Jump to content

ମନାସିବା

ଉଇକିଅଭିଧାନ‌ରୁ

ମନାସିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମନସ୍; ମାନସ)

[ସମ୍ପାଦନା]
୧. ଭାବିବା; ଚିନ୍ତା କରିବା —୧. To think.

[ଉ—ଅନାରତ ମୋ ଚିତ୍ତ, ମନାସୁଛି ଅହିତ, ଜନାର୍ଦ୍ଦନ ପତିତ, ଜନ— ବହିତ ହେ—କବିସୂର୍ଯ୍ୟ. କିଶୋରୀଚମ୍ପୂ]

୨. ବାଞ୍ଛା କରିବା —୨. To wish for; to desire.

[ ଉ— ମନାସନ୍ତି ସିନା ସୁନ୍ଦରୀ ଶିଞ୍ଜିନୀ.କର୍ଷଣ—କର୍କଶ ପାଣି— ରାଧାମାଥ, ପାର୍ବତୀ ]

୩. ମନରେ ସ୍ଥିର କରିବା — ୩. To settle a thing in one's mind.

[ଉ— ମନାସନ୍ତି ମହାରୁଦ୍ର ଯାହା ମନେ—ରାଧାନାଥ. ନନ୍ଦିକେଶ୍ୱରୀ ]

୪. ମନୋବାଞ୍ଛା ସିଦ୍ଧ ହେଲେ କୌଣସି ଦେବତାଙ୍କୁ ସଙ୍କଳ୍ପିତ ନୈବେଦ୍ୟାଦି ଦେବା ପାଇଁ ଅଙ୍ଗୀକାର କରିବା; ମାସିକ କରିବା —୪. To promise offerings to a Deity in the event of one's wish being fulfilled.

(ଉ—କେତେ ଦେବତାଙ୍କୁ କେତେ ଭୋଗ ମନାସିଲା—ଭଞ୍ଜ. ଲାବଣ୍ୟବତୀ)