Jump to content

ମହାଜନ

ଉଇକିଅଭିଧାନ‌ରୁ

ମହାଜନ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ମହାନ୍+ଜନ; କର୍ମଧା)

[ସମ୍ପାଦନା]
୧. ଧାର୍ମିକ — ୧. God-fearing; righteous; pious
୨. ବେଦରେ ଶ୍ରଦ୍ଧାବାନ୍ —୨. Having faith in the Bedas; the faithful.
୩. ଯଶସ୍ୱୀ — ୩. Famous.
୪. ଭକ୍ତିମାନ୍ —୪. Devout.
୫. ସାଧୁ —୫. Honest; saintly.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମହାପୁରୁଷ —୧. Great man.
୨. ସାଧୁପୁରୁଷ ୨. Saintly person.
୩. ମୁଖିଆ ବା ଶ୍ରେଷ୍ଠ ବ୍ୟକ୍ତି —୩. A chief or leading person.
୪. ଋଷି; ମୁନି —୪. Sage; saint.
୫. ବହୁବ୍ୟକ୍ତି — ୫. A great many person.

[ଦ୍ରଷ୍ଟବ୍ୟ —'ମହାଜାନୋ ଯେନ ଗତଃ ସ ପନ୍ଥା' ବାକ୍ୟର ଅର୍ଥ ମହାଭାରତର ପ୍ରଧାନ ଟୀକାକାରନୀଳକଣ୍ଠ'ବହୁଜନ ଯେଉଁ ପଥ ଅମୁସରଣ କରି ଅଛନ୍ତି ତାହାହିଁ ପ୍ରକୃତ ପନ୍ଥା ଅଟେ' ବୋଲି ନିର୍ଦ୍ଦେଶ କରିଅଛନ୍ତି]

୬. ଉତ୍ତମର୍ଣ୍ଣ; ଋଣଦାତା —୬. A creditor.
୭. ଶ୍ରେଷ୍ଠୀ; ବଣିକ; ସାଧବ'; ସାଧୁତ; ସାହୁକାର —୭. Trader; merchant

[ଦ୍ରଷ୍ଟବ୍ୟ —ଓଡ଼ିଆରେ ଛୋଟ ବ୍ୟବସାୟୀକୁ ବେପାରୀ ଓ ବଡ଼ ବ୍ୟବସାୟୀକୁ ମହାଜନ ବୋଲାଯାଏ]

୮. ଧନୀ ବ୍ୟକ୍ତି (ହି,ଶ) —୮. A rich man.

===ପ୍ରାଦେଶିକ - (ପୁରୀ)

ବ୍ରାହ୍ମଣଶାସନବାସୀ କୁଳୀନ ବ୍ରାହ୍ମଣ ପରିବାରମାନଙ୍କ କର୍ତ୍ତା —The head of each family of high caste Brahman families in a Brāhmaṇa Ṡāsana village.

[ଦ୍ରଷ୍ଟବ୍ୟ —ପୁରୀ ରାହାଙ୍ଗର ବ୍ରାହ୍ମଣ ଶାସନମାନଙ୍କର କୋଠ ସ୍ୱତୁ, ଦେବତା, ହକରା, ଅନା— ବାଦି ଇତ୍ୟାଦିରେ ମହାଜନମାନଙ୍କର ଇଜମାଲି ଅଧିକାର ଅଛି ସେମାନେ ଉକ୍ତ ଗ୍ରାମ୍ୟର ଗ୍ରାମ୍ୟ ମଣ୍ଡଳୀ (village community)ର ସଭ୍ୟ ଅଟନ୍ତି ଏହି ଶ୍ରେଣୀର ବ୍ରାହ୍ମଣ ମାନଙ୍କ ଛଡା ଅନ୍ୟ ବ୍ୟକ୍ତି (ଯଥା—କୌଣସି ସୁଦ୍ର, ପଣ୍ଡା, ସାରୁଆ ବା ମାସ୍ତାନ) ସେ ଗ୍ରାମରେ ବାସ କଲେ ବା ଅନ୍ୟ ଗ୍ରାମରେ ଅଧିବାସୀ ବ୍ୟକ୍ତି ସେ ଗ୍ରାମରେ ଜମି ଓ ଘର ଡିହ କିଣିଲେ ସେ ଗ୍ରାମର ମହାଜନ ବୋଲି ଅଭିହିତ ହୋଇ ପାରନ୍ତି ନାହିଁ]