Jump to content

ମହା ପ୍ରସାଦ ବନ୍ଧୁ

ଉଇକିଅଭିଧାନ‌ରୁ

ମହା ପ୍ରସାଦ ବନ୍ଧୁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଧର୍ମବନ୍ଧୁ; ପ୍ରୀତିବନ୍ଧ; ପରସ୍ପର ମଧ୍ୟରେ ମହା ପ୍ରସାଦ ଦିଆଦେଇ ହୋଇ ବା ଧର୍ମଦେବତାଙ୍କୁ ,ସାକ୍ଷୀ ରଖି ଯେଉଁମାନଙ୍କ ମଧ୍ୟରେ ବନ୍ଧୁତା ସ୍ଥାପିତ ହୋଇଥାଏ — God-relations; persons between whom a solemn relationgship has been set up by the exchange of Mahāprasāda.

[ଦ୍ରଷ୍ଟବ୍ୟ — ସାଧାରଣତଃ ଦେଖାଯାଏ ଯେ ଲୋକେ ମହାପ୍ରସାଦ ଦିଆଦେଇ ହୋଇ ପିତା—ପୁତ୍ର; ଭ୍ରାତା—ଭଗୀନୀ, ମାତା—ପୁତ୍ରୀ, ପିତା—କନ୍ୟା, ମାତା—କନ୍ୟା, ଭାଇ—ଭାଇ ଆଦି ସମ୍ୱନ୍ଧେ ବସାନ୍ତି ଏ ସମ୍ୱନ୍ଧ ବେଳେବେଳେ ରକ୍ତ ସମ୍ୱନ୍ଧ ଓ ବିବାହ ସମ୍ୱନ୍ଧ ଠାରି ଘନିଷ୍ଠତର ହେବା ଦେଖାଯାଏ ବେଳେ ବେଳେ ମଧ୍ୟ ଲୋକେ ଏହି ସମ୍ୱନ୍ଧରେ ଅପବ୍ୟବହାର କରନ୍ତି ଯେଉଁମାନେ ମହାପ୍ରସାଦ ଦିଆଦେଇ ହୋଇ ବନ୍ଧୁବସି ଥାଆନ୍ତି ,ସେମାନେ ପରସ୍ପରକୁ 'ସଙ୍ଗାତ' 'ଅଭଡ଼ା' 'ପହିଲି ଭୋଗ', 'ସରପୁଳି' ଓ 'ମହାପ୍ରସାଦ' ଆଦି ନାମରେ ଡ଼କାଡ଼କି ହୁଅନ୍ତି ଏହି ଧର୍ମବନ୍ଧୁତା ଉତ୍ତର ଭାରତ ଅଞ୍ଚଳରେ ବେଶି ଚଳେ ନାହିଁ, କେବଳ ଦୁଇ ଜଣ ବ୍ୟକ୍ତି ଗଙ୍ଗା ଜଳ ଦିଆଦେଇ ହୋଇ ଧର୍ମ ବନ୍ଧୁତା ବାନ୍ଧନ୍ତି]