Jump to content

ମଲାଟ

ଉଇକିଅଭିଧାନ‌ରୁ

ମଲାଟ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଳପୃଷ୍ଠ=ପୁସ୍ତକର ଉପର ପୃଷ୍ଠା)

[ସମ୍ପାଦନା]
୧. ତାଳ— ପତ୍ର ପୋଥି ଉପରେ ଦିଆଯିବା ପଟା; ପୋଥିପଟା — ୧. Wooden boards put on a palm-leaf manuscript to keep it undamagedd.
୨. କାଗଜ ବହି ଉପରେ ଦିଆ ଯିବା ପଟା ବା ମୋଟ କାଗଜର ଆବରଣ; ପିଠିକା —୨. The cardboard binding or cover of a book; the stiff outer page of a book.

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]
୧. (ଇ. ମାଲ୍ଲେଟ୍=ଖୁଣ୍ଟମାନଙ୍କୁ ଭୂମିରେ ବାଡ଼େଇ କରି ବସାଇବାରେ ବ୍ୟବହୃତ କାଠର ବଡ଼ ହାତୁଡ଼ୀ; ହାତୁଡ଼ିଦ୍ୱାରା ଏ ଖୁଣ୍ଟିମାନ ପୋତା ଯିବାରୁ) ମଇଲାଟ; ମଈବନ୍ଧକୁ ବଢ଼ିପାଣି ଅତଡ଼ି ନ କାଇବା ପାଇଁ ବନ୍ଧମୂଳରେ ପୋତାଯିବା କାଠର ବା ବାଉଁଶର ଖୁଣ୍ଟିମାନ —୧. Wooden or bamboo pegs orr posts driven deep at the foot of embankments to save them from erosion
୨. (ଇ. ମାଲ୍ଲେଟ୍) ଖୁଣ୍ଟି ଆଦିକୁ ଭୂମିରେ ବାଡ଼େଇ ପୋତିବା ପାଇଁ ବ୍ୟବହୃତ କାଠର ବଡ଼ ହାତୁଡ଼ା; ପିଟଣା —BIg wooden mallet.
୩. (ଛାପାଖାନାରେ ବ୍ୟବହୃତ ଶବ୍ଦ; ଇଂ ମାଲ୍ଲେଟ୍) ଛାପା ହେବା ପୂର୍ବରୁ ସୀସାର ଟାଇପ୍ମାନଙ୍କୁ ଫାର୍ମରେ ବସାଇ ସମତୁଲ କରିବା ପାଇଁ ବ୍ୟବହୃତ କାଠର ହାତୁଡ଼ା; ପିଟଣା —୩. Printe's mallet.