ମହତ୍ତ୍ୱ
ଦେଖଣା
ମହତ୍ତ୍ୱ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମହତ୍+ତ୍ୱ)
[ସମ୍ପାଦନା]- ୧. ମହାନୁଭବତା; ଉଦାରତା; ଔଦାର୍ଯ୍ୟ —୧. Nobility; magnanimity.
- ୨. ପ୍ରକର୍ଷ; ଶ୍ରେଷ୍ଠତ୍ୱ —୨. Excellence; superiority.
- ୩. ବୃହତ୍ତ୍ୱ —୩. Largeness; magnitude; great extent.
- ୪. ପ୍ରାଧାନ୍ୟ; ଆଧିକ୍ୟ —୪. Greatness; predominance.
- ୫. ମର୍ଯ୍ୟାଦା;ସମ୍ମାନ; ସମ୍ଭ୍ରମ — ୫. Respect; noblity; honour.
- ୬. ତୀବ୍ରତା; ପ୍ରଖରତା —୬. Intensity; elevation (Apte).
- ୭. ଉଚ୍ଚତା —୭. Height; elevation (Apte).
- ୮. ଉଚ୍ଚପଦ —୮. Exalted position (Apte).
- ୯. ଜରୁରୀ; ଆବଶ୍ୟକତା; ଗୁରୁତା —୯. Importance (Apte); urgency.
- ୧. ଗୌରବ; ଐଶ୍ୱର୍ଯ୍ୟ —୧୦. Majesty (Apte).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମହତ୍ତତ୍ତ୍ୱ (ଦେଖ) - —୧. Mahattattwa (See).
[ଉ—ମହତ୍ତ୍ୱୁ ଅହଂକାର ଜାତ, ତା ତହୁଁ ପଞ୍ଚତନ ମାତ୍ର ପ୍ରାଚୀ ପୂର୍ଣ୍ଣତମ ଚନ୍ଦ୍ରୋଦୟ]
- ୨. ସମ୍ଭ୍ରାନ୍ତପଣିଆ; ଉଚ୍ଚବଂଶୀୟତା; କୁଳୀନତା — ୨. Respectabilty.
- ୩. ବଂଶ ମର୍ଯ୍ୟାଦା; ଉଚ୍ଚ କୁଳରେ ଜନ୍ମିଥିବା ଓ ବନ୍ଧ ବାନ୍ଧିଥିବା ଜନିତ ମର୍ଯ୍ୟାଦା — ୩. Prestige or social position due to noble blood and high and respectable connection; high familystatus.
[ଦ୍ରଷ୍ଟବ୍ୟ —ବର— କନ୍ୟା ପ୍ରସଙ୍ଗରେ ବର ବଂଶ ଓ କନ୍ୟାର ବଂଶ ମଧ୍ୟରେ 'ମହତ୍ତ୍ୱ' କଷାକଷି ହୁଏ ଓ ବରର ବଂଶ ଉଚ୍ଚତର ବା
କନ୍ୟାର ବଂଶ ଉଚ୍ଚତର, ଏହା ସ୍ଥିର କରାଯାଇ ଉଭୟଙ୍କ ମଧ୍ୟରେ ବେଭାର ଦିଆନିଆ ସ୍ଥିରୀକୃତ ହୁଏ]
- ୪. ଉଚ୍ଚ— କୁଳ ସଙ୍ଗେ ବିବାହ ସମ୍ପର୍କ ସ୍ଥାପନ —୪. Establishment of connection with a high family by marriage.