Jump to content

ମଲ୍ଲ

ଉଇକିଅଭିଧାନ‌ରୁ

ମଲ୍ଲ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମଲ୍ଲ୍ ଧାତୁ+କର୍ତ୍ତୃ.ଅ)

[ସମ୍ପାଦନା]
୧. ବାହୁଯୋଦ୍ଧା; ମାଲ; ପହିଲ୍ୱାନ୍; ଯେ କୁସ୍ତି ବା କସରତ୍ କରେ —୧. A wrestler; an athlete; a boxer.
୨. କପୋଳ; ଗଣ୍ଡସ୍ଥଳ;ଗାଲ —୨. Cheek; the cheek and temple (Apte).
୩. ମାଳା —୩. Weath; necklace; garland.
୪. ପାନପତ୍ର —୪. A drinking vessel; cup (Apte).
୫. ମଲ୍ଲଭୁ; ମାଲବାର ଦେଶ —୫. The Mālabāra country.
୬. ବର୍ଣ୍ଣସଙ୍କର ଜାତିବିଶେଷ —୬. Name of a mixed caste born of an outcaste Kshatriya by a kshatriya woman.

[ଦ୍ରଷ୍ଟବ୍ୟ —ମଲ୍ଲ ନାମକ ପ୍ରାଚୀନ ଜାତିର ନାମ ଓ ସେମାନଙ୍କ ଦେଶର ଓ ରାଜାଙ୍କର ନାମ ମହାଭାରତରେ ଉଲ୍ଲେଖ ଅଛି ମନୁସଂହିତାରେ (୧/୨୨: )ରେ ମଲ୍ଲ ଜାତି ବ୍ରାତ୍ୟ ବା ସଂସ୍କାରଚ୍ୟୁତ କ୍ଷତ୍ରିୟ ଥିବାର ଉଲ୍ଲେଖ ଅଛି ପର଼େ ମଲ୍ଲ ଜାତି ବୌଦ୍ଧଧର୍ମ ଗ୍ରହଣ କରିଥିବା ବିଷୟ ତ୍ରିପିଟକରେ ମିଳେ ଏମାନେ ଦ୍ୱନ୍ଦ ଯୁଦ୍ଧରେ ଖୁବ୍ ନିପୁଣ ଥିଲେ ଏଥିପାଇଁ ଦ୍ୱନ୍ଦ ଯୁଦ୍ଧକୁ ମଲ୍ଲ ଯୁଦ୍ଧ ବୋଲା— ଯାଏ ମଲ୍ଲମାନେ ଶସ୍ତ୍ରବୃତ୍ତ,ଦ୍ୟୁତାସକ୍ତ, ପାନ୍ୟସକ୍ତ ଓ ରଜୋଗୁଣ ରୃପ୍ରଧାନ ଥିବା ମନୁ ସ୍ମୃତି (୧୨/୪୫: )ରେ ଉଲ୍ଲେଖ ଅଛି ମୁଲତାନ (ମଲ୍ଲସ୍ଥାନ), ମଳବାର, ମାଳବ ଆଦି ସ୍ଥାନର ନାମରୁ ସେଠାର୍ ମଲ୍ଲମାନେ ପୂର୍ବେ ବାସ କରୁଥିବା ଅନୁମିତ ହୁଏ ବ୍ର୍ମହ୍ମବୈବର୍ତ୍ତ ପରାଶରେ ମଲ୍ଲ ଜାତିକୁ ଲେଟପତା ଓ ତୀବରୀମାତା ଓ ପରାଶର ସ୍ମୃତିରେ କୁନ୍ଦକାର ପିତା ଓ ତନ୍ତୁବାୟ ମାତାଠାରୁ ଉତ୍ପନ୍ନ ବର୍ଣ୍ଣସଙ୍କର ଜାତି ବୋଲା ଯାଇଅଛି ]

୭. ନୈବେଦ୍ୟର ଅବ— ଶିଷ୍ଟାଂଶ —୭. The remnant of a an oblation (Apte).
୮. ମତ୍ସ୍ୟବିଶେଷ (ହିନ୍ଦୀ - ଶ.) —୮. A kind of fish. n
୯. ବିରାଟଦେଶ ନିକଟସ୍ଥ ପ୍ରାଚୀନ ଦେଶ (ହିନ୍ଦୀ - ଶ) —୯. Name of an ancient country.
୧. ଦୀପ (ହିନ୍ଦୀ - ଶ) —୧୦. Lamp.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ବଳିଷ୍ଠ —୧. Strong; robust.
୨. ଉତ୍ତମ; ଉତ୍କୃଷ୍ଟ —୨. Good; excellent.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଳୟ)

[ସମ୍ପାଦନା]
୧. ମଲ (ଦେଖ) - —୧. Mala (See)
୨. ଚନ୍ଦ୍ରାବଳୀଙ୍କ ସ୍ୱାମୀ ଗୋବର୍ଦ୍ଧନ ମଲ୍ଲ —୨. Gobarddhana Malla, the husband of Chac<? ?>ndrābaḻī.

[ଉ—ଚଳିଲେ ବହନ ମିଳିଲେ ଯାଇଁ ମଲ୍ଲ ନଗର—ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି ]