Jump to content

ମନ୍ଦିର କମିଟି

ଉଇକିଅଭିଧାନ‌ରୁ

ମନ୍ଦିର କମିଟି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ମନ୍ଦିର+ଇଂ କମ୍ମିଟ୍ଟୀ)

[ସମ୍ପାଦନା]

କୌଣସି ଦେବତାଙ୍କ ପାଇଁ ଖଞ୍ଜା ଥିବା ଜମିର ଆୟରୁ ଦେବା ମନ୍ଦିରର ସେବା ଆଦି ପରିଚାଳନାର୍ଥ ୧୮୬୩: ସାଲର ୨ ଆଇନ ଅନୁସାରେ ଜିଲ୍ଲାର ଜଜଙ୍କଦ୍ୱାରା ନିଯୁକ୍ତି ସମିତି —Endowment committee appointed for managing the endowment attached to a temple in pursuance of Act XX of ୧୮୬୩.

[ଦ୍ରଷ୍ଟବ୍ୟ —ମାନ୍ଦ୍ରାଜରେ ଏପରି କମିଟିମାନଙ୍କୁ 'ଦେବସ୍ଥାନମ୍ କମିଟି' ବୋଲାଯାଏ କେତେକ ସାଧାରଣ ମନ୍ଦିରର ପରିଚାଳନାର୍ଥ ସରକାର ଗୋଟିଏ ଆଇନ୍ କରିଅଛନ୍ତ ସେହି ଆଇନ୍ଦ୍ୱାରା ହିନ୍ଦୁଙ୍କ ମନ୍ଦିର ଓ ମୁସଲମାନଙ୍କ ମସ୍ଜିଦ୍ ପାଇଁ ଖଞ୍ଜାଥିବା ସମ୍ପତ୍ତିର ଆୟରୁ ନିର୍ଦ୍ଧାରିତ ସେବା ପୂଜା ଓ ସଦାବ୍ରତ ଚଳାଇବା ପାଇଁ ଜଜ୍ସାହେବ ୩ରୁ ଅଧିକ ଓ ୭ରୁ କମ୍ ମେମ୍ୱର ସମ୍ୱଳିତ କମିଟି ମୁକରିର କରନ୍ତି ଓଡ଼ିଶ୍ୟାରେ ପୂରୀ ସହରର ଜଗନ୍ନାଥ ବଲ୍ଲଭ ମଠ, ପୁରୀ ଜିଲ୍ଲାର ସତ୍ୟବାଦୀ, ବାଣପୁର ଓ ଭୂବନେଶ୍ୱର, କଟକ ଜିଲ୍ଲାର ଝଙ୍କଡ଼, କେନ୍ଦ୍ରାପଡ଼ା କଳଦେବ ଜିଉ ଆଦି ମନ୍ଦିରର ମନ୍ଦିରକମେଟି ଓ କଟକର କଦମ୍ରସୁଲଙ୍କ ପରିଚାଳନାର୍ଥ କମିଟି ଅଛନ୍ତି କମିଟିର ମେମ୍ୱରମାନେ ଆଜୀବନ ମେମ୍ୱର ପଦରେ ନିଯୁକ୍ତ ହେଉଥିବାରୁ ଓ ସେମାନଙ୍କ କାର୍ଯ୍ୟକୁ ତନ୍ତ୍ରତନ୍ତ୍ର ପରୀକ୍ଷା କରିବା ପାଇଁ ବିନା ମକଦମାରେ ଜଜ୍ସାହେବଙ୍କର ଅଧିକାର ନ ଥିବାରୁ ଓ ଓଡ଼ିଶ୍ୟାର ହିନ୍ଦୁ ସାଧାରଣଙ୍କର ସାଧାରଣ କାର୍ଯ୍ୟ ସମ୍ୱନ୍ଧେ ତୀବ୍ର ଦୃଷ୍ଟି ଓ ଟାଣୁଆ ଜନମତ (public spirit or public opinion)ର ଅଭାବରୁ ଅଧିକାଂଶ କମେଟିଙ୍କର କାର୍ଯ୍ୟକଳାପ ଓ ପରିଚାଳନା ଆନିନ୍ଦ୍ୟ ନୁହେଁ]