Jump to content

ମଶା

ଉଇକିଅଭିଧାନ‌ରୁ

ମଶା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଶ, ମଶକ)

[ସମ୍ପାଦନା]
୧. ଦ୍ୱିପତ୍ରୀ ଷଟ୍ପଦୀ କୀଟବିଶେଷ — ୧. Gnat; mosquito; culex.

[ ଦ୍ର—ଏମାନେ ମନୁଷ୍ୟ ଓ ପଶୁଆଦି ଜୀବଙ୍କ ରକ୍ତଶୋଷଣ କରନ୍ତି ଓ ଗୁଣୁ ଗୁଣୁ ଶବ୍ଦ କରନ୍ତି ଏମାନଙ୍କର ମୁହଁରେ ଥିବା ନାହୁଡ଼ ଅତି ସୂଷ୍ମ ଓ ଏହି ନାହୁଡ଼କୁ ଜୀବମାନଙ୍କ ଲୋମକୂପରେ ଗଳାଇ ଦେଇ ତଦ୍ଦ୍ୱାରା ରକ୍ତ ଶୋଷନ୍ତି ଏମାନେ ମଇଳାପାଣିରେ ଜନ୍ମନ୍ତି ପ୍ରଥମେ ମସ୍ତକଯୁକ୍ତ କୃମି ପରିପୋକ (wrigglers) ହୋଇ ପାଣିରେ ସାଲୁ— ସାଲୁ ହୁଅନ୍ତି ଓ ପରେ ପକ୍ଷ ଲାଗି ଉଡ଼ନ୍ତି ନାନାପ୍ରକାରର ମଶା ଅଛନ୍ତି ମଶାମାନେ ରାତିରେ ବାହାରି ଜୀବଙ୍କୁ କାମୁଡ଼ନ୍ତି ଏମାନଙ୍କ କାମୁଡ଼ାରେ କ୍ଷତସ୍ଥାନ ଫୁଲିଯାଇ ବେଳେ ବେଳେ ବିଶେଷ ଯନ୍ତ୍ରଣା ଦିଏ ଏକପ୍ରକାର ମଶ (Anophyle) ଙ୍କଜ ନାହୁଡ଼ରେ ଥିବା ବିଷ ମନୁଷ୍ୟ ଦେହରେ ପ୍ରବେଶ କରି ମାଲେରିଆ, ଆମବାତ ଓ ବାତ— ଜ୍ୱରର ବୀଜ ମନୁଷ୍ୟଠାରେ ପ୍ରବେଶ କରାଏ ଶୀତପ୍ରଧାନ ଦେଶରେ ଏମାନେ କମ୍ ଜନ୍ମନ୍ତି ଧୂଆଁ ଦେଲେ ଏମାନେ ଧୂଆଁର ତୀବ୍ରତା ଯୋଗୁଁ ପଳାଇ ଯାଆନ୍ତି; ପୁଣି ଧୂଆଁ କମିଗଲେ ଏମାନେ ଆସନ୍ତି ନଡ଼ିଆଗଛର ଶିପ ବା ଖୋସାର ଧୂଆଁ ଅନ୍ୟ ଧୂଆଁ ଅପେକ୍ଷା ମଶାଙ୍କୁ ବେଶି ପରିମାଣରେ ନିବାରଣ କରେ ମଶା କାମୁଡ଼ାରୁ ରକ୍ଷା ପାଇବା ନିମନ୍ତେ ଲୋକେ ଜାଲଯୁକ୍ତ ମଶାରି ବ୍ୟବହାର କରନ୍ତି ମଶାମାନେ କାନପାଖରେ ଗୁଣୁ ଗୁଣୁ ଶବ୍ଦ କରିବାରୁ ଓ ମନୁଷ୍ୟକୁ କାମୁଡ଼ିବାରୁ ଲୋକେ ଖଳ ଓ କାନକୁହା (ଚୁଗୁଲିଆ) ବ୍ୟକ୍ତିକୁ ମଶା ସଙ୍ଗେ ତୁଳନା କରନ୍ତି ]

୨. ମଶାପରି ଅତି କ୍ଷୁଦ୍ର ଜୀବ —୨. Any small animal compared to a mosquito.
୩. ମଶାପରି ଅତି କ୍ଷୁଦ୍ର ଓ ହାଲୁକା ପଦାର୍ଥ —୩. Any tiny light thing compared to a mosquito.