ମଳା
ଦେଖଣା
ମଳା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମଳା
(ମଳେଈ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ମଳ+ ଆ)
[ସମ୍ପାଦନା]- ୧. ବିଛାର ଲାଞ୍ଜର ଅଗ୍ରଭାଗ; କଙ୍କଡ଼ା ବିଛାର ନାହୁଡ଼ି —୧. THe tip of a scorpion's tail (M.W.)
- ୨. ଏକ ପ୍ରକାର କଂସା ବା ପିତ୍ତଳ —୨. A kind of brass or bell- metal (M.W.)
- ୩. ବିଙ୍କକତ; ଭାଇଞ୍ଚି — ୩. Flacouurtia Cataphracta (M.W.)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଣ୍ଡଳା)
[ସମ୍ପାଦନା]- ୧. ବୃତ୍ତାକାର ରେଖା — ୧. Circle.
- ୨. ଗୋଲାକାର ଚିହ୍ନ —୨. Cirrcular spot or patch.
- ୩. ଗଛ ମୂଳରେ ପାଣି ଦେବା ନିମନ୍ତେ ହୋଇଥିବା ଅଳବାଳ; ମନ୍ଦା —୩. A basin dug at the foot of a tree for watering it.
- ୪. ଅଗାଣ୍ଡିଆ ପାତ୍ର ଆଦି ରଖିବା ପାଇଁ ମାଟିରେ ଖୋଳା ହେବା ଅଗଭୀର ଚଉଡ଼ା ଗୀତ — ୪. Circular groove made on the ground to place round-bottomed pots.
- ୫. ଅଗାଣ୍ଡିଆ ହାଣ୍ଡି ମାଠିଆ ଆଦି ଭୂମିରେ ଅଟଳ କରି ରଖିବା ପାଇଁ ପ୍ରସ୍ତୁତ ପାଳ ଆଦି ନିର୍ମିତ ଶୂନ୍ୟଗର୍ଭ ବଇଠି; ମୋଡ଼ା — ୫. Circular rings of straw on which round-bottomed pots are kept stable on even ground.
- ୬. ବୋଝିଆମାନେ ମୁଣ୍ଡରେ ବୋଝ ରଖିବା ପାଇଁ ତିଆରି କରିଥିବା ଚୁମୃଳା ବା ମୁଚୁଳା —୬. Circular cushions put over the head to carry loads thereon.
- ୭. ସାପ, ତେଲୁଣୀପୋକ ଆଦିଙ୍କର ଶୋଇବାର କୁଣ୍ଡଳୀ — ୭. Coil (of serpents etc).
- ୮. ଉଇ ପିମ୍ପଡ଼ି ଆଦିଙ୍କ ଗୋଲାକାର ମନ୍ଦା —୮. A circular swarrm of white ants and other insects.
- ୯. ମଳିବା (ଦେଖ) - —୯. Maḻibā (See)
- ୧. (ଲକ୍ଷଣାର୍ଥ) ଅନୁସରଣ ପୂର୍ବକ ଖୋସାମଦ କରିବା — ୧୦. (figurative) Act of dancing attendance; flattering a person for favours.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଯେ ମଳେ ବା ମଳିବା କ୍ରିୟା କରେ — ୧. Engaged in twisting and twirling.
- ୨. ଖୋସାମଦିଆ —୨. Flattering; given to flattery.