Jump to content

ମହାଯାନ

ଉଇକିଅଭିଧାନ‌ରୁ

ମହାଯାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି

[ସମ୍ପାଦନା]

ବୌଦ୍ଧସଂପ୍ରଦାୟବିଶେଷ —A sect of later Buddists.

[ଦ୍ରଷ୍ଟବ୍ୟ — ବୁଦ୍ଧଦେବଙ୍କ ମହା— ନିର୍ବାଣ ପରେ ତାଙ୍କ ଶିଷ୍ୟୋପଶିଷ୍ୟମାନଙ୍କ ମତଭେଦରୁ ବୌଦ୍ଧଧର୍ମର ନାନା ଶାଖା, ଉପଶାଖା ଏବଂ ବିଭିନ୍ନ ମତବାଦ ଉଦ୍ଭୁତ ହୋଇଥିଲା ମହାଯାନ ମତବାଦ ତନ୍ମଧ୍ୟରୁ ଏକତମ ଯେଉଁ ବୌଦ୍ଧମାନେ ଲସେ ମତବାଦକୁ ଗ୍ରହଣ କଲେ , ସେମାନେ ମହାଯାନସଂପ୍ରଦାୟ ନାମରେ ଅଭିହିତ ବର୍ତ୍ତମାନ ତିବ୍ୱତ, ନେପାଳ, ଚୀନ ଓ ଯାପାନ ପ୍ରଭୃତିରେ ଏହି ମହାଯାନ ବୌଦ୍ଧଧର୍ମର ପ୍ରଚଳନ ଦେଖାଯାଏ ହିନ୍ଦୁ ଧର୍ମ ଓ ବୌଦ୍ଧଧର୍ମ ଉଭୟ ମଧ୍ୟରେ ଗୋଟାଏ ସମନ୍ୱୟ ସାଧନ କରିବା ପାଇଁ ପ୍ରଥମେ ଏହି ମତବାଦର ସୁତ୍ରପାତ ହୋଇଥିଲା ମହାଯାନ ବୌନ୍ଧମାନେ ଉଭୟ ଧର୍ମସମନ୍ୱୟ ରକ୍ଷା କରି ଚଳୁଥୁଲେ ଶିବଙ୍କର ଶକ୍ତି ପରି ବୁଦ୍ଧଦେବଙ୍କର କେତେଗୁଡ଼ିଏ ଶକ୍ତି ବା ବେଦୀ ଏ ମତବାଦରେ କଳ୍ପିତ ହୋଇଥିଲେ ଏହି ମତବାଦରେ ହିନ୍ଦୁ ତନ୍ତ୍ର ଓ ଯୋଗ ସାଧନ ମତର ଆଧିକ୍ୟ ପରିଦୃଷ୍ଟ ହୁଏ ଉତ୍କଳର 'ଶୂନ୍ୟବାଦୀ' ଓ 'ଶରୀରଭେଦ' ଯୋଗସାଧକମାନେ ଏହି ସଂପ୍ରଦାୟର ଅନ୍ତର୍ଭୁକ୍ତ ବୋଲି କେତେକ ପଣ୍ଡିତ ମତପ୍ରକାଶ କରନ୍ତି ଜଗନ୍ନାଥଙ୍କୁ ଲୋକେ ବୌଦ୍ଧାବତାର ବୋଲି ଯେ କହନ୍ତି, ତାହା ଏହି ସଂପ୍ରଦାୟର ପ୍ରଭାବଜନିତ ଫଳ ବୋଲି କେତେକ ପଣ୍ଡିତ ଅନୁମାନ କରନ୍ତି ]