ମଲ୍ ମଲ୍
ଦେଖଣା
ମଲ୍ ମଲ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଳ ମଲ୍ଲକ=କୌପୀନ) [ହିନ୍ଦୀ - ଶ]
[ସମ୍ପାଦନା]- ୧. ଅତି ସୂକ୍ଷ୍ମ ସୂତାର ଲୁଗା —୧. Musling; mull.
[ଦ୍ରଷ୍ଟବ୍ୟ — ପୂର୍ବେ ଢାକା ଓ କାଲିକଟ ଆଦି ସ୍ଥାନର ତନ୍ତିମାନେ ଅତି ସୂକ୍ଷ୍ମ ବସ୍ତ୍ର ପ୍ରସ୍ତୁତ କରୁଥିଲେ ବର୍ତ୍ତମାନ ବିଲାତି ମଲମଲର ପ୍ରାଦୁର୍ଭାବ ସଙ୍ଗେ ସଙ୍ଗେ ଆମ ଦେଶର ସୂକ୍ଷ୍ମ ବସ୍ତ୍ର ଲୁପ୍ତପ୍ରାପ୍ତ ହୋଇଅଛି ପୂର୍ବେ ଇଷ୍ଟ୍ଇଣ୍ଟିଆ କମ୍ପାନି ବଣିକଦଳ ଆମ ଦେଶରୁ ଲକ୍ଷ ଲକ୍ଷ ଟଙ୍କାର ମଲ୍ ମଲ୍ ବିଲାତକୁ ନେଉ ଥିଲେ ମସ୍ଲିନ୍ ଶବ୍ଦରୁ ମସଲିପଟମ ନଗର ନାମକରମ ହୋଇଥିଲା ମଲମଲର ଇଂରାଜି ଶବ୍ଦ ମସ୍ଲିନ୍ ଆସିୟିକ ତୁରସ୍କର 'ମୋସୁଲ' ନାମକ ନଗରରୁ ଉତ୍ପନ୍ନ ହୋଇଅଛି; କାରଣ ଭାରତର ଆବିଷ୍କାର ପୂର୍ବରୁ ଇଉରୋପର ବଣିକମାନେ ମୋସୁଲ ନଗରରେ ଏ ସୂକ୍ଷ୍ମ ବସ୍ତ୍ର ପ୍ରସ୍ତୁତ ହେଉଥିବାର ବିଶ୍ୱାସ କରୁଥିଲେ]
- ୨. ମର୍ମର (ଦେଖ) - —୨. Marmara (See).
(ଉ—କେତେ ଘର ମଲମଲ ପଥରରେ ତିଆରି ହୋଇଥାଏ ନୀଳକଣ୍ଠ ଦାସ. ପିଲାଙ୍କ ରାମାୟଣ)
ଦେଶଜ - ବିଶେଷଣ -
[ସମ୍ପାଦନା]ଅତି ସୂକ୍ଷ୍ମ(ବସ୍ତ୍ର) —Of very texture; very fine (cloth).