ମହରମ
ମହରମ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ମହରମ୍, ମୁହର୍ରମ)
[ସମ୍ପାଦନା]- ୧. ମୁସଲମାନଙ୍କର ଖେଦପ୍ରକାଶକ, ପ୍ରଧାନ ଯାତ୍ରା —୧. The chief festival of the Mohamedans; the Mohorrum.
- ୨. ମୁସଲମାନୀ ଚାନ୍ଦ୍ର; ମାସ ମୁସଲମାନ୍ମାନଙ୍କର ହିଜରୀ ବର୍ଷର ପ୍ରଥମ ମାସ —୨. The ୧st month of the Mohomedan year.
[ଦ୍ରଷ୍ଟବ୍ୟ —ମୁସଲମାନ୍ମାନେ ମହରମ୍ ମାସର ୭ମ ଦିବସଠାରୁ ୯ମ ଦିନ ପର୍ଯ୍ୟନ୍ତ ୩ଦିନ ପାଳିବା ଯାତ୍ରାର ନାମ ମହରମ୍ ଏହା କୋରାନ୍ରେ ନାହିଁ ମହମ୍ମଦଙ୍କକ ମୃତ୍ୟୁର ୩୪: ବର୍ଷ ପରେ ତାଙ୍କ କନ୍ୟା ଫାତମା ଜୋହୋରାଙ୍କ ବଡ଼ ପୁଅ ଇମାମ୍ ହସନ୍ ଖଲିପା (ଧର୍ମଗୁରୁ) ପଦରେ ବସିବାର ଛଅମାସ ପରେ ଦାମ୍ସ୍କର ଶାସନକର୍ତ୍ତା 'ମାଭିଆ' ଖଲିପା ହେବାକୁ ଚାହିଁବାରୁ ବୃଥା ରକ୍ତପାତର ଆଶଙ୍କା ଦୂର କରିବା ପାଇଁ ହସନ୍ ତାଙ୍କୁ ଉକ୍ତ ଅଧିକାର ବା 'ଖିଲାଫତ୍' ଛାଡ଼ି ଦେଲେ ତଥାପି ମାଭିଆଙ୍କ ପୁଅ ଦୂଷ୍ଟ ଏଜିଦ୍ ହସନ୍ଙ୍କୁ ବିଷ ଖୁଆଇ ମାରିଦେଲା ଏଥିରେ ମଧ୍ୟ ସନ୍ତୁଷ୍ଟ ନ ହୋଇ ମାଭିଆର ସାନ ପୁଅ ହସନଙ୍କ ଭାଇ ହୋସେନଙ୍କୁ ଓ ତାଙ୍କର ୭୨: ଜଣ ସଙ୍ଗୀକୁ ବିଶ୍ୱାସରେ 'କୁଫା' ନାମ ସ୍ଥାନକୁ ଡ଼କାଇ ନେଇ ସେଠାରେ ତାଙ୍କୁ ନିରାହାର ରକାଇ ନିଷ୍ଠୁରଭାବରେ 'କତଲ୍' (ହତ୍ୟା) କଲା ଏହି ଦୂର୍ଘଟଣା ମହରମ୍ ମାସରେ ହୋଇ ଥିବାରୁ ମୁସଲମାନ୍ମାନେ ଏହାର ସ୍ମରଣାର୍ଥ ମହରମ୍ ପାଳନ୍ତି ଏ ସମୟରେ ପ୍ରତ୍ୟେକ ମୁସଲମାନ ଶୋକ, ଦାନ ଓ ଶୋଷୀ ଭୋକୀଙ୍କୁ ପାନ ଭୋଜନ ଦେବା ବିଧାନ ପାଳିଥାନ୍ତି ମୁସଲମାନ୍ମାନେ ବାହାର କରିବା ତାଜିଆ ଓ ତତ୍ସଂକ୍ରାନ୍ତି ଖେଳ ତାମସା ଧର୍ମବିରୁଦ୍ଧ କିନ୍ତୁ କାଳକ୍ରମେ ଏ ଖେଦ— ପ୍ରକାଶକ ଯାତ୍ରା ଉତ୍ସବ ଓ ପର୍ବରେ ପରିଣତ ହୋଇଅଛି କଥିତ ଅଛି ଯେ ତୈମୁର୍ଲଙ୍ଗ୍ ଭାରତବର୍ଷରେ ତାଙ୍କ ସୈନ୍ୟଙ୍କ ପାଳିତ (ଖ୍ରୀ. ୧୩୯୮: ) ମହରମ୍ ଉପଲକ୍ଷରେ ତାଜିଆ ନିର୍ମାଣ କରି ତାଜିଆ ସହିତ ଶୋଭାଯାତ୍ରା କରିବା ପ୍ରଥମ ଆରମ୍ଭ କରିଥିଲେ ଓ ସେହି ସମୟରୁ ଏହା କ୍ରମଶଃ ସମଗ୍ର ଭାରତର ମୁସଲମାନଙ୍କ ମଧ୍ୟରେ ଚଳି ଆସୁଅଛି ଯେଉଁ ଯୁଦ୍ଧର ସ୍ମରଣାର୍ଥ ମହରମ୍ ପାଳିତ ହୁଏ ତାହା ମୁସଲମାନୀ ମହରମ୍ ମାସର ୭ମ ଦିନ ଆରମ୍ଭ ହୋଇ ୯ମ ଦିନ ଶେଷ ହେଲା ଓ ହୋସେନ୍ ୯ମ ଦିନ ଆକବର କରବଲ୍ଲା ଶୋକ— ପ୍ରକାଶର ଚିହ୍ନରୂପେ ମୁସଲମାନମାନେ ସାବଜା ରଙ୍ଗର ପୋଷାକ ପିନ୍ଧନ୍ତି ଶୋଭାଯାତ୍ରା ସହ ସେମାନେ ଯେଉଁ 'ତାଜିଆ' ବାହାର କରନ୍ତି ତାହା ହୋସେନଙ୍କ କଫନ୍ ବା ଶବରଥର ପ୍ରତିକୃତି ଅଟେ
ମୁସଲମାନ୍ ମାନେ ଏହି ରଣଯାତ୍ରାର ସ୍ମରଣ ଚିହ୍ନସ୍ୱରୂପ ହୋସେନଙ୍କ ପାପୁଲିର ପ୍ରତିରୂପ ପିତଳର 'ପାଞ୍ଜା' ବା କରତଳ ପରି ଗୋଟିଏ ରୂପକୁ କାଗଜ ଓ ଜରିରେ ନିର୍ମିତ ବିମାନରେ ରଖି ତହିଣ ସଙ୍ଗେ ଅସ୍ତ୍ରଶସ୍ତ୍ର ସଜ୍ଜିତ ହୋଇ ଯୁଦ୍ଧଯାତ୍ରା କରନ୍ତି ମହରମ୍ ମାସର ===
୬ଷ୍ଠ ଦିନ—ଆଉଲିଆ ମାହାତମ୍—ପାଞ୍ଜାକୁ ତାଜିଆରେ ସ୍ଥାପନ କରି ଫାତିଆ (ପୂଜା) କରନ୍ତି
୭ମ ଦିନ—ଦୋପହରିଆ ମାହାତମ—ଫାତିମାଙ୍କ ପୁତ୍ର— ଶୋକ ସମାଚାର ସ୍ମାରକ ସ୍ୱରୂପ ଦିନ ଦ୍ୱିପ୍ରହର ବେଳେ— ଫାତିଆ କରନ୍ତି
୮ମ ଦିନ—ଗୁମ୍ସୁମ୍ ବା ବିଶ୍ରାମ—ଏ ଦିନ ଶତ୍ରୁ ଭୟରେ ଜଙ୍ଗଲ ମଧ୍ୟରେ ଗୋଟିଏ କୂଅ ଭିତରେ ହୋସେନ୍ ପଶି ରହିଥିବାରୁ ସେ ଦିନ କିଛି ଯାତ୍ରା କରାଯାଏ ନାହିଁ
୯ମ ଦିନ—କତଲ୍—ଏ ଦିନ ମୁସଲମାନଙ୍କ ବିଭିନ୍ନ ଦଳମାନ ରାତିକୁ ତାଜିଆ ବାହାର କରି ନିଜ ନିଜ ଆଖକଡ଼ାରେ ଅସ୍ତ୍ର ଶସ୍ତ୍ରସଞ୍ଚାଳ ନ କରନ୍ତି ଏହି ଦିନ ଯୁଦ୍ଧରେ ହୋସେନ୍ ଓ ତାଙ୍କ ପକ୍ଷମାନେ ନିହିତ ହୋଇଥିଲେ
୧ମ ଦିନ—ଅଲ୍ୱିଦା—ଏ ଦିନ ସକାଳେ ତାଜିଆକୁ ନେଇ ନଗର ଯାତ୍ରା କରି ଫେରି ବିଶ୍ରାମ କରନ୍ତି ଓ ପୁଣି ରାତିକୁ ତାଜିଆକୁ ନେଇ ନଦୀଆଦିରେ (କରବଲ୍ଲା ନାମକ ଯୁଦ୍ଧକ୍ଷେତ୍ର କଳ୍ପନା କରି ତହିଁରେ) ତାଜିଆକକୁ ବିସର୍ଜନ କରନ୍ତି]