Jump to content

ମନୁ

ଉଇକିଅଭିଧାନ‌ରୁ

ମନୁ

ଉଚ୍ଚାରଣ

[ସମ୍ପାଦନା]
(ମନୀବୀ, ମନାୟୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ମନ୍ ଧାତୁ=ଜାଣିବା+କର୍ତ୍ତୃ. ଉ)

[ସମ୍ପାଦନା]
୧. ବ୍ରହ୍ମାଙ୍କର ମାନସ ପୁତ୍ରଗଣ; ମନୁଷ୍ୟ ଜାତିର ଜାତିର ଆଦି ପୁରୁଷଗଣ) —୧ The sons of Brahmā born from his desires and the progenitors of man- kind.

[ଦ୍ରଷ୍ଟବ୍ୟ —ସେମାନଙ୍କର ନାମ ଯଥା—ସ୍ୱାୟଂଭୂବ ସ୍ୱାରୋଚିଷ, ଉତ୍ତମ, ତାମସ, ରୈବତ, ଚାକ୍ଷୁଷ, ବୈବସ୍ୱତ, ସାବର୍ଣ୍ଣି, ଦକ୍ଷ ସାବର୍ଣ୍ଣି, ବ୍ରହ୍ମସାବର୍ଣ୍ଣି, ଧର୍ମ ସାବର୍ଣ୍ଣି, ରୁଦ୍ରସାବର୍ଣ୍ଣି, ଦେବସାବର୍ଣ୍ଣି ଓ ଇନ୍ଦ୍ରସାବର୍ଣ୍ଣି ସୃଷ୍ଟିର ପ୍ରତ୍ୟେକ କଳ୍ପରେ ଏହି ୧୪: ଗୋଟି ମନୁ ବ୍ରହ୍ମାଙ୍କ ମନରୁ ଜାତ ହୁଅନ୍ତି ଓ ଯାଥାକ୍ରମରେ ସୃଷ୍ଟି କର୍ମରେ ଲାଗନ୍ତି ଓ ସୃଷ୍ଟିରେ ଅଧିକାରୀ


ଅନୁବାଦ

[ସମ୍ପାଦନା]

ହୁଅନ୍ତି ପୃଥୀବୀର ବର୍ତ୍ତମାନ ମନ୍ୱନ୍ତରରେ ବୈବସୁତ ମନୁଙ୍କର ଅଧିକାର]

୨. ବୈବସ୍ୱତ ମନୁ; ସୂର୍ଯ୍ୟଙ୍କ ପୁତ୍ର — ୨. The B&aline;i̱baswata Manu; a son of the Sun-god.

[ଉ— ସୂର୍ଯ୍ୟଙ୍କର ୧ଟି ପୁତ୍ରଙ୍କ ମଧ୍ୟରୁ ଇକ୍ଷ୍ୱାଙ୍କୁ ଜ୍ୟୋଷ୍ଠ ହିନ୍ଦୁ ଶାସ୍ତ୍ର ମତରେ ଏହି ମନୁହିଁ ଆଦି ମାନବ]

୩. ହିନ୍ଦୁ ସ୍ମୃତିଶାସ୍ତ୍ରପ୍ରଣେତଦା ମୁନି ବିଶେଷ; ମନୁସଂହିତା ବା ମାନବଧର୍ମାଶାସ୍ତ୍ରର ସଂକଳୟିତା ମୁନି — ୩. The name of a sage who compiled a Hindu code of Law. and Usuage. which still goes by his name.

[ଦ୍ରଷ୍ଟବ୍ୟ —କେହି କେହି ଏହାଙ୍କୁ ହିଁ ବୈବସୁତ ମନୁ ବୋଲି କହନ୍ତି]

୪. (+କର୍ମ. ଉ) ୭୧: ମହାଯୁଗ ବା ୨୮୪: ଯୁଗ (କାଳ) —୪. A unit of time comprising ୭୧x୪୩୨୦୦୦୦ year of man

(ଉ— କେଉଁ ମନୁରେ କେଉଁ ଯୁଗ, କି ଲୀଳା କଲେ ପ୍ରଭୁ ରଙ୍ଗେ ପ୍ରାଚୀ. ପୂର୍ଣ୍ଣତମ ଚନ୍ଦ୍ରୋଦୟ)

୫. (+କର୍ତ୍ତୃ. ଉ)ବିଷ୍ଣୁ (ହିନ୍ଦୀ - ଶ) —୫. Bishṇu.
୬. (+କରଣ. ଉ) ଅନ୍ତଃକରଣ; ମନ (ହିନ୍ଦୀ - ଶ) —୬. The heart; mind,
୭. (+କର୍ମ. ଉ) ମନ୍ତ୍ର (ହିନ୍ଦୀ - ଶ) —୭. Vedic incantantion of formula
୮. (+କର୍ତ୍ତୃ. ଉ) ଅଗ୍ନି (ହିନ୍ଦୀ - ଶ) —୮. Fire
୯. ବ୍ରହ୍ମା (ହିନ୍ଦୀ - ଶ) —୯. Brahmā
୧. ଚଉଦ ସଂଖ୍ୟା (ହିନ୍ଦୀ - ଶ) —୧୦. The number fourteen.
୧୧. (ସ୍ତ୍ରୀ) ମନୁଙ୍କ ସ୍ତ୍ରୀ; ମନାବୀ (ହିନ୍ଦୀ - ଶ) —୧୧. The wife of Manu.
୧୨. ପୃକ୍କା; ପଡ଼ିଙ୍ଗ ଶାଗ —୧୨. A kind of pot herb; Trigonella Corniculata.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମନ୍ୟୁ)

[ସମ୍ପାଦନା]
୧. ଶାପ —୧. Curse.
୨. ଅପଡ଼; ମନୋ— ମାଳିନ୍ୟ —୨. Ill-feeling; bad blood.
୩. ରାଗ; କ୍ରୋଧ —୩. Anger.

[ଉ— ଅଣ୍ଟାରେ ବାନ୍ଧି ଖଣ୍ଡା ଧରିଥିଲେ ଧନୁ, ଧାଇଁଲେ ପାର୍ଥଠାକୁ ଧରି ହୃଦେ ମନୁ କୃଷ୍ଣସିଂହ. ମହାଭାରତ. ଦ୍ରୋଣ]

୪. ପୁଂ. (ସଂସ୍କୃତ - ଅଭିମନ୍ୟ) ଅଭିମନ୍ୟୁ ନାମକ ବ୍ୟକ୍ତିର ଡାକନାମ —୪. Name for calling Abhimanyu.
୫. (ଓଡ଼ିଆ ମନ ଶବ୍ଦର ୫ମୀ ବିଭକ୍ତି ଏକ ବଚନ) ମନରୁ; ମନୁଁ —୫. From one's mind.