Jump to content

ମନା

ଉଇକିଅଭିଧାନ‌ରୁ
  • ଅସ୍ଵୀକାର
  • ନିଷେଧ

ବିଶେଷ୍ୟ(ପୁ ଓ ସ୍ତ୍ରୀ) (ଦେଶଜ)

[ସମ୍ପାଦନା]
  • ଲୋକଙ୍କୁ ଦିଆଯିବା ନାମ
  • ମନମୋହନ; ମନମୋହିନୀ ଆଦି ନାମ ଧାରୀ ବ୍ୟକ୍ତିଙ୍କୁ ଡାକିବା ନାମ

ବିଶେଷଣ (ଦେଶଜ)

[ସମ୍ପାଦନା]
  • ଯାହାର ମନ ଅଛି
  • ନିଷିଦ୍ଧ

(ଦେଶଜ)

[ସମ୍ପାଦନା]
  • ପ୍ରିୟ ଓ ପ୍ରିୟାଙ୍କୁ ସମ୍ବୋଧନମନା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ମା=ନିଷେଧ; ନ=ନାହିଁ)

[ସମ୍ପାଦନା]
୧. ଅସ୍ୱୀକାର ୧. Denial.
୨. ନିଷେଧ —୨. Prohibition.

[ ଉ—ଶ୍ରୀକ୍ଷେତ୍ର ଏକାଳେ ବୁଲିବାକୁ ପ୍ରେତ ଯୋନିକୁ ଅଛଇ ମନା ରାଧାନାଥ. ପାର୍ବତୀ ]

ଦେଶଜ - ବିଣ— (ସଂସ୍କୃତରେ ବହୁବ୍ରୀହି ସମାସରେ ମନସ୍ ଶବ୍ଦ ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ୧ମା. ଏକ ବଚନରେ 'ମନାଃ' ହୁଏ ଯଥା ଉଚ୍ଚ ମନସ୍; ୧ମା. ୧ବ. ଉଚ୍ଚମନାଃ)

[ସମ୍ପାଦନା]
୧. ଯାହାର ମନ ଅଛି (ଯଥା—ଉଦାରମନା) — ୧. Having a mind.
୨. ନିଷିଦ୍ଧ —୨. Denied; prohibited.

[ ଦ୍ର—ତୋତେ ହୋଇଛି ନିକୁଞ୍ଜ ନିଳୟ ଦୁଆର ମନା କବିସୂର୍ଯ୍ୟ ସଙ୍ଗୀତ ]

ଅନୁବାଦ

[ସମ୍ପାଦନା]

ମନି, ମନିଆ, ମନୁ, ମନୁଆ—ଅନ୍ୟରୂପ

(ମନେଈ—ସ୍ତ୍ରୀ) 

ଦେଶଜ - ଅ— ପୁଂ. ଓ ସ୍ତ୍ରୀଙ୍କ ପ୍ରତି ପ୍ରଯୋଜ୍ୟ)

[ସମ୍ପାଦନା]

ପ୍ରିୟ ଓ ପ୍ରିୟାଙ୍କୁ ସମ୍ୱୋଧନ (ଏଥିର ଅର୍ଥ—ଯେ ମନକୁ କିଣି ନେଇ ଅଛି) —A term of endearment used in addressing one's beloved.

ଦେଶଜ - ବିଶେଷ୍ୟ - (ପୁଂ ଓ ସ୍ତ୍ରୀ)

[ସମ୍ପାଦନା]
୧. ଲୋକଙ୍କୁ ଦିଆଁଯିବା ନାମ —୧. A name given to males and females.
୨. ମନମୋହନ, ମନମୋହିନୀ ଆଗି ନାମ ଧାରୀ ବ୍ୟକ୍ତିଙ୍କୁ ଡାକିବା ନାମ —୨. A name for calling males and females whose names begin females Mana.