Jump to content

ମନାଇଁବା

ଉଇକିଅଭିଧାନ‌ରୁ

ମନାଇଁବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ଦେଶଜ - କ୍ରି—(ସଂସ୍କୃତ - ମନନ; ମାନିବା କ୍ରିୟାର ଣିଜନ୍ତ ରୂପ)

୧. ରାଜି କରିବା —୧. To make a person consent or agree to a thing

(ଉ—ନବ ପ୍ରମଦା ମଦାଳସୀ ଯୋଷାକୁ ଜଳକେଳିରେ ମନାଇବି ଭଞ୍ଜ. ପ୍ରେମସୁଧାନିଧି)

୨. ଅନ୍ୟକୁ ସ୍ୱୀକୃତ କରିବା —୨. To cause one to admit.
୩. ମନ ରଞ୍ଜିବା. ମନକୁ ମୁଗ୍ଧ କରିବା; ମଜ୍ଜାଇବା — ୩. To please a person.
୪. (ଦେବତା ଆଦିଙ୍କୁ ପ୍ରସନ୍ନ କିରିବା —୪. To propitiate.

(ଉ— ବରଷ ଶହେ ତପରେ, ବର ସଂଶୟେ ଛାଡ଼ି ପୂର୍ବ ପାଇଛି ଶିବଙ୍କୁ ମନାଇବାରେ କବିସୂର୍ଯ୍ୟ. ଢୁମ୍ପାଗୀତ)

୫. (ସଂସ୍କୃତ - ମା ଧାତୁରୁ ମାନ) ମାପିବା —୫. To measure

(ଉ—ଛାଇ ମନାଇଁ ମୂଳ କରି କାଳ ଜେମା ପାଶକୁ ତତ୍କାଳ ଭଞ୍ଜ ଲାବଣ୍ୟ ବତୀ ୬ କୌଣିସ ବସ୍ତୁ (ଯଥା କାଠର ଖିଲ)କୁ ତଞ୍ଚା ତଞ୍ଚି କରି ଅନ୍ୟ ବସ୍ତୁରେ (କୌଣସି ଛିଦ୍ରରେ) ଖାପ୍ ଖାଇଲା ଭଳି ବସାଇବା — ୬. To cause a thing to fit into another by modifying it.

୭. ବଶୀଭୂତ କରିବା (ଯଥା— ପୋଷ ମନାଇବା) —୭. To make one subservient; to bring under control.
୮. କଥା ମାନିବା ବା ପାଳିବା ଭଳି ଅବସ୍ଥାକୁ ଆଣିବା —୮. To make a person act according to one's order.

(ଯଥା—ଅବଧୋନେ ଛାତ୍ରକୁ ବହୁତ ବେତ ମାଡ଼ ଦେଲେ, ତଥାପି ଛାତ୍ରକୁ ତାଙ୍କ କଥା ମନାଇ ପାରିଲେ ନାହିଁ)

୯. ମାନିବା; ଶୋଭା ପାଇବା; ଶୋଭାଯୁକ୍ତ ଦେଖାଯିବା —୯. To look grand or beautiful.

(ଯଥା—ରଙ୍ଗମହରେ ରଜାସୁଆଙ୍ଗଟି ଖୁବ ମନାଇ ଥିଲା)

୧. ରୁଚିସମ୍ମତ ହେବା; ରୁଚିକର ହେବା — ୧୦. To seem very tasteful.

(ଯଥା—ଆମ ଗମ୍ଭିରୀ ସାଆନ୍ତଙ୍କୁ ଠିଆ ମୁଛ ଦିପଟା ଖୁବ୍ ମନାଇଛି)