ମଧୁସୂଦନ ରାଓ

ଉଇକିଅଭିଧାନ‌ରୁ

ମଧୁସୂଦନ ରାଓ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବି—(ନାମ)[ସମ୍ପାଦନା]

ଉତ୍କଳର ସ୍ୱର୍ଗୀୟ ଭକ୍ତ କବି — The late Rai Bahadoor Madhusudan Rao.

[ଦ୍ରଷ୍ଟବ୍ୟ —ଜନ୍ମ ଖ୍ରୀ. ୧୮୫୩,: ପରଲୋକ ପ୍ରାପ୍ତି ଖ୍ରୀ. ୧୯୧୨: ଏହାଙ୍କ ମାତୃଭୂମି ପୁରୀ ଜିଲ୍ଲା ଗୋପ ଗ୍ରାମ, ଏ ମରହଟ୍ଟା କ୍ଷତ୍ରିୟ ବଂଶରେ ଜନ୍ମଗ୍ରହମ କରି— ଥିଲେ ଏହାଙ୍କ ପିତା ଭାଗୀରଥି ରାଓ ଜଣେ ପୁଲିଶ୍ କର୍ମଚାରୀ ଥିଲେ ଏ ପୁରୀ ସହରରେ ଏହାଙ୍କ ମାତୁଳା— ଳୟରେ ଜନ୍ମଗ୍ରହଣ କରିଥିଲେ ଏବଂ ଶୈଶବରେ ମାତୃଶୂନ୍ୟ ହୋଇଥିଲେ ଏ ପ୍ରଥମେ ଗୋପ ଗ୍ରାମର ଚାହାଳିରେ, ତତ୍ପରେ ଭୁବନେଶ୍ୱର ସାହାଯ୍ୟପ୍ରାପ୍ତ ମାଇନର ସ୍କୁଲରେ କିଛି ଦିନ ପଢ଼ିବା ପରେ ପୁରୀ ଜିଲ୍ଲାସ୍କୁଲରେ ପଢ଼ିଲେ ଛାତ୍ରାବସ୍ଥାରେ ତାଙ୍କର ବିଚକ୍ଷଣତା, ଭକ୍ତି, ଅଧ୍ୟୟନରେ ଅଭିନିବେଶ, ନୀତିମୟ ଜୀବନଯାପନ ଦେଖି ଶିକ୍ଷକ, ସ୍କୁଲ୍ ଇନ୍ସପେକ୍ଟର ଓ ତଦାନୀନ୍ତନ ଜିଲ୍ଲା ମାଜିଷ୍ଟ୍ରେଟ୍ ବିମୁଗ୍ଧ ହୋଇଥିଲେ ସେ ଏଣ୍ଟ୍ରାନ୍ସ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ସମୟରେ ଓଡ଼ିଶାର ଭୟଙ୍କର ନଅଙ୍କ ଦୁର୍ଭିକ୍ଷ (ଖ୍ରୀ. ୧୮୬୬: ) ପଡ଼ିଲା ଓ ସେଥିରେ ଦୁର୍ଭିକ୍ଷ କ୍ଳିଷ୍ଟ ଅଞ୍ଚଳ ବୁଲି ସେ ସରକାରୀ ସାହାଯ୍ୟ ବିତରଣ କର୍ମରେ ଲାଗିଲେ ତହିଁରେ ପର ବର୍ଷ ତାଙ୍କର ସାଂଘାତିକ ପୀଡ଼ା ଯୋଗୁଁ ସେ ପରୀକ୍ଷା ଦେଇ ପାରି ନ ଥିଲେ ତତ୍ ପରବର୍ଷ ୧୬: ବର୍ଷ ବୟସରେ ଏଣ୍ଟ୍ରାନ୍ସ ପାଶ୍ କରି ମଧୁସୂଦନ କଟକ କଲେଜକୁ ଅଧ୍ୟୟନ କରିବାକୁ ଆସିଲେ କଲେଜର ପ୍ରୋଫେସର୍ ବ୍ରାହ୍ମଧର୍ମାବଲମ୍ୱୀ ହରନାଥଭଟ୍ଟାଚାର୍ଯ୍ୟଙ୍କ ସହବାସ, ଧର୍ମଜୀବନ ଓ ଉପଦେଶ ତାହାଙ୍କ ଏକେଶ୍ୱରବାଦମୂଳକ ବ୍ରାହ୍ମଧର୍ମ ପ୍ରତି ଆକୃଷ୍ଟ କଲା ୧୮: ବରଷ ବୟସରେ ସେ କଟକ କଲେଜରୁ ଏଫ୍. ଏ ପାସ୍ କରି ବିଶେଷ୍ୟ - ଏ ପଢ଼ିବା ପାଇଁ କଲିକତା ଯିବାକୁ କାମନା କରିଥିଲେ, କିନ୍ତୁ ତାଙ୍କ ପିତା ତାଙ୍କୁ କଲିକତା ଛାଡ଼ି ଦେବାକୁ ସମ୍ମତ ନ ହେବାରୁ ସେ ପ୍ରଥମେ ପୁରୀ ଜିଲ୍ଲାସ୍କୁଲର ତୃତୀୟ ଶିକ୍ଷକ ପଦ ଗ୍ରହଣ କଲେ ତତ୍ପରେ ଯାଜପୁର ଓ ବାଲେଶ୍ୱରରେ ଶିକ୍ଷକତା କରି କଟକ କଲେଜିଏଟ୍ ସ୍କୁଲର ତୃତୀୟ ଶିକ୍ଷକ, କଟକ ଜିଲ୍ଲାର ସ୍କୁଲ ସମୂହର ଡେପୁଟି ଇନ୍ସପେକ୍ଟର, କଟକ ଟ୍ରେନିଙ୍ଗ୍ ସ୍କୁଲର ଓ କଲେଜିଏଟ୍ସ୍କୁଲ୍ର ହେଡ଼୍ମାଷ୍ଟର୍ ଓ ଶେଷକୁ ଓଡ଼ିଶା ଶିକ୍ଷାବିଭାଗର ଇନ୍ସପେକ୍ଟର ହୋଇଥିଲେ ତାଙ୍କର ସ୍ମୃତିଶକ୍ତି ପ୍ରଖର ଥିଲା ଓ ଅବସର ସମୟରେ ସେ ଧର୍ମଶାସ୍ତ୍ର, ସାହିତ୍ୟ ଆଦି ଅଧ୍ୟୟନ କରିଥିଲେ ସେ କୌଣସି ବଡ଼ କାବ୍ୟ ରଚନା କରି ନାହାନ୍ତି ତାଙ୍କ ଗଦ୍ୟ ପ୍ରବନ୍ଧ ମାଳା, ପଦ୍ୟ କବିତାବଳି, ଛାନ୍ଦମାଳା, କୁସୁମାଞ୍ଜଳି, ବସନ୍ତ ଗାଥା, କର୍ଣ୍ଣବଧ କାବ୍ୟ, ସଙ୍ଗୀତମାଳା, ଶୋକଶ୍ଳୋକ, ସଂସ୍କୃତ ଉତ୍ତର ରାମଚରିତର ଅନୁବାଦ, ଚତୁର୍ଦ୍ଦଶପଦୀ କବିତା, ବିବିଧ କବିତା ଓ ଶିଶୁପାଠ୍ୟ ବର୍ଣ୍ଣବୋଧ, ତାଙ୍କର ବହୁତୋମୁଖୀ ପ୍ରତିଭାର ପରିଚୟ ପ୍ରଦାନ କରେ ସେ ବାଲ୍ୟ କାଳରେ ପ୍ରତିଦିନଦେବ ଦର୍ଶନ ନ କରି ଜଳ ଗ୍ରହଣ କରୁ ନ ଥିଲେ ଏଣ୍ଟ୍ରାନ୍ସ ପରୀକ୍ଷା ଦେବା ପୂର୍ବରୁ ପୁରୀଠାରେ ସ୍ୱପ୍ନରେ ଜଣେ ଜଟାଧାରୀ ଆଲୋକମୟ ପୁରୁଷଙ୍କୁ ଦେଖି ତାଙ୍କ ମୁଖରୁ 'ଓଁ' ଉଚ୍ଚାରିତ ହେବାର ଶୁଣି ମଧୁସୂଦନଙ୍କ ହୃଦୟରେ ଆଧ୍ୟାତ୍ମିକ ମହାଭାବ ପ୍ରଥମେ ଜାଗ୍ରତ ହୋଇଥିଲା ପୁରୀଠାରେ ମଧୁସୂଦନ ପଢ଼ିବା ସମୟରେ କବିବର ରାଧାନାଥ ପୁରୀ ଜିଲ୍ଲାସ୍କୁଲର ଦ୍ୱିତୀୟ ଶିକ୍ଷକ ହୋଇଥିଲେ ଓ ବିଦ୍ୟାଳୟରେ ପଢ଼ାଇବା ଛଡ଼ା ସେ ମଧୁସୂଦନଙ୍କୁ ଘରେ ପଢ଼ାଉଥିଲେ ରାଧାନାଥଙ୍କ ସହବାସ ଓ ସହଭ୍ରମଣରେ ମଧୁସୂଦନଙ୍କର କବି— ଜନୋଚିତ ଭାବୁକତାର ବୀଜ ଅଙ୍କୁରିତ ହୋଇଥିଲା ନବ୍ୟ ଉତ୍କଳ ସାହିତ୍ୟରେ ଓ ଓଡ଼ିଆ ପାଠ୍ୟପୁସ୍ତକରେ ମଧୁ— ସୂଦନଙ୍କୁ ନବଯୁଗର ଓ ମାର୍ଜିତରୁଚିର ପଥପ୍ରଦର୍ଶକ କହିଲେ ଅତ୍ୟୁକ୍ତି ହେବ ନାହିଁ ତାଙ୍କର ଋଷିପ୍ରାଣେ ଦେବାବତରଣ ଜୀବନଚିନ୍ତା, ଆକାଶ ପ୍ରତି, ଧ୍ୱନି, ଏ ସୃଷ୍ଟି ଅମୃତମୟହେ, ଆଶା, କବିତାମନଙ୍କ ଅଧ୍ୟାତ୍ମିକ ଭାବୋଚ୍ଛ୍ୱାସ ଉତ୍କଳ ସାହିତ୍ୟରେ ଅତୁଳନୀୟ ଓ ଏପରି ମୌଳିକ ପବିତ୍ର କବିତା ମଧୁସୂଦନଙ୍କ ପୂର୍ବରୁ ଆଧୁନିକ ଓଡ଼ିଆ ସାହିତ୍ୟରେ ଦେଖାଯାଇ ନ ଥିଲା ତାଙ୍କର ବର୍ଣ୍ଣବୋଧ ଓ ଛାନ୍ଦମାଳା ଗତ ୫ ବର୍ଷ ହେବ ଉତ୍କଳର ଲକ୍ଷ ଲକ୍ଷ ବାଳକ ବାଳିକାଙ୍କର ଆଦରର ସାମଗ୍ରୀ ହୋଇଅଛି ତାଙ୍କର ଆଦର୍ଶ ଧର୍ମଜୀବନ, ଆଦର୍ଶ ପାରିବାରିକ ଜୀବନ ଯେଉଁମାନେ ଦେଖିଅଛନ୍ତି ସେମାନେ ମୁଗଧ ହୋଇଅଛନ୍ତି ସେ ୩୫: ବର୍ଷକାଳ ଉତ୍କଳର ବ୍ରାହ୍ମସମାଜର ଆଚାର୍ଯ୍ୟ ଥିଲେ ରାଧାନାଥ, ଫକୀରମୋଦନ, ପ୍ୟାରିମୋହନ ଆଚାର୍ଯ୍ୟ ଓ ପ୍ୟାରିମୋହନ ସେନ, ବିଶ୍ୱନାଥ

କର, ମିଷ୍ଟର ମଧୁସୂଦନ ଦାସ, ବାମଣ୍ଡାର ରାଜା ସୁତଳ ଓ ସଚ୍ଚିଦାନନ୍ଦ, ମୟୂରଭଞ୍ଜ ମହାରାଜ ରାମଚନ୍ଦ୍ର, ମଗାତ୍ମା ଚନ୍ଦ୍ରଶେଖର, ନନ୍ଦକିଶୋର ଦାସ, ଗୌରିଶଙ୍କର, ରାମ— ଶଙ୍କର ଆଦି ଉତ୍କଳର ପୁଣ୍ୟଶ୍ଳୋକ ମହାପୁରୁଷମାନେ ମଧୁସୂଦନଙ୍କ ସମସାମୟିକ ଥିଲେ ଓ ଆଧୁନିକ ସାହିତ୍ୟର ବହୁ ସେବକ ମଧୁସୂଦନଙ୍କ ଶିଷ୍ୟ ଓ ଭକ୍ତ ଥିଲେ ତାଙ୍କର ପ୍ରତ୍ୟେକ କର୍ମ ସୁନୀତି, ସ୍ନେହ ଓ ଭକ୍ତିଦ୍ୱାରା ନିୟନ୍ତ୍ରିତ ହୋଇଥିଲା ଏଥିପାଇଁ ଫକିରମୋହନ ଗାଇଥିଲେ, 'ଆଦର୍ଶ ମନୁଷ୍ୟ ଯଦି ଦେଖିବାରେ ଚାଓ, ଧାଇଁ ଯାଅ ଦେଖିଆସ ଘରେ ମଧୁରାଓ' ଉତ୍କଳରେ ଉଚ୍ଚଶିକ୍ଷାର ବିସ୍ତାର ପାଇଁ ଟାଉନ୍ ଭିକ୍ଟୋରିୟା ସ୍କୁଲ୍ ସ୍ଥାପନ କରି ମଧୁସୂଦନ ଉତ୍କଳର ଯେଉଁ ମହୋପକାର କରିଅଛନ୍ତି ତାହା ଉତ୍କଳର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ମଧୁସୂଦନ ଆଜୀବନ ଶୁଳ ରୋଗରେ ବହୁ କଷ୍ଟ ଭୋଗ କରୁଥିଲେ ସେ ମଧୁରପ୍ରକୃତି, ମିଷ୍ଟଭାଷୀ ଓ ଆଦର୍ଷ ଗୃହସ୍ଥ ଥିଲେ ଶିକ୍ଷକ ସମାଜରେ ମଧୁସୂଦନଙ୍କ ସ୍ଥାନ ସର୍ବୋଚ୍ଚ ଥିଲା ଉତ୍କଳର ଶିକ୍ଷାକ୍ଷେତ୍ରରେ ଓ ସାହିତ୍ୟରେ ତାଙ୍କର ସୁନୀତି ନବ୍ୟ ଉତ୍କଳକୁ ପ୍ରଭାବିତ କରିଅଛି ଆଧୁନିକ ଯୁଗରେ ବଙ୍ଗୀୟମାନଙ୍କ ମଧ୍ୟରେ ଉତ୍କଳ ସାହିତ୍ୟ— ଭକ୍ତ ଶ୍ରୀଯୁକ୍ତ ବିଜୟଚନ୍ଦ୍ର ମଜୁମଦାର ତାଙ୍କର ଜ୍ୟେଷ୍ଠ ଜାମାତା ତାଙ୍କ ଜ୍ୟେଷ୍ଠ ପୁତ୍ର ରାୟ ବାହାଦୂର ଜୟନ୍ତ ରାଓ ଜଣେ ଖ୍ୟାତନାମା ଓ ସିଦ୍ଧହସ୍ତ ଚିକିତ୍ସକ (ସିଭିଲ୍ ସର୍ଜନ) ରୂପେ କର୍ମ କରି ବର୍ତ୍ତମାନ ଅବସର ଗ୍ରହଣ କରିଅଛନ୍ତି ତାଙ୍କର ଅନ୍ୟତମ ପୁତ୍ର ଶ୍ରୀମାନ୍ ସୁକାନ୍ତ ରାଓ ଏମ୍. ଏସ୍ସି. ଶିକ୍ଷା ବିଭାଗର ଉଚ୍ଚପଦବୀ ଅଧିକାର କରି— ଅଛନ୍ତି ନବଯୁଗର ଉତ୍କଳ ସାହିତ୍ୟ କ୍ଷେତ୍ରରେ ମଧୁସୂଦନଙ୍କୁ ଭବଭୂତିଙ୍କ ସଙ୍ଗେ ଓ ରାଧାନାଥଙ୍କୁ କାଳିଦାସଙ୍କ ସଙ୍ଗେ ତୁଳନା କରାଯାଇ ପାରେ]