ମହା କବି ପ୍ରୟୋଗ
ମହା କବି ପ୍ରୟୋଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]ମହା କବିମାନେ ସେ— ମାନଙ୍କର ରଚନାରେ ବ୍ୟବହାର କରି— ଥିବା ବ୍ୟାକରଣବିରୁଦ୍ଧ ବା ଭାଷାର ରୀତି ବିରୁଦ୍ଧ ପ୍ରୟୋଗ; ଶିଷ୍ଟ ପ୍ରୟୋଗ —Ungrammatical or unidiomatic use of words or sentencess appearing in the writings of great poets; archaic use of words found in the work of great poets.
[ଦ୍ରଷ୍ଟବ୍ୟ —ଢ଼ଗ ଅଛି ଯେ 'ବି ତୁଣ୍ଡ ମେଣ୍ଡା ମୁଣ୍ଡ' ଅର୍ଥାତ୍ ମେଣ୍ଡା ମୁଣ୍ଡ ଯେପରି କୌଣସି ବାଧା ମାନେ ନାହିଁ, କବି ତୁଣ୍ଡ ମଧ୍ୟ ସେହିପରି ବ୍ୟାକରଣର ନିୟମକୁ ସବୁ ବେଳେ ମାନେ ନାହିଁ ସବୁ ଦେଶର ସବୁ ମହାକବିମାନଙ୍କ ରଚନାରେ ଅନେକ ସ୍ଥଳରେ ବ୍ୟାକରଣ— ବିରୁଦ୍ଧ ଓ ରୀତି ବୁରୁଦ୍ଧ ପ୍ରୟୋଗମାନ ଦେଖାଯାଏ; ସେମାନେ ବ୍ୟାକରଣବିରୁଦ୍ଧ ହେଲେ ମଧ୍ୟ ମହାକବିଙ୍କ ପ୍ରୟୋଗ ଥିବାରୁ ଅଶୁଦ୍ଧ ବୋଲି ବୋଲାଯାଏ ନାହିଁ ବିଶ୍ୱାସ ଶବ୍ଦ ବିଶେଷ୍ୟ, ମାତ୍ର ମହାକବି ଜଗନ୍ନାଥ ଦାସ ଭାଗବତରେ 'ସେ ମୋର ଭକତ ବିଶ୍ୱାସ' ଏ ସ୍ଥଳରେ ଏ ଶବ୍ଦକୁ ବିଶେଷଣ ରୂପେ ବ୍ୟବହାର କରିଅଛନ୍ତି ସୁତରାଂ ଏହାକୁ ମହାକବି ପ୍ରୟୋଗ ବୋଲାଯିବ]