Jump to content

ମନ୍ତ୍ର ସଂସ୍କାର

ଉଇକିଅଭିଧାନ‌ରୁ

ମନ୍ତ୍ର ସଂସ୍କାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୩ୟା ତତ୍)

[ସମ୍ପାଦନା]
୧. ବିବାହରୂପ ସଂସ୍କାର (ହିନ୍ଦୀ - ଶ) —୧. The sacrament of marriage.
୨. ମନ୍ତ୍ର ଗ୍ରହଣ କରିବା ପୂର୍ବରୁ ମନ୍ତ୍ରକୁ ଫଳପ୍ରଦ କରିବା ପାଇଁ ଆଚରିତ ତନ୍ତ୍ରୋକ୍ତ କ୍ରିୟାବିଶେଷ — ୨. Some rituals enjoined in the Tantras for making the Mantras potenial.

[ଦ୍ରଷ୍ଟବ୍ୟ —ଏହା ଦଶ ସଂଖ୍ୟକ ଯଥା—୧ ଜନନ—ମାତୃକା ଯନ୍ତ୍ରଦ୍ୱାରା ମନ୍ତ୍ରର ଉଦ୍ଧାର, ୨ ଜୀବନ—ମନ୍ତ୍ରର ପ୍ରତ୍ୟେକ ବର୍ଣ୍ଣକୁ ପ୍ରଣବଦ୍ୱାରା ସଂପୁଟିତ କରି ଶତବାର ଲେଖାଏଁ ସଂପୁଟିତ ବର୍ଣ୍ଣକୁ ଜପିବା, ୩ ତାଡ଼ନ—ମନ୍ତ୍ର ପ୍ରତ୍ୟେକ ବର୍ଣ୍ଣ ପୃଥକ୍ କରି ଲେଖି ବାୟୁବୀଜ ପାଠ କରି ନାଲି କରବୀ ଫୁଲରେ ପ୍ରତ୍ୟେକ ବର୍ଣ୍ଣକୁ ଶହେ ଥର ଆଘାତ କରିବା, ୪. ବୋଧନ—ମନ୍ତ୍ରର ପ୍ରତ୍ୟେକ ବର୍ଣ୍ଣକୁ 'ରଂ' ବୀଜ ଉଚ୍ଚାରଣ କରି ନାଲି କରବୀ ଫୁଲରେ ଆଘାତ କରିବା,୫. ଅଭି— ଷେକ—ମନ୍ତ୍ର ପ୍ରତ୍ୟେକ ବର୍ଣ୍ଣକୁ 'ରଂ' ବୀଜ ଉଚ୍ଚାରଣ ପୂର୍ବକ ଶହେଥର ଅଭିସେଚନ କରିବା, ୬. ବିମଳୀ— କରଣ—ସୁଷୁମ୍ଗା (ବାମ ଦକ୍ଷିଣର ମଧ୍ୟବର୍ତ୍ତୀ ନାଡ଼ୀ)ରେ ମନଯୋଗପୂର୍ବକ ମନ୍ତ୍ରର ଚିନ୍ତା କରି ପ୍ରତ୍ୟେକ ବର୍ଣ୍ଣ ଉପରେ ଅଶ୍ୱତ୍ଥଦ୍ୱାରା ଜଳସେଚନ, ୭. ଅଧ୍ୟାପନ— ଜ୍ୟୋତିର୍ମନ୍ତ୍ର ଉଚ୍ଚାରଣ କରି ସ୍ୱର୍ଣ୍ଣସ୍ପୃଷ୍ଟ ଜଳ ବା କୁଶୋଦକ ବା ପୁଷ୍ପୋଦକ ମନ୍ତ୍ରର ବର୍ଣ୍ଣମାନଙ୍କ ଉପରେ ସେଚନ, ୮ ତର୍ପଣ—ଜ୍ୟୋତିର୍ମନ୍ତ୍ର ଉଚ୍ଚାରଣପୂର୍ବକ ମନ୍ତ୍ରର ପ୍ରତ୍ୟେକ ବର୍ଣ୍ଣ ଉଦ୍ଦେଶ୍ୟରେ ଜଳାଞ୍ଜଳି ପ୍ରଦାନ, ୯, ଦୀପନ— ଜ୍ୟୋତିର୍ମନ୍ତ୍ରଦ୍ୱାରା ମନ୍ତ୍ରର ଦୀପ୍ତୀ ପ୍ରଦାନ. ୧. ଗୋପନ— ମନ୍ତ୍ରକୁ ଅନ୍ୟତ୍ର ପ୍ରକାଶ ନ କରିବା ଓ ଓଷ୍ଠ ବାହାରକୁ ମନ୍ତ୍ରକୁ ବାହାର ନ କରିବା—ହିନ୍ଦୀ - ଶ.]