ମରମ
ଦେଖଣା
ମରମ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ପଦ୍ୟ (ସଂସ୍କୃତ - ମର୍ମ)
[ସମ୍ପାଦନା]- ୧. ଶରୀରର ମର୍ମ ସ୍ଥାନ ବା ସନ୍ଧି; ଶରୀରର ଜୀବସ୍ଥାନ (ଅର୍ଥାତ ଯେଉଁ ସ୍ଥାନରେ ସାମାନ୍ୟ ଆଘାତ ଲାଗିଲେ ମୃତ୍ୟୁ ଅଟେ) —୧. A vital part of the body a vital organ of the body.
[ଉ—ମରମରେ ପଶି ଦରମରା କରେ ପରସ ସ୍ପରଶ ନୋହି କବିସୂର୍ଯ୍ୟ. ସଙ୍ଗୀତ]
- ୨. ହୃଦୟ; ଅନ୍ତର — ୨. Hart; the quick.
[ଉ—ପ୍ରେମ ଗୀତ ବାଜେ ବାମା ମରମ ନନ୍ଦକିଶୋର; ନିର୍ଝରିଣୀ]
- ୩. ମନୁଷ୍ୟକ ଆନ୍ତରିକ ଉଦ୍ଦେଶ୍ୟ; ମର୍ମ କଥା; ଅନ୍ତରର କଥା — ୩. One's internal desire.
- ୪. ଅପ୍ରକାଶ୍ୟ ବିଷୟ; ଗୁପ୍ତକଥା; ରହସ୍ୟ —୪. A secret; a mystery.
(ଉ—ସବୁ କହିବ ମରମ କଥା କହିବ ନାହିଁ—ତଗ)
- ୫. ବୀଜ; ଭେଦ; କୌଣସି ସମସ୍ୟା ମାଧନର ଗୁପ୍ତମନ୍ତ୍ର; ଗୂଢ଼ ରହସ୍ୟ —୫. The key to a problem.
- ୬. ଗୁପ୍ତ ଉଦ୍ଦେଶ୍ୟ —୬. Hidden purpose.
- ୭. କୌଣସି କଥାର ଗୁପ୍ତ ଅର୍ଥ —୭. The secret meaning of a passage or expression.
- ୮. ତାତ୍ପର୍ଯ୍ୟ — ୮. Gift; drift; purport.
- ୯. ଉପସ୍ଥ —୯. Male or female organ.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଆନ୍ତରିକ — ୧. Internal.
- ୨. ଗୁପ୍ତ; ଗୋପନୀୟ —୨. secret.
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ମୋରମ୍)
[ସମ୍ପାଦନା]ପକ୍କା ସଡ଼କରେ ବିଛା ଯିବା ସାନ ସାନ ପଥରଗୋଡ଼; ଚୂନା ଚୂନା ପଥର— ଗୋଡ଼ି —Bits of metal spread on the surface of metalled roads; morum.
[ଦ୍ରଷ୍ଟବ୍ୟ — ପ୍ରଥମରେ ମାଟି ଉପରେ ଢିମା ପଥର ଦିଆଯାଇ ତା ଉପରେ ଗୋଡ଼ି ବିଛାଯାଏ ଓ ତା ଉପରେ 'ମରମ' ବିଛାଯାଇ ତାକୁ ଧୂର୍ମୂଷରେ ପିଟି କରି ବା ରୋଡ଼୍ ରୋଲଚ୍ର ଚାପଦ୍ୱାରା ସଡ଼କକୁ ଘନ ଓ ଦଢ଼ କରାଯାଏ]