Jump to content

ମହାକାବ୍ୟ

ଉଇକିଅଭିଧାନ‌ରୁ

ମହାକାବ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ମହତ୍+କାବ୍ୟ)

[ସମ୍ପାଦନା]

ପୁରାଣାନ୍ତର୍ଗତ ପ୍ରସିଦ୍ଧ ବୃତ୍ତାନ୍ତ ବା ଦେବତା, ଉଚ୍ଚବଂଶୀୟ ବ୍ୟକ୍ତି, ମହାପୁରୁଷ ବା ରାଜାଆଦିଙ୍କ ଚରିତ ବା ବଂଶାନୁଚରିତ ଆଦି ଯେଉଁ କାବ୍ୟରେ ବର୍ଣ୍ଣିତ ହୋଇଥାଏ —A great epic.

[ଦ୍ରଷ୍ଟବ୍ୟ —ଏଥିରେ ମୂଳ ଆଖ୍ୟାନକୁ ଅବଲମ୍ୱନ କରି ପ୍ରାକୃତିକ ଦୃଶ୍ୟ, ଋତୁ, ଯୁଦ୍ଧ, ଜନ୍ମ ,ମୃତ୍ୟୁ, ବିବାହ, ବିରହ ,ମିଳନ, ଧର୍ମାଦି, ଚତୁର୍ବଗ ,ପ୍ରେମ ଓ ଉତ୍ସର୍ବାଦି ବର୍ଣ୍ଣିତ ହୋଇଥାଏ ମହାକାବ୍ୟରେ ଆଠରୁ ଅଧିକକ ସର୍ଗ ଥାଏ ଏବଂ ସର୍ଗମାନ ଏକ ବା ବିବିଧ ଛନ୍ଦରେ ରଚିତ ହୋଇଥାଏ ମଙ୍ଗଳାଚରଣରେ ଇଷ୍ଟଦେବତାଙ୍କ ସ୍ତୁତି ବା ସାଧାରଣଙ୍କ ମଙ୍ଗଳ କାମନା କରି କାବ୍ୟାରମ୍ଭ କରାଯାଏ ପ୍ରତ୍ୟେକ ସର୍ଗର ଶେଷ କେତେକ ପଂକକ୍ତି ସର୍ଗର ଅନ୍ୟ ନାମକରଣ ଶ୍ଳୋକମାନଙ୍କ ଅପେକ୍ଷା ଭିନ୍ନ ଛନ୍ଦରେ ରଚିତ ହୋଇଥାଏ ସର୍ଗରେ ବର୍ଣ୍ଣିତ ପ୍ରଧାନତମ ବିଷୟ ଅନୁସାରେ ସର୍ଗର ନାମ କରଣ ହୁଏ ଏବଂ ବର୍ଣ୍ଣନୀୟ ବଷୟ ବା ନାୟିକାଙ୍କ ନାମ ଅନୁସାରେ ମହାକାବ୍ୟର ନାମକରଣ ହୁଏ ମହାକାବ୍ରେ ବୀର, କରୁଣ, ଶୃଙ୍ଗାର ଓ ଶାନ୍ତ ଏହି ଚାରିଟି ରସରୁ କୌଣସି ଗୋଟିଏ ରସର ପ୍ରାଧାନ୍ୟ ଥାଏ ହାସ୍ୟ ରୌଦ୍ର ଓ ଭୟାନକାଦି ରସମାନ ଅପ୍ରଧାନ ଭାବରେ ବିଦ୍ୟମାନ ଥାଏ ସଂସ୍କୃତ ରାମାୟଣ, ମହାଭାରତ, ରଘୁବଂଶ, କୁମାରସମ୍ଭବ, ଭଟ୍ଟୀ, କିରାତାର୍ଜୁନୀୟ, ଇଂରାଜି ପାରାଡାଇସ୍ଲିଷ୍ଟ, ଲାଟିନ୍ ଇଲ୍ଅଡ଼୍, ଓଡ଼ିଆ ବୈଦେହୀଶବିଳାସ, ବିଦିଗ୍ଧ— ଚିନ୍ତାମଣି, ରସକଲ୍ଲୋଳ ଓ ବଙ୍ଗଳା ମେଘନାଦବଧ ଇତ୍ୟାଦି ମହାକାବ୍ୟ ଅଟେ]