Jump to content

ମର୍ମ

ଉଇକିଅଭିଧାନ‌ରୁ

ମର୍ମ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ମୃ ଧାତୁ=ମରିବା+ଆପାଦନ. ମନ୍; ୧ମା. ୧ବ; ପ୍ରା. ମମ୍ମ)

[ସମ୍ପାଦନା]
୧. ପ୍ରାଣ ସ୍ଥାନ; ଶରୀରର ଅତି ସୁକୁମାର ସନ୍ଧି ସ୍ଥାନ; ଶରୀରର ଯେଉଁଠାରେ ଆଘାତ ଲଗିଲେ ପ୍ରାଣ ଛିଡ଼ିଯାଏ —୧. A vulnerable part of the body; must vital parts of the body.
୨. ଶିରା, ସ୍ନାୟୁ, ସନ୍ଧି, ଅସ୍ଥି ଓ ମାଂସାଦିର ଏକତ୍ର ମିଳନ ସ୍ଥାନ —୨. The points in the body where veins, muscles joints, bones and flesh meet.

[ଦ୍ରଷ୍ଟବ୍ୟ —ଏହି ମର୍ମ୍ମସ୍ଥାନମନଙ୍କରେ ଜୀବର ପ୍ରାଣ ଶିଷ୍ଟ ଭାବରେ ଅବସ୍ଥିତ କରେ ଏଠାରେ ଆଘାତ ଲାଗିଲେ ମର୍ମାନ୍ତକ କଷ୍ଟ ହୁଏ ଦେହ ମଧ୍ୟରେ ୧୭:ଟି ମର୍ମ୍ମ ଅଛି ଯଥା—ମାଂସରେ ୧୧: , ଅସ୍ଥିରେ ୮ଟି, ସନ୍ଧିର ୨ଟି, ସ୍ନାୟୁରେ ୨୭: ଓଶିରାରେ ୪୧: ଏଥି ମଧ୍ୟରୁ ପାଦଦ୍ୱୟରେ ୨୨: , ହସ୍ତ ଦ୍ୱୟରେ ୨୨: , ବକ୍ଷରେ ଓ ଉଦରରେ ୧୨: , ପୃଷ୍ଠରେ ୧୪: ଟ ଏବଂ ଗ୍ରୀବାରେ ଓ ତହିଁରେ ଊର୍ଦ୍ଧ୍ୱରେ ୩୭:ଟି ମର୍ମ୍ମ ୫ ପ୍ରକାର ଯଥା— ୧.ସଦ୍ୟ ପ୍ରାଣହର—ଏଥିରେ ଆଘାତ ଲାଗିଲେ ତତ୍— କ୍ଷଣାତ୍ ମୃତ୍ୟୁ ଘଟେ, ଏଥିରେ ସଂଖ୍ୟା ୧୯: ୨. କଳାନ୍ତର ପ୍ରାଣହର—ଏଥିରେ ଆଘାତ ହେଲେ କିଛି ଦିନ ପରେ ମୃତ୍ୟୁ ଘଟେ, ଏଥିରେ ସଂଖ୍ୟା ୩୩: ୩. ବୈକଲ୍ୟକର— ଏଥିରେ ଆଘାତ ଲାଗିଲେ ଅଙ୍ଗ ବିକଳ ହୁଏ, ଏଥିର ସଂଖ୍ୟା ୪୪: ୪. ପୀଡ଼ାକର—ଏଥିରେ ଆଘାତ ଲାଗିଲେ ଗୁରୁତର ପୀଡ଼ା ଜନ୍ମେ, ଏଥିର ସଂଖ୍ୟା ୮ ୫. ବିଶଲ୍ୟଘ୍ନ—ଏଥିରେ ଶଲ୍ୟାଦି ବିନ୍ଧ ହେଲେ ତାହା ଉତ୍ପାଟନ ମାତ୍ରକେ ମୃତ୍ୟୁ ଘଟେ, ଏଥିର ସଂଖ୍ୟା ୩—ହିନ୍ଦୀ - ଶ]

୩. ଅନ୍ତର; ଆନ୍ତରିକ ଭାବ; ହୃଦୟ —୩. The heart; corner of recess of the heart.
୪. ଗୁପ୍ତ କଥା; ରହସ୍ୟ; ଚୂଢ଼ କଥା —୪. Secret; key to a matter.
୫. ସାରାଂଶ; ତତ୍ତ୍ୱ —୫. Essence; ruth of a matter.
୬. ଅଭିପ୍ରାୟ; ତାତ୍ପର୍ଯ୍ୟ —୬. Gist; drift.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ଓବିଶେଷଣ -

[ସମ୍ପାଦନା]

ମରମ (ଦେଖ) - — Marama (See)

[ଉ—ସବୁରି ସଙ୍ଗେ ମର୍ମେ ମିଶି, ଖୋଜଇ ସବୁ ଘରେ ପଶି—ଭୂପତି. ପ୍ରେମପଞ୍ଚାମୃତ—ମର୍ମ ସେ ଜିହ୍ୱା ନବ ହୋଇ—ଯଶୋବନ୍ତ. ପ୍ରେମଭକ୍ତି ବ୍ରହ୍ମଗୀତା ]

୭. ପାରିବାରିକ ବା ବ୍ୟକ୍ତିଗତ କଳଙ୍କୃ —୭. Scandal; family-secret.