ମଳୟ
ଦେଖଣା
ମଳୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମଳ୍ ଧାତୁ=ଧାରଣ କରିବା+କର୍ତ୍ତୃ. ଅୟ; ଯାହା ଚନ୍ଦନ ବୃକ୍ଷକୁ ଧାରଣ କରେ, ସଂସ୍କୃତ - ମାଳ=ଜଙ୍ଗଲ; ଦ୍ରାବିଡ଼, ମଳୌ=ପର୍ବତ)
[ସମ୍ପାଦନା]- ୧. ମହୀଶୂର ରାଜ୍ୟର ଦକ୍ଷିଣ ଓ ତ୍ରିବାଙ୍କୁଡ଼ ରାଜ୍ୟର ପୂର୍ବସୀମାରେ ଅବସ୍ଥିତ ପଶ୍ଚିମାଘାଟ ପର୍ବତର ଅଂଶ ଚନ୍ଦନାଦ୍ରି —୧. A range of mountains running along the west or Malabar coast of India, the Malaya range of hills.
[ଦ୍ରଷ୍ଟବ୍ୟ —ଦ୍ରାବିଡ଼ 'ମଳୈ' ଶବ୍ଦ (=ପର୍ବତ)ରୁ ଦାକ୍ଷିଣାତ୍ୟ ପର୍ବତମାଳାର ନାମ ମଳୟ ପର୍ବତ ହୋଇଅଛି ଏହି ପର୍ବତ ଅର୍ଥବାଚୀ ମଳୟ ଶବ୍ଦ ଅନୁସାରେ ଦକ୍ଷିଣ ଦିଗରୁ ବହୁଥିବା ପବନକକୁ ମଳୟ ପବନ କହନ୍ତି ପଶ୍ଚିମାଘାଟ ପର୍ବତର ଯେଉଁ ଦକ୍ଷିଣ ଅଂଶ ମହୀଶୂର ରାଜ୍ୟର ଦକ୍ଷିଣରୁ ତ୍ରିବାଙ୍କୁଡ଼ ରାଜ୍ୟର ପୂର୍ବ ସୀମା ପର୍ଯ୍ୟନ୍ତ ବ୍ୟାପି ରହିଅଛି ତାହାହିଁ ପ୍ରାଚୀନ ଭାରତର ମଳୟ ପର୍ବତ ବୋଲି ଆଧୁନିକ ଭୂଗୋଳବିଦ୍ମାନଙ୍କ ମତ; ଏହି ପର୍ବତ— ଶ୍ରେଣୀର ଉତ୍ତର ଅଂଶକୁ ନୀଳଗିରି ପର୍ବତ ଓ ଦକ୍ଷିଣ ଅଂଶକୁ Cardamom ବା ଅଳାଇଚ ପର୍ବତ ବୋଲାଯାଏ ନୀଳଗିରି ପର୍ବତ ଉପରେ ମାନ୍ଦ୍ରାଜ ସରକାରଙ୍କ ଗ୍ରୀଷ୍ମ ନିବାସ ଉତ୍ତକାମଣ୍ଡ ବା ଉଦକମଣ୍ଡଳ (Ooty) ଅବସ୍ଥିତ, ଏହି ମଳ. ପର୍ବତରେ ଚନ୍ଦନ ବୃକ୍ଷର ବଣ ଅଛି]
- ୨. ମଳୟ ପବନ; ଆରାମପ୍ରଦ ଦକ୍ଷିଣା ପବନ; ବସନ୍ତପବନ —୨. The south breeze blowing in spring (in India).
- ୩. ଭାରତର ଦକ୍ଷିଣ ପଶ୍ଚିମ ଉପକୂଳସ୍ଥ ଦେଶାଂଶ (ତ୍ରିବାଙ୍କୁରର ଉର୍ତ୍ତର ପଶ୍ଚିମ ଓ ବମ୍ୱେର ଦକ୍ଷିଣ) —୩. The Malabar coast; the Malabar country.
- ୪. ଆରାମ; ଉପବନ —୪. A pleasure garden.
- ୫. ଦ୍ୱୀପ ବିଶେଷ —୫. Name of an island.
- ୬. ନନ୍ଦନକାନନ —୬. The pleasure-garden or park of Indra.