ମହତ୍
ମହତ୍
ଉଚ୍ଚାରଣ
[ସମ୍ପାଦନା](ମହାନ୍—ପୁଂ) (ମହତୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ମୂଳଶବ୍ଦ) (ମହ୍ ଧାତୁ=ପୂଜା କରିବା+କର୍ମ. ଅତ୍)
[ସମ୍ପାଦନା]- ୧. ଅତ୍ୟଧିକ —୧. Excessive; intense.
(ଯଥା—ମହାଦୁଃଖ, ମହତୀ ଇଚ୍ଛା)
- ୨. ପ୍ରଧାନ —୨. Chief.
- ୩. ଶ୍ରେଷ୍ଠ —୩. Excellent.
- ୪. ବେଶି; ଅନେକ; ବହୁ —୪. Much; many.
- ୫. ବଡ଼; ବୃହତ୍ — ୫. Great; big; large; huge.
- ୬. ପ୍ରବଳ;
ବଳଶାଳୀ —୬. Strong; powerful.
(ଯଥା— ମହାବୀର)
- ୭. ସତ୍ ସ୍ୱଭାବଯୁକ୍ତ; ଉଦାର —୭. Noble.
(ଯଥା—ମହାମନାଃ; ମହାଜନ)
- ୮. ଅତି ଉତ୍ତମ —୮. Very good.
(ଯଥା—ମହତ୍କାର୍ଯ୍ୟ)
- ୯. ଦୀର୍ଘ୍ୟ —୯. Long.
(ଯଥା—ମହାବାହୁ)
- ୧. ଉଚ୍ଚ; ସତ୍; ପ୍ରସିଦ୍ଧ —୧୦. High.
(ଯଥା—ମହତ୍କୁଳ)
- ୧୧. ଗଭୀର —୧୧. Gross; thick; dense.
(ଯଥା—ମହାନ୍—ଅନ୍ଧାକାର)
- ୧୨. ପ୍ରୟୋଜନୀୟ —୧୨. Important.
(ଯଥା—ମହତୀବାର୍ତ୍ତା)
- ୧୩. ଉଚ୍ଚୈଃସ୍ୱର ବିଶିଷ୍ଟ —୧୩. Loud.
(ଯଥା— ମହାନ୍ ଘୋଷ)
[ଦ୍ରଷ୍ଟବ୍ୟ — —ଏହାର ପୁଂଲିଙ୍ଗରେ ମହାନ୍ ଓ ସ୍ତ୍ରୀଲିଙ୍ଗରେ ମହତ ହୁଏ ସାଧାରଣତଃ ଅନ୍ୟ ଶବ୍ଦ ପୂର୍ବେ ଯୁକ୍ତ ହୋଇ ବହୁବ୍ରୀହି ଓ କର୍ମଧାରୟ ସମାସରେ 'ମହତ୍' ଶବ୍ଦ 'ମହା' ରୂପ ଧାରଣ କରେ ଓ ତତ୍ପୁରୁଷ ସମାସରେ 'ମହତ୍' ଆକାରର ପରିବର୍ତ୍ତନ ଘଟେ ନାହିଁ କିନ୍ତୁ ଏହି ନିୟମର ଅଳ୍ପ କେତେକ ସ୍ଥଳରେ ବ୍ୟତିକ୍ରମ ଦେଖାଯାଏ ଏହି ଶବ୍ଦର ପୂର୍ବେ ବ୍ୟବହାର ବିଷୟରେ ବିଶେଷତ୍ୱ ଅଛି ସାଧାରଣତଃ ଏ ଶବ୍ଦର ଅର୍ଥ ଶ୍ରେଷ୍ଠ, ଉଦାର, ଉତ୍କୃଷ୍ଟ; ଓ ଏହା ଅନ୍ୟ ଶବ୍ଦ ପୂର୍ବେ ବ୍ୟବହୃତ ହେଲେ ପରବତ୍ତୀ ଶବ୍ଦର ପ୍ରାଧାନ୍ୟାର୍ଥ ପ୍ରକାଶ କରେ କିନ୍ତୁ 'ଶଙ୍ଖେ' ତୈଳେ ତଥା ମାଂସେ ବୈଦ୍ୟେ ଜ୍ୟୋତିଷିକେ ଦ୍ୱିଜେ, ଯାତ୍ରାୟାଂ ପଥି ନିଦ୍ରାୟାଂ, ମହଚ୍ଛଦ୍ଦୋ ନ ଦୀୟତେ' ଏହି ବଚନରୁ ଶଙ୍ଖ, ତୈଳ ମାଂସ ବୈଦ୍. ଜ୍ୟୋତିଷିକ, ଦ୍ୱିଜ, ଯାତ୍ରା ପଥ, ନିଦ୍ରା, ଏହି ୯ଟି ଶବ୍ଦ ପୂର୍ବେ ମହତ୍ ଶବ୍ଦର ପ୍ରୟୋଗ କରାଯାଏ ନାହିଁ ବୋଲି ପ୍ରାଚୀନ ଶାସ୍ତ୍ର— କରମାନେ କହି ଅଛନ୍ତି; କିନ୍ତୁ ସଂସ୍କୃତ ଅଭିଧାନ ଓ ଗ୍ରନ୍ଥ ମାନଙ୍କରେ ମହା ଶଙ୍ଖ (ମରକକରୋଟୀ), ମହାମାଂସ (ନରମାଂସ) ମହାବ୍ରାହ୍ମଣ (ଘୃଣ୍ୟ ବ୍ରାହ୍ମଣ), ମହାଯାତ୍ରା (ମୃତ୍ୟୁ ଉଦ୍ଦେଶ୍ୟରେ ତୀର୍ଥ ଯାତ୍ରା), ମହାପଥ (ମୃତ୍ୟୁ), ମହାନିଦ୍ରା (ମୃତ୍ୟୁ) ଶବ୍ଦମାନ ମିଳେ]
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ରାଜ୍ୟ — ୧. Kingdom; dominion.
- ୨. (ସଂଖ୍ୟା) ମହତ୍ତତ୍ୱ; ବୁଦ୍ଧି —୨. (Saṁkhya philosophy) The intellect as distinguished from the mind.
- ୩. ଜଳ (ହିନ୍ଦୀ - ଶ) —୩. Water.
- ୪. ତତ୍ତ୍ୱଜ୍ଞାନ —୪. Spiritual knowledge (Apte).
- ୫. ମଠର ଅଧ୍ୟକ୍ଷ; ମହନ୍ତ —୫. The abbot of a monastery (Apte).
- ୬. ମହତ୍ତ୍ୱ — ୬. Greatness (Apte).
- ୭. ବହୁ ସଂଖ୍ୟକତା —୭. Numerousness (Apte).
- ୮. ଅନନ୍ତତା — ୮. Infiniteness (Apte).
- ୯. ଶିବ — ୯. Ṡiba (Apte).
- ୧. ଉଷ୍ଟ୍ର —୧୦. Camel (Apte).