ମନିଅଡ଼ର୍ ରସିଦ୍
ଦେଖଣା
ମନିଅଡ଼ର୍ ରସିଦ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମନିଅଡ଼ର୍ ରସିଦ୍
|
ବୈଦେଶିକ - ବିଶେଷ୍ୟ - (ଇଂ ମନିଅର୍ଡ଼ର୍ ରିସିଟ୍)
[ସମ୍ପାଦନା]ମନିଅଡ଼ରଦ୍ୱାରା ପ୍ରେରିତ ଟଙ୍କାର ପ୍ରାପ୍ତି ସ୍ୱୀକାରସ୍ୱରୂପ ଯେଉଁ କାଗଜରେ ଟଙ୍କା ପାଇବା ବ୍ୟକ୍ତି ଦସ୍ତଖତ କରନ୍ତି ଓ ଯାହା ପ୍ରେରକଙ୍କ ନିକଟକୁ ଡାକଦ୍ୱାରା ଫେରିଆସେ —Money order receipt or acknowledgement.
[ ଦ୍ର—ମନିଅଡ଼ର ଫାରମ ପୂରଣ କରି ଟଙ୍କା ସହିତ ତାହା ଡାକଘରେ ଦାଖଲ କଲେ ଉକ୍ତ ଡାକଘରର ଭାରପ୍ରାପ୍ତ କର୍ମଚାରୀ ପ୍ରେରକଙ୍କୁ ଡାକଘରର ମୋହରସମ୍ୱଳିତ ରସିଦ୍ ଦିଅନ୍ତି; ତାକୁ ପୋଷ୍ଟାଲ୍ ଆକ୍— ନଲେଜ୍ମେଣ୍ଟ ବା ରସିଦ୍ ବୋଲାଯାଏ ତତ୍ପରେ ଡାକରେ ପ୍ରେରିତ ଟଙ୍କାକୁ ଅଭିପ୍ରେତ ବ୍ୟକ୍ତି ପାଇଲେ ସେ ଦସ୍ତଖତ କରି ଯେଉଁ ରସିଦ୍ ଦିଅନ୍ତି ତାହା ପ୍ରେରକଙ୍କଠାକୁ ଡାକଦ୍ୱାରା ଆସେ;ତାକୁ ପେୟୀଙ୍କର ରସିଦ୍ ବୋଲାଯାଏ; ପେୟୀଙ୍କ ରସିଦ ମନିଅଡ଼ର ଫାରମରେ ଲଗିଥାଏ ଓ ଫାରମର ଉକ୍ତ ଅଂଶ ଚିରା ହୋଇ ପ୍ରେରକଙ୍କ ଠାକୁ ଫେରି ଆସେ ]