ଧା ସ୍ତ୍ରୀ (The Captive Lady) ନାମରେ ଏ ଗୋଟିଏ ଉତ୍କୃଷ୍ଟ ଇଂରାଜି କବିତା ଲେଖିଥିଲେ ପରେ ପ୍ରଥମ ବିବାହବନ୍ଧନ ଛିନ୍ନ କରି ଏ ଆଉ ଜଣେ ଶ୍ୱେତକାୟା ରମଣୀଙ୍କ ପାଣିଗ୍ରହଣ କଲେ ଏ କେତେକ କାଳ କଲିକତା ପୁଲିସ୍ କୋଟ୍ରେ କିରାନୀ ଓ ପରେ ଦୋଭାଷୀ କର୍ମ କରିଥିଲେ ଓ ରତ୍ନାବଳୀ ନାଟକର ଇଂରାଜୀ ଅନୁବାଦ କରିଥିଲେ; କିନ୍ତୁ ପରେ ମାତୃଭାଷାର ସେବା କରି ବଙ୍ଗଳାରେ ଗୁଡ଼ିଏ ନାଟକ ଓ କାବ୍ୟ ରଚନା କରି ବଙ୍ଗରେ କବିପ୍ରସିଦ୍ଧି ଲାଭ କଲେ ସେ ଆଇନ୍ ଶିକ୍ଷା କରିବାକୁ ବିଲାତ ଯାଇ ସେଠାରେ ବହୁ ଆର୍ଥିକ ଦୁଋଖ ଭୋଗ କଲେ ଓ ମହାତ୍ମା ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଠାରୁ ବିସ୍ତର ଅର୍ଥ ସାହାଯ୍ୟ ଲାଭ କରି ବିଲାତରେ ବାରିଷ୍ଟରି ପାଶ କରି ଫ୍ରାନ୍ସ ଓ ଇଂଲଣ୍ଡରେ କିଛି ଦିନ ଅବସ୍ଥାନ କରିବା ପରେ କଲିକତାକୁ ଆସି ବାରିଷ୍ଟରୀ କଲେ; କିନ୍ତୁ ସେ ଅମିତବ୍ୟୟୀ ଥିବାରୁ ଶେଷଜୀବନରେ ବହୁ ଦୁଃଖ ଭୋଗ କଲେ ଓ ରୁଗ୍ଣ ଅବସ୍ଥାରେ ଚିକିତ୍ସାବ୍ୟୟ ଚଳାଇବାର ତାଙ୍କର ସାମର୍ଥ୍ୟ ନ ଥିବାରୁ ଆଲିପୁର ଦାତବ୍ୟ ଚିକିତ୍ସାଳୟକୁ ଯାଇ ସେଠାରେ ଇହଲୋକ ତ୍ୟାଗ କଲେ ତାଙ୍କର ଅମିତ୍ରାକ୍ଷର ଛନ୍ଦ ଓ ଚତୁର୍ଦ୍ଦଶପଦୀ କବିତା ଓ ବୀରରସପ୍ରଧାନ ରଚନା ତାଙ୍କୁ ବଙ୍ଗଳାର ଶ୍ରେଷ୍ଠ କବିରୂପେ ଚିରସ୍ମରମୀୟ କରି ରଖିବ ତାଙ୍କ ମୃତ୍ୟୁର ୧୫: ବର୍ଷ ପରେ ଦେଶବାସୀ ତାଙ୍କ ସ୍ମୃତିପୂଜା କରି ତାଙ୍କ ସମାଧି ଉପରେ ଗୋଟିଏ ମର୍ମରବେଦୀ ନିର୍ମାଣ କଲେ ସୁବଳଚନ୍ଦ୍ର. ବଙ୍ଗଳା ଅଭିଧାନ]