Jump to content

ମଧୁସୂଦନ ଦାସ

ଉଇକିଅଭିଧାନ‌ରୁ

ମଧୁସୂଦନ ଦାସ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଉତ୍କଳର ସ୍ୱର୍ଗୀୟ ଦେଶକର୍ମୀ — The late Mr. M. S. Das. M. A., B. L., C. I., E.

[ଦ୍ରଷ୍ଟବ୍ୟ —ଜନ୍ମ ଖ୍ରୀ ୧୮୪୮: —ସ୍ୱର୍ଗଲାଭ ଖ୍ରୀ ୧୯୩୪: ସେ ପ୍ରଥମେ କଟକରେ ଶିକ୍ଷାଲାଭ କରି କଲିକତାକୁ ଯାଇ ଉଚ୍ଚଶିକ୍ଷା ଲାଭ କରି ଏମ୍. ଏ ଓ ବିଶେଷ୍ୟ - ଏଲ ପାସ୍ କରିଥିଲେ କଲିକତାରେ ସେ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୋଇଥିଲେ ସେ ପ୍ରଥମ ଓଡ଼ିଆ ଏମ୍. ଏ ଓ ଓଡ଼ିଆ ଓକିଲ ଥିଲେ ସେ ପାସ୍ କରି ସାରି କଲିକତାରେ ଦିନାକେତେ ଶିକ୍ଷକତା କରିଥିଲେ ବଙ୍ଗର ସୁପ୍ରସିଦ୍ଧ ସ୍ୱର୍ଗୀୟ ସର୍ ଆଶୁ— ତୋଷଙ୍କର ବାଲ୍ୟାବସ୍ଥାରେ ମଧୁସୂଦନ କେତେଦିନ ତାଙ୍କର ଗୃହଶିକ୍ଷକ ଥିଲେ ଓ ସର୍ ଆଶୁତୋଷ ମଧୁସୂଦନଙ୍କଠାରୁ ପାଇଥିବା ଶିକ୍ଷାପାଇଁ ଆଜୀବନ କୃତଜ୍ଞତା ସ୍ୱୀକାର କରିଥିଲେ କଲିକତା ହାଇକୋର୍ଟରେ ସେ ଦିନାକେତେ ଓଡ଼ିଆ ଅନୁବାଦକ କର୍ମ କରି ପରେ କଟକରେ ଓକିଲାତି ଆରମ୍ଭ କଲେ ଖ୍ରୀ ୧୮୮୬—୮୭:ରେ ପୁରୀ ଜଗନ୍ନାଥ ମନ୍ଦିରକୁ ସରକାର ସ୍ୱହସ୍ତରେ ନେବାକୁ ଯେଉଁ ଚେଷ୍ଟା କରିଥିଲେ, ମଧୁସୂଦନ ପୁରୀ ରାଜାଙ୍କ ପକ୍ଷରୁ କଲିକତା ହାଇକୋର୍ଟ ପର୍ଯ୍ୟନ୍ତ ମକଦ୍ଦମା ଲଢ଼ି ମନ୍ଦିରରେ ପୁରୀ ରାଜାଙ୍କ ପୁରୁଷାନୁକ୍ରମିକ ଅଧିକାର ପ୍ରତିଷ୍ଠିତ କରାଇଥିଲେ ସେ କଟକ କଲେଜରେ ବହୁ ବର୍ଷ ଆଇନକ୍ଲାସର ପ୍ରୋଫେସରୀ ଓ କଟକ ଡିଷ୍ଟ୍ରିକ୍ଟ— ବୋର୍ଡ଼ର ଭାଇସ୍ଚେୟାରମାନ୍ କାର୍ଯ୍ୟ ଦକ୍ଷତାର ସହିତ ସମ୍ପାଦନ କରିଥିଲେ କଟକ ଓକିଲମାନଙ୍କ ମଧ୍ୟରେ ତାଙ୍କର ଅସାଧାରମ ପ୍ରତିଭା ଓ ଶକ୍ତିବଳରେ ସେ ଓଡ଼ିଶାରେ ଓ ଗଡ଼ଜାତରେ ଅନନ୍ୟସାଧାରଣ ପ୍ରତିପତ୍ତି ଲାଭ କରି— ଥିଲେ ବଙ୍ଗର ପ୍ରାଦେଶିକ କାଉନ୍ସିଲ୍ର ସଭ୍ୟରୂପେ ସେ ଓଡ଼ିଶାର ବହୁ ଉପକାର ସାଧନ କରିଥିଲେ ଓ ବିଲାତକୁ ଯାଇ ଓଡ଼ିଶା ପ୍ରତି ବିଲାତବାସୀଙ୍କର ତଥା ପାର୍ଲିଆମେଣ୍ଟ ମେମ୍ୱର୍ମାନଙ୍କର ଓ ଷ୍ଟେଟ୍ ସେକ୍ରେଟରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧୁସୂଦନଙ୍କ ଚେଷ୍ଟାରେ ଓଡ଼ିଶାର ଅସ୍ଥାୟୀ ବନ୍ଦୋବସ୍ତର ମିଆଦ ୧୫: ବର୍ଷ ପରିବର୍ତ୍ତରେ ୩ ବର୍ଷ ହୋଇଥିଲା ଶିକ୍ଷିତ ଓଡ଼ିଆମାନଙ୍କର ଉଚ୍ଚ ରାଜକୀୟ କର୍ମରେ ନିଯୁକ୍ତିର ସୂତ୍ରପାତ ମଧୁସୂଦନଙ୍କ ଉଦ୍ୟମରେ ହୋଇଥିଲା ୧୯୩: ସାଲରେ ଉତ୍କଳ ସମ୍ମିଳନୀର ସୂତ୍ରପାତ କରି ସେ ପ୍ରଥମେ ସମଗ୍ର ଉତ୍କଳବାସୀଙ୍କ ମନରେ ଜାତୀୟଭାବର ଉଦ୍ରେକ କରାଇଥିଲେ; କୃଷି, ବାଣିଜ୍ୟ, ବୟନଶିଳ୍ପ ଓ କାରୁଶିଳ୍ପର ଉନ୍ନତିପାଇଁ ସେ ଅଜସ୍ର ଅର୍ଥବ୍ୟୟ କରିଥିଲେ ତାଙ୍କ ପ୍ରତିଷ୍ଠିତ ଉତ୍କଳ ଶିଳ୍ପ ଭଣ୍ଡାର [Orissa Art Wares] ଓ ଉତ୍କଳ ଚମଡ଼ା କାରଖାନା (Utkal Tannery) ଯୋଗୁଁ ଉତ୍କଳର ଶିଳ୍ପ ପାଶ୍ଚାତ୍ୟ ଜଗତରେ ଆଦୃତ ହୋଇଥିଲା ଯାଜପୁର ବନ୍ୟାକ୍ଳିଷ୍ଟ

ଅଞ୍ଚଳକୁ ନିଜେ ଯାଇ ସେ ଅଞ୍ଚଳର ଦୁର୍ଦଶା ସରକାରଙ୍କ ପାର୍ଲିଆମେଣ୍ଟର ମେମ୍ୱରଙ୍କ ଓ ବିଲାତର ସାମ୍ୱାଦିକମାନଙ୍କ ଦୃଷ୍ଟିକୁ ଆଣିଥିଲେ ସମଗ୍ର ଉତ୍କଳଭାଷୀ ଅଞ୍ଚଳକୁ ଏକ ଶାସନାଧୀନ କରିବା ଆନ୍ଦୋଳନରେ ମଧୁସୂଦନ ୧୯: ସାଲରୁ ମଙ୍ଗଧରାରୂପେ ରହି ଶେଷରେ ଓଡ଼ିଶା ପ୍ରଦେଶ ଗଢ଼ାଯିବା ଆଦେଶ ୧୯୩୪: ସାଲରେ ତାଙ୍କ ଜୀବନରେ ଶୁଣି ଗଲେ ତାଙ୍କ ପ୍ରଯତ୍ନରେ The Oriya ନାମକ ଓଡ଼ିଶାରେ ଇଂରାଜି ସଂବାଦପତ୍ର ପ୍ରକାଶିତ ହୋଇଥିଲା ସେ ଓଜସ୍ୱୀ ବକ୍ତା ଓ ଅଗ୍ନିସ୍ଫୁଲିଙ୍ଗବର୍ଷୀ ଲେଖକ ଥିଲେ ବିହାର ଓଡ଼ିଶା ସରକାରଙ୍କ ମନ୍ତ୍ରୀତ୍ୱ ଗ୍ରହଣ କରି ବିନା ଦରମାରେ ମନ୍ତ୍ରୀମାନେ କାର୍ଯ୍ୟ କରିବାର ପ୍ରସ୍ତାବ ସେ କରିବାରୁ ସରକାରଙ୍କ ସଙ୍ଗେ ତାଙ୍କ ମତଭେଦ ହେଲା ଓ ସେ ମନ୍ତ୍ରିପଦ ଇସ୍ତାଫା ଦେଲେ ରେଭନ୍ସା ବାଳିକା ଉଚ୍ଚ ଇଂରାଜି ବିଦ୍ୟାଳୟ ମଧୁବାବୁଙ୍କ ପରାମର୍ଶରେ ତାଙ୍କର ପୋଷ୍ୟା କନ୍ୟା ଶ୍ରୀୟତୀ ଶୈଳବାଳା ଦାସଙ୍କଦ୍ୱାରା ପ୍ରତିଷ୍ଠିତ ହୋଇ ଥିଲା ସେ ଖୁବ୍ ବଦାନ୍ୟ ଥିଲେ ଓ ଶେଷକୁ ଦେବାଲିଆ ହୋଇଥିଲେ ସେ ଏହି ଭାଷାକୋଷ ସଂଗ୍ରାହକଙ୍କର ଗୁରୁ ସ୍ଥାନୀୟ ଥିଲେ ଭାଷାକୋଷର ପ୍ରଥମ ଖଣ୍ଡର ଅବତରଣିକାରେ ଏ ଗ୍ରନ୍ଥ ସଙ୍ଗେ ତାଙ୍କର ସମ୍ପର୍କ ବିବୃତ ହୋଇଅଛି