ମହାରଥ
ଦେଖଣା
ମହାରଥ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମହତ୍ ଅଟେ ରଥ ଯାହାର; ବହୁବ୍ରୀହି)
[ସମ୍ପାଦନା]- ୧. ଅସାଧାରଣ ଯୁଦ୍ଧକୁଶଳ ବ୍ୟକ୍ତି — ୧. A great warrior or hero.
[ଦ୍ରଷ୍ଟବ୍ୟ — ଭିନ୍ନ ଭିନ୍ନ ଗ୍ରନ୍ଥରେ ମହା ରଥର ଭିନ୍ନ ଭିନ୍ନ ସଂଜ୍ଞା ଦିଆଯାଇଅଛି. ଯଥା— (କ) ଯେଉଁ ଯୋଦ୍ଧା ଏକାକୀ ଦଶହଜାର ଦନୁର୍ଦ୍ଧାରଙ୍କ ସଙ୍ଗେ ଯୁଦ୍ଧ କରିବାକୁ କ୍ଷମ, (ଖ) ଯେଉଁ ଯୋଦ୍ଧା ଆପଣାକୁ, ସାରଥିକୁ ଓ ରଥର ଅଶ୍ୱମାନଙ୍କୁ ଶତ୍ରୁର ଆକ୍ରମଣରୁ ରକ୍ଷାକରି ଯୁଦ୍ଧ କରେ, (ଗ) ଯୁଦ୍ଧ ବିଦ୍ୟାରେ ସୁନିପୁଣ ଯେଉଁ ବୀର ଏକମାତ୍ର ରଥରେ ଆରୋହଣ କରି ଶତ୍ରୃର ସମ୍ମୁଖୀନ ହୁଅନ୍ତି. (ଘ) ଅସ୍ତ୍ର ଶସ୍ତ୍ର— ବିଦ୍ୟା ଓ ଶାସ୍ତ୍ର ବିଦ୍ୟାରେ ପାରଙ୍ଗମ ଯୋଦ୍ଧା]
- ୨. (କର୍ମଧା) ବଡ଼ ରଥ —୨. A great chariot.
- ୩. ମନୋରଥ — ୩. Desire, longing (Apte)