Jump to content

ମନୋରମା

ଉଇକିଅଭିଧାନ‌ରୁ

ମନୋରମା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ମନୋରମର ସ୍ତ୍ରୀ ଲିଙ୍ଗ —Feminine of Manorama.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]
୧. କାର୍ତ୍ତି ବୀର୍ଯ୍ୟାର୍ଜ୍ୱନହ୍କର ଧର୍ମପରାୟଣା ପବିତ୍ରତା ମହିଷୀ — ୧. Name of the pious wife of king Kārttabīrj̄yārjuna.

[ଦ୍ରଷ୍ଟବ୍ୟ —ପରଶୁରାମଙ୍କ ସଙ୍ଗେ ଯୁଦ୍ଧ ନ କରିବାକୁ ଏ ଏହାଙ୍କ ସ୍ୱାମୀଙ୍କୁ ବିଶେଷ ଅନୁରୋଧ କରିଥିଲେ; କିନ୍ତୁ ଏହା କ୍ଷତ୍ରିୟୋଚିତ କାର୍ଯ୍ୟ ହେବ ନାହିଁ ବୋଲି ସ୍ୱାମୀ କହିବାରୁ ପତିଙ୍କର ପରାଜୟ ଓ ମୃତ୍ୟୁ ଅବଶ୍ୟମ୍ଭାବୀ ବୋଲି ବୁଝିପାରି ଏ ସ୍ୱାମୀଙ୍କ ନିଧନ ପୂର୍ବରୁ ଯୋଗବଲମ୍ୱନପୂର୍ବକ ତନୁ ତ୍ୟାଗ କରିଥିଲେ]

୨. ପ୍ରଜା— ପତିରୁ ଚିଙ୍କର ସ୍ତ୍ରୀ ଓ ରୌଚ୍ୟ ମନୁଙ୍କର ମାତା —୨. Name of the wife of 'Ruchi' one of the progenitors of mankind.

[ଦ୍ରଷ୍ଟବ୍ୟ —ବରୁଣ ପୁତ୍ର ପୁଷ୍କରଙ୍କ ଔରସରେ ପ୍ରମ୍ଳୋଚା ନାମ୍ନୀ ଅପ୍ସରା ଗର୍ଭରୁ ଏହାଙ୍କର ଜନ୍ମ]


୩. ବୌଦ୍ଧମାନଙ୍କର ଉପାସ୍ୟ ଦେବତାବିଶେଷ୍ୟ —୩. Name of a Buddhist Goddess.
୪. ଦଶାକ୍ଷର ଛନ୍ଦ ବିଶେଷ —୪. Name of a metre of ୧୦ letter

[ଦ୍ରଷ୍ଟବ୍ୟ —ଏଥିରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସପ୍ତମ ଓ ନବମ ବର୍ଣ୍ଣ ଲଘୁ ଓ ଅନ୍ୟ ସମସ୍ତ ବର୍ଣ୍ଣ ଗୁରୁ—ହିନ୍ଦୀ - ଶବ୍ଦସାଗର]

୫. ଗୋରୋଚନା —୫. A yellow pigment obtained from the body of dead cows.

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ସ୍ତ୍ରୀଲୋକଙ୍କୁ ଦିଆଯିବା ନାମ — A name given to females.