ମଳ
ମଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - [ମଳ୍ ଧାତୁ=(ଶରୀରରେ ଧାରମ କରିବା+କର୍ମ. ଅ)
[ସମ୍ପାଦନା]- ୧. ଶରୀରରୁ ବାହାରିବା ବିଷ୍ଠା, ମୂତ୍ର, ଶିଂଘାଣି ଆଦି ମଇଳା — ୧. Excretions or secretions from the body of animals; sordes of the body.
[ଦ୍ରଷ୍ଟବ୍ୟ —ଶରୀରରୁ ନାନାପ୍ରକାରରେ ନାନାବାଟେ ମଳ ବହିର୍ଗତ ହୁଏ ଯଥା ===
ଅଙ୍ଗରନାମ ସଂସ୍କୃତ ଶବ୍ଦ ଦେଶଜ ଶବ୍ଦ
ସର୍ବାଙ୍ଗରୁ ସ୍ୱେଦ ଝାଳ
ପେଟରୁ ଗୁହ୍ୟବାଟେ ବିଷ୍ଠା ଗୁହ
ପେଟରୁମୂତ୍ରଦ୍ୱାରବାଟେ ମୂତ୍ର ମୂତ
ନାକବାଟେ ଶ୍ଳେଷ୍ମା ଶିଂଘାଣି
କାନବାଟେ କର୍ଣ୍ଣମଳ କାନଗଇ
ଆଖିବାଟେ ଚକ୍ଷୁର୍ମଳ ଲେନ୍ଦେରା
ପାଟିବାଟେ ଲାଳ ଖଙ୍କାର, ଛେପ, ନାଳ
ଜିଭ ଓ ଦାନ୍ତର ମଳ ଜିହା ବା ଦନ୍ତମଳ ଛତିଆ
ଲିଙ୍ଗ ମଧ୍ୟରେ ଜାତ ଲିଙ୍ଗମଳ ଗେନ୍ଧା
ସ୍ତ୍ରୀ ଗାତ୍ରରୁ ମାସାନ୍ତରରେ ନିର୍ଗତ ଋତୁସ୍ରାବ ମଧ୍ୟ ମଳ ଅଟେ ମନୁସଂହିତାରେ ମଳ ୧୨: ପ୍ରକାର ବୋଲାଯାଇ ଅଛି, ଯଥା— ବସା , ଶୁକ୍ର, ରକ୍ତ, ମଜ୍ଜା, ମୂତ୍ର, ବିଷ୍ଠା, କର୍ଣ୍ଣମଳ, ନାସାମଳ, ଶ୍ଳେଷ୍ମା ବା କଫ, ଅଶ୍ରୁ, ଚକ୍ଷୁର୍ମଳ ବା ଲେନ୍ଦେରା,
ଓ ଝାଳ (ମନୁ ୫୧୩୫: ); ଦେହରୁ ବହିର୍ଗତ ମଳ ଅପବିତ୍ର (ମନୁ ୫୧୩୨: ) ଦେହରୁ ଉକ୍ତ ୧୨: ପ୍ରକାର ମଳ ବହିର୍ଗତ ହେବା ଅଙ୍ଗ ଓ ଇନ୍ଦ୍ରୟମାନଙ୍କୁ ଜଳ ଓ ମୃତ୍ତିକାଦ୍ୱାରା ଶୁଦ୍ଧ କରିବ (ମନୁ ୧୧୩୪: ) ଦେହସ୍ଥ ରସରୁ ନିର୍ଗତ ଶ୍ଳେଷ, ରକ୍ତରୁ ପିତ୍ତ, ମାଂସରୁ ନାସା ଓ କର୍ଣ୍ଣମଳ, ଚର୍ବୀରୁ ସ୍ୱେଦ, ଅସ୍ଥିର ନଖ ଓ କେଶରୁ ଓ ମସ୍ତିସ୍କରୁ ନିର୍ଗତ ଲେନ୍ଦେରାକୁ ମଳ ବୋଲାଯାଏ (M.W.)
ଘନ, ତରଳ ଓ ବାୟବୀୟ ଆକାରରେ ମଳ ତିନି ପ୍ରକାର ହୁଏ ଯଥା—ଘନ ବିଷ୍ଠା, ତରଳ ଯଥା ମୃତ୍ର, ବାୟବୀୟ ଯଥା— ଅଧୋବାୟୁ; ହାକୁଟି ଯାହାସବୁ ଏ ଉପାୟରେ ବାହାରି ନ ଯାଏ ତାହା ବଥ, ବାଘୀ, ବିସ୍ଫୋଟକ, କାଛୁ, ବସନ୍ତ, ହାଡ଼ଫୁଟୀ ଆଦିଦ୍ୱାରା ପୂଯ ଓ ପାଣି ରୂପେ ଦେହରୁ ବାହାରେ]
- ୨. ଶରୀରସ୍ଥ ପ୍ରକୃତି ଦୋଷ; ଶରୀରସ୍ଥ ବାତ, ପିତ୍ତ ଓ କଫ —୨. The ୩ humours of the system (rheum, phlegm, bile).
- ୩. ଲୁହା ଆଦିର କଳଙ୍କି; ମରିଚା —୩. Rust.
- ୪. ତରଳ ପଦାର୍ଥର ତଳେ ଯାହା ବସିଯାଏ —୪. Dregs of a liquid.
- ୫. ତୈଳାଦିର କାଣ୍ଟି ବା ସିଠା —୫. Sediment.
- ୬. ତରଳ ପଦାର୍ଥର ଉପରେ ଯାହା ଭାସି ଉଠେ; ଫେଣ —୬. Scum or froth of a liquid.
- ୭. ଦେହରେ ଓ ବସ୍ତ୍ର ଆଦିରେ ବସିଯିବା ମଳି ବା ମଇଳା — ୭. Dirt; filth.
- ୮. (ଲକ୍ଷଣାର୍ଥ) ପାପ — ୮. (figurative) Sin.
- ୯. ହୃଦୟର ଅସରଳତା — ୯. Want of frankness.
- ୧. ହୃଦୟର ସନ୍ଦେହ — ୧୦. Doubt.
- ୧୧. ବିଷ୍ଠା —୧୧. Faecus; dung.
[ଦ୍ରଷ୍ଟବ୍ୟ —ଶରୀରର ସବୁ ପ୍ରକାର ମଇଳାକୁ ମଳ ବୋଲା ଗଲେହେ ବିଷ୍ଠା ପ୍ରତି ଏହା ସାଧାରଣତଃ ବ୍ୟବହୃତ ହୋଇଥାଏ]
- ୧୨. କଳଙ୍କ —୧୨. Stain.
- ୧୩. କର୍ପୂର —୧୩. Camphor.
- ୧୪. ସମୁଦ୍ର— ଫେଣ —୧୪. Cuttle-fish bone.
- ୧୫. କଷା ଯାଇଥିବା ଚମଡ଼ା —୧୫. Tanne leather.
- ୧୬. ଚମଡ଼ାର ପୋଷାକ —୧୬. A leather garment.
- ୧୭. ତରଲ ଧାତୁରୁ ବାହାରିବା ମଇଳା —୧୭. Dross; scoria; slag.
- ୧୮. ଦୋଷ (ହିନ୍ଦୀ - ଶ) — ୧୮. Fault; defect; blemish.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. କୃପଣ — ୧. Miserly.
- ୨. ମଳଯୁକ୍ତ —୨. Dirty; filthy.