Jump to content

ମନ୍ୱନ୍ତରା

ଉଇକିଅଭିଧାନ‌ରୁ

ମନ୍ୱନ୍ତରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମନୁ+ଅନ୍ତର; ଏକ ମନୁଙ୍କର ଅନ୍ତର ହୁଏ ଯହିଁରେ; ବହୁବ୍ରୀହି)

[ସମ୍ପାଦନା]
୧. ୩ କୋଟି ୭୭: ଲକ୍ଷ ୨ ହଜାର ବର୍ଷ ବ୍ୟାପୀ କାଳ; ଦେବତାମାନଙ୍କର ୭୧:ଟି ଯୁଗ —୧. The period of the reign of one of the ୧୪ Manus.

[ଦ୍ରଷ୍ଟବ୍ୟ —ପ୍ରଜାପତିଙ୍କର ୧୪:ଟି ମାନସ ପୁତ୍ର ବା ମନୁଙ୍କ ମଧ୍ୟରୁ ପ୍ରତ୍ୟେକେ ଦେବତାମାନଙ୍କର ୭୧: ଯୁଗ ବା ମନୁଷ୍ୟଗଣନାରେ ୭୧: ଚତୁର୍ଯୁଗ ବ୍ୟାପୀ କାଳ ରାଜତ୍ୱ କରନ୍ତି ଏହା ବ୍ରାହ୍ମଙ୍କର ଏକ ଦିବସର ୧୪: ଭାଗରୁ ଏକ ଭାଗ (ହିନ୍ଦୀ - ଶ) ମତାନ୍ତରରେ ଏହା ୪୩: ଲକ୍ଷ ୨ ହଜାର ମାନୁଷ ବତ୍ସର କାଳ ଅଟେ (Apte) :୧୪.ଟି ମନ୍ୱନ୍ତର ହେଲେ ବ୍ରହ୍ମାଙ୍କ ଗୋଟିଏ ଦିବସ ହୁଏ ଏକ ମନୁଙ୍କର ରାଜତ୍ୱର ଶେଷ ହେଲେ ପ୍ରଳୟ ଉପସ୍ଥିତ ହୁଏ ବର୍ତ୍ତମାନ ୭ମ ମନୁ ବା ବୈବସୁତ ମନୁଙ୍କର ରାଜତ୍ୱ କାଳର ଅଷ୍ଟାବିଂଶ ଯୁଗର ୧ମ ଭାଗ ଭୋଗ ହେଉଅଛି]

୨. ପୁରାଣରେ ଦଶ ଲକ୍ଷଣ ମଧ୍ୟରୁ ଏକତମ —୨. One of the ten characteristics of a Purāṇa

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମନ୍ୱନ୍ତରା (ଦେଖ) - —Manwantarā (See)



ମନ୍ୱନ୍ତରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ମନ୍ୱନ୍ତର) (ଲକ୍ଷଣାର୍ଥ)

[ସମ୍ପାଦନା]

ଖଣ୍ଡପ୍ରଳୟ (ଜଳ— ପ୍ଳାବନ ଓ ଦୂର୍ଭିକ୍ଷାଦି) —A partial deluge (consisting of fiood and famine).

[ଦ୍ରଷ୍ଟବ୍ୟ — ବଙ୍ଗଦେଶରେ ସନ ୧୨୭୬: ସାଲରେ ଯେଉଁ ବନ୍ୟା ଓ ଦୁର୍ଭିକ୍ଷ ପଡ଼ିଥିଲା ତାକୁ ବଙ୍ଗଦେଶରେ 'ଛେୟାତ୍ତରରେ ମନନ୍ତର ବା ମନ୍ୱନ୍ତରା କହନ୍ତି']

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପ୍ରାଚୀନ କାଳରେ ଆଷାଢ଼ ଶୁକ୍ଳଦଶମୀ, ଶ୍ରାବଣ କୃଷ୍ଣଅଷ୍ଟମୀ ଓ ଭାଦ୍ର ଶୁକ୍ଳତୃତୀୟାରେ ଅନୁଷ୍ଠିତ ଉତ୍ସବବିଶେଷ (ହିନ୍ଦୀ - ଶ) — A festival observed in ancient times on particular days of the months of āshāṟḍẖa, Ṡrābaṇa and Bhādra.