ମନ୍ଦର
ଦେଖଣା
ମନ୍ଦର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମନ୍ଥ ଧାତୁ+କରଣ.ଅର)
[ସମ୍ପାଦନା]- ୧. ପୌରାଣିକ ପର୍ବତ ବିଶେଷ —୧. Name of a mythological mountain.
[ଦ୍ରଷ୍ଟବ୍ୟ — ଦେବତା ଓ ଅସୁରମାନେ ସମୁଦ୍ର ମନ୍ଥନ କରିବା ସମୟରେ ଏହି ପର୍ବତକୁ ମନ୍ଥନଦଣ୍ଡରୂପେ ବ୍ୟବହାର କରିଥିଲେ ଓ ମନ୍ଥନର ଫଳରେ ଅମୃତ, ହଳା— ହଳ, ଚନ୍ଦ୍ର, ଲକ୍ଷ୍ମୀ, ଉଚ୍ଚୈଃଶ୍ରବା ଅଶ୍ୱ ଆଦି ବାହାରି— ଥିଲେ]
- ୨. ମୁକୁର; ଦର୍ପଣ —୨. Mirror; looking glass.
- ୩. ଛାତି ଓ ନାଭି ମଧ୍ୟସ୍ଥ ଅଂଶ — ୩. The part between the breast and the navel
- ୪. ମନ୍ଦାର (ଦେଖ) - —୪. Mandāra (See)
- ୫. ଆଠସରିଆ ବା ଷୋଳସରିଆ ମୁକ୍ତାହାର —୫. A necklace of pearl of ୮ or ୧୬ strings (Apte).
- ୬. ସ୍ୱର୍ଗ —୬. Heaven (Apte).
- ୭. ବୃହତ୍ସଂହିତା ଅନୁସାରେ କୋଡ଼ିଏ ପ୍ରକାର ପ୍ରାସାଦ ମଧ୍ୟରୁ ଏକତମ —୭. One of ୨୦ kinds of buildings according to Hindu architecture.
[ଦ୍ରଷ୍ଟବ୍ୟ —ଏ ପ୍ରସାଦ ଷଟ୍କୋଣ, ଏଥିରେ ବିସ୍ତାର ତିରିଶ ହାତ ଓ ଏଥିରେ ଦଶ ଭୂମିକା ଥାଏ—ହିନ୍ଦୀ - ଶ]
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ବହୁଳ —୧. Excessive; numerous.
- ୨. ମନ୍ଦ; ଅଳସ —୨. Lazy; tardy.
- ୩. ଧୀର —୩. Slow.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗୋବର୍ଦ୍ଧନ ଗିରି —୧. A mountain called Gobarddhana.
- ୨. ମୁଙ୍ଗେର ନିକଟରେ ଥିବା ଏକ ପାହାଡ଼ —୨. Name of a hill near Monghyr.
[ଦ୍ରଷ୍ଟବ୍ୟ —ଏ ପର୍ବତରେ ଅନେକ ହିନ୍ଦୁ, ଜୈନ ଓ ବୌଦ୍ଧ ମନ୍ଦିର ଅଛି ଓ ସୀତାକୁଣ୍ଡ ନାମକ ଉଷ୍ଣ ପ୍ରସ୍ରବଣ ଅଛି—ହିନ୍ଦୀ - ଶ]
- ୩. (ପୁଂ) ଲୋକଙ୍କୁ ଦିଆଯିବା ନାମ — ୩. A name given to males.