ମହାପ୍ରସାଦ
ମହାପ୍ରସାଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା)
[ସମ୍ପାଦନା]- ୧. ଅତି ପ୍ରସନ୍ନତା; ଖୁବ୍ ଅନୁଗ୍ରହ — ୧. Much favour grace; a great favour.
- ୨. ଦେବତାଙ୍କୁ ନିବେଦିତ ଦ୍ରବ୍ୟ; ନୈବେଦ୍ୟ ୨. An offering when it has been offered to a Deity.
- ୩. ବିଷ୍ଣୁଙ୍କ ପାଦୋତକ, ନିର୍ମାଲ୍ୟ ଓ ନୌବେଦ୍ୟ —୩. The Water with which the feet of an idol is washed, the flower taken off from an idol and the food offered to a Deity.
- ୪. ପୁରୀ ଜଗନ୍ନାଥଦେବଙ୍କୁ ନିବେଦିତ ଖାଦ୍ୟ ବା ପ୍ରସାଦ; ମାହାର୍ଦ୍ଦ —୪. Food offered to the Deity Jagannātha at Puri.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଭୁବନେଶ୍ୱରର ଲିଙ୍ଗରାଜଦେବଙ୍କୁ ଅର୍ପିତ ଖାଦ୍ୟ — Food offered to the Deity Lingarāja of Bhubaneṡwara.
[ଦ୍ରଷ୍ଟବ୍ୟ —ଦେବତାଙ୍କୁ ଭୋଗ ଦିଆଯିବା ନିମନ୍ତେ ଅଭିପ୍ରେତ ବସ୍ତୁକୁ ଅମୁଣିଆ ବୋଲାଯାଏ, ତାହା ଭୋଗ ଲାଗି ସାରିଲେ 'ମହାପ୍ରସାଦ' ହୁଏ ଭାରତ ବର୍ଷରେ କେବଳ ପୁରୀ ଜଗନ୍ନାଥଙ୍କ ଅନ୍ନ ଭୋଗକୁ ଲୋକେ ମହାପ୍ରସାଦରୂପେ ଛୁଆଁ ଅଛୁଆଁ ଓ ଶଙ୍ଖୁଡ଼ି ଓ ଅଇଁଠା ବାରଣ ନ ରଖି ଖାଇ ଥାଆନ୍ତି ଶାସ୍ତ୍ର ଅନୁସାରେ ଶିବଙ୍କ ନିବେଦିତ ଅନ୍ନ ସାଧାରଣ ହିନ୍ଦୁମାନଙ୍କର ଖାଇବା ଉଚିତ ନୁହେଁ କିନ୍ତୁ ଅଳ୍ପଦିନ ହେବ, ଭୁବନେଶ୍ୱରର ଲିଙ୍ଗରାଜ ମହାପ୍ରଭୁଙ୍କଠାରେ ନିବେଦିତ ଅନ୍ନଭୋଗକୁ ସ୍ଥାନୀୟ ଲୋକେ ପୁରୀ ଜଗନ୍ନାଥଙ୍କ ମହାପ୍ରସାଦ ପରି ବ୍ୟବହାର କୁରଅଛନ୍ତି; କିନ୍ତୁ ଏହା ସର୍ବବାଦିସମ୍ମତ ନୁହେଁ କେହି କେହି କହନ୍ତି ଯେ ଭୁବନେଶ୍ୱରର ଲିଙ୍ଗରାଜ ମହାପ୍ରଭୁ 'ସ୍ୱୟଂତୁ ଲିଙ୍ଗ' ଥିବାରୁ ଏହାଙ୍କର ପ୍ରସାଦ ('ଶିବ ନିର୍ମାଲ୍ୟ' ହେଲେହେଁ)
ସମସ୍ତଙ୍କର ସେବନୀୟ ଆଉ କେହି କେହି କହନ୍ତି ଯେ, ଏହା ଲିଙ୍ଗରାଜଙ୍କୁ ଭୋଗ ଲାଗିବା ପରେ ବିଷ୍ଣୁଙ୍କ ନାମରେ ଅର୍ପଣ କରାଯାଏ; ଏଥିପାଇଁ ଏହା ମହାପ୍ରସାଦ ଅଟେ କେହି କେହି କହନ୍ତି, ଭୁବନେଶ୍ୱରରେ ଲିଙ୍ଗରାଜ ହରିହର ମୂର୍ତ୍ତି, ଏଥିପାଇଁ ତାଙ୍କଠାରେ ନିବେଦିତ ଦ୍ରବ୍ୟ ଶିବ ନିର୍ମାଲ୍ୟ ନ ହୋଇ ମହାପ୍ରସାଦ ଅଟେ ଫଳତଃ ଭୁବନେଶ୍ୱରର ଲିଙ୍ଗରାଜ ଅନ୍ନ ଭୋଗ ଭାରତର ଅନ୍ୟ ଶିବଙ୍କଠାରେ ଦେଖାଯାଏ ନାହିଁ ରାମେଶ୍ୱର ରାମନାଥ, ଦେଓଘରର ବାବା ବୈଦ୍ୟନାଥ, ଓ କାଶୀର ବିଶ୍ୱନାଥ ଆଦି ଶିବଙ୍କ ବିଗ୍ରହ ଉପରେ ନୈବେଦ୍ୟମାନ ଢଳାଯାଏ ପୁରୀରେ ଯେଉଁ ମହାସୁଆରମାନେ ଅନ୍ନ ବ୍ୟଞ୍ଚନାଦି ମହା ପ୍ରସାଦ ରାନ୍ଧନ୍ତି, ସେମାନେ ଉଚ୍ଚ ଶ୍ରେଣୀର ବ୍ରାହ୍ମଣ ନୁହଁନ୍ତି ସମାଜରେ ଉଚ୍ଚ ଶ୍ରେଣୀର ବ୍ରାହ୍ମଣମାନେ ଉକ୍ତ ସୁଆର ଶ୍ରେଣୀର ବ୍ରାହ୍ମଣମାନଙ୍କରଦ୍ୱାରା ପାକ ହୋଇ ଥିବା ଅନ୍ନ ବ୍ୟ଼ଞ୍ଚନାଦି ସଂଖୁଡ଼ି ଜିନିସ ଖାଆନ୍ତି; କିନ୍ତୁ ବଡ଼ ଦେଉଳରେ ସେହିମାନେ ରାନ୍ଧିଥିବା ଅନ୍ନ ବ୍ୟଞ୍ଜନାଦି ଭୋଗ ହୋଇ ସାରିବା ପରେ କୁଳୀନ ବ୍ରାହ୍ମଣ ଓ ବୌଷ୍ଣବ— ମାନେ ବିନା ଆପତ୍ତିରେ ଗ୍ରହଣ କରନ୍ତି ଶୂଦ୍ର ଓ ଚାଣ୍ଡାଳ ଛୁଇଁଲେ ମଧ୍ୟ ସେ ମହାପ୍ରସାଦକୁ ବ୍ରାହ୍ମଣମାନେ ଭକ୍ଷଣ କରିବା ଶାସ୍ତ୍ରସିଦ୍ଧ ଭିନ୍ନ ଭିନ୍ନ ପ୍ରଣାଳୀରେ ପ୍ରସ୍ତୁତ ଅନ୍ନ ଓ ମିଷ୍ଟାନ୍ନ ମହାପ୍ରସାଦର ଭିନ୍ନ ଭିନ୍ନ ନାମ ଅଛି— (ଯଥା— ଘିଅନ୍ନ, ଖେଚୁଡ଼ି, କାନିକା , ସରପୁଳି, କାନ୍ତି, ଛେନା, ମାଣୁଆ, ତାଡ଼ିଆ, ଖୁରୁମା, ଗଜା, କାନ୍ତି ଇତ୍ୟାଦି ଜଗନ୍ନାଥ ମନ୍ଦିରରେ ଯେଉଁ ବ୍ୟଞ୍ଚନ୍ୟମାନେ ହୁଏ ସେଥିରେ ବିଲାତି ଆଳୁ, ଲାଉ, ସଜନାଛୁଇଁ, ପିଆଜ , ଆଦି କେତେ ପରିବା ମିଶେ ନାହିଁ
ପରସ୍ପର ପାଟିରେ ଦିଆଦେଇ ହୋଇ ଯେଉଁ ବନ୍ଧୁତା ସ୍ଥାପିତ ହୁଏ ତାହା ପବିତ୍ର ଓ ଅଚ୍ଛେଦ୍ୟ; ଲୋକ ମହାପ୍ରସାଦ ଦିଆଦେଇ ହୋଇ ଧର୍ମ ବାପ, ଧର୍ମ ପୁଅ, ଧର୍ମ ଭାଇ, ଧର୍ମ ଭଉଣୀ, ଧର୍ମ ମାଆ, ସଙ୍ଗତ, ମଇତ୍ରଆଦି ଧର୍ମ ସମ୍ପର୍କ ପରସ୍ପରରେ ବସାନ୍ତି ବିବାହ ପ୍ରସଙ୍ଗରେ ବରପକ୍ଷ ଓ କନ୍ୟାପକ୍ଷଙ୍କ ମଧ୍ୟରେ ନିର୍ବଦ୍ଧ ବା ଜବାବ୍ ମହାପ୍ରସାଦକୁ ସାକ୍ଷୀ ରଖି କରାଯାଏ; ଏହାକୁ ମହାପ୍ରସାଦ ନିର୍ବନ୍ଧ କହନ୍ତି ଲୋକେ ମହାପ୍ରସାଦକୁ ସ୍ପର୍ଶ କରି ହଲପ କରନ୍ତି ଓ ମହାପ୍ରସାଦକୁ ଛୁଇଁ 'ସତ୍ୟ' ବା ପ୍ରତିଜ୍ଞା' କରନ୍ତି 'ମହାପ୍ରସାଦ' ମୁଳକ ବନ୍ଧୁତା, ନିର୍ବନ୍ଧ ଓ ସତ୍ୟକୁ ଯେ ଲଙ୍ଘନ କରେ ସେ ପାପଭାଗୀ ହୁଏ 'ମହାପ୍ରସାଦ' ଲଙ୍ଘନ କରି ଓ ତହିଁର ଦ୍ୱାହିଦେଇ ଅକାର୍ଯ୍ୟ ସାଧନ କରିବା ଘଟନା ପ୍ରତି ବ୍ୟଙ୍ଗ କରି ଲୋକେ କହି ଥାଆନ୍ତି 'ମହାନଦୀ ମହାପ୍ରସାଦ' ଏହାଙ୍କୁ ବିଶ୍ୱାସ ନାହିଁ)