Jump to content

ମରହଟ୍ଟୀ

ଉଇକିଅଭିଧାନ‌ରୁ

ମରହଟ୍ଟୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମରହଟିଆ—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ମହାରାଷ୍ଟ୍ରୀ, ପ୍ରା, ମରାଠୀ)

[ସମ୍ପାଦନା]
୧. ମହାରାଷ୍ଟ୍ର ସମ୍ୱନ୍ଧୀୟ —୧. Relating to the Marhatta race or country.
୨. ମରହଟା ଅମଳର —୨. Pertaining to the period of the Marhatta rule in India.
୩. ପୁରୁଣାକାଳିଆ (ଲୋକ ଓ ରୀତି) —୩. of ancient times.
୪. ରକ୍ଷଣଶୀଳ (ବ୍ୟକ୍ତି) — ୪. Conservative (person).

(ଯଥା—ମରହଟ୍ଟୀ ବୁଢ଼ା)

୫. ଯେଉଁ କଥା ବର୍ତ୍ତମାନ ଚଳୁ ନାହିଁ — ୫. Exploded; obsolete; archaic.

(ଉ—ମାତ୍ର ଆଜିକାଲି ସେପରି ମରହଟୀ ବର୍ଣ୍ଣନା ଚଳିବ ନାହିଁ ଫକୀର ମୋହନ ଛଅମାଣ ଆଠଗୁଣ୍ଠ)

୬. ପୁରାତନ କାରିଗରଙ୍କଦ୍ୱାରା କରାଯାଇଥିବା (କୋଠା ଆଦି କାମ) —୬. (Structures) Made by ancient architects.

[ଦ୍ରଷ୍ଟବ୍ୟ —ପୂର୍ବକାଳରେ ଯେଉଁ କୋଠା, ପଥର କାମ ଓ ଇଟା କାମମାନ କରା ଯାଇଥିଲା (ଯଥା—କଟକରେ ମହାନଦୀ ଓ କାଠଯୋଡ଼ିର ପଥରବନ୍ଧ, କଟକ ଷ୍ଟେସନର ପୂର୍ବରେ ଥିବା ମରହଟ୍ଟା ସୈନ୍ୟମାନଙ୍କର ଅସ୍ତାବଲ୍, କଟକ ମହରରେ ଥିବା ପୁରୁଣା କୋଠାମାନ ଓ ଭୂବନେଶ୍ୱର

ଆଦିର ଦେଉଳମାନ) ସେମାନେ ଅନେକ ସ୍ଥଳରେ ଆଜି ପର୍ଯ୍ୟନ୍ତ ଅକ୍ଷୂଣ୍ଣ ରହିଅଛି; କିନ୍ତୁ ଆଧୁନିକ ବା ଇଂରେଜି ଅମଳର ବଡ଼ ବଡ଼ କୋଠାମାନେ (ଯଥା—କଟକର କମିଶନରି କଚେରି ଓ ନୂଆ ଅଦାଲତ କଚିରି ଆଦି) କିଆରି ହେବାର ୨୪: ବର୍ଷ ମଧ୍ୟରେ ଫାଟିବା ବା ଦରଜଗମ ହେବା ଦେଖା ଯାଉଅଛି ଏଥିପାଇଁ ଲୋକଙ୍କର ବିଶ୍ୱାସ ଯେ ପୂର୍ବକାଳର କାରିଗରମାନଙ୍କ ହାତରେ କାମମାନ ଆଧୁନିକ କାରିଗରଙ୍କ କାମ ଅପେକ୍ଷା ବେଶୀ ଦୃଢ଼ ଓ ସ୍ଥାୟୀ]