ମହିମାଧର୍ମ

ଉଇକିଅଭିଧାନ‌ରୁ

ମହିମାଧର୍ମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଅଲେଖ ଧର୍ମ —A religious faith in Orissa, the followers of which worship the Great Formula God.

[ଦ୍ରଷ୍ଟବ୍ୟ —ଏହାର ପୂର୍ଣ୍ଣନାମ ସତ୍ୟ ସନାତନ ମହିଧର୍ମ ଅଟେ ଉକ୍ତ ପ୍ରବର୍ତ୍ତନ ସତ୍ୟ ସନାତନ ମହିମାଧର୍ମ ଗୋସାଇଁ ଅଟନ୍ତି ମହିମାଧର୍ମୀମାନେ ଏକ ଅଲେଖ ନିର୍ଗୁଣ ପରଂ— ବ୍ରହ୍ମଙ୍କର ଉପାସନା କରନ୍ତି ଓ ନିତ୍ୟ ପ୍ରାତଃ ସାୟଂ ବ୍ରହ୍ମ ମୁହୁର୍ତ୍ତକାଳେ ଶୁଚି ହୋଇ କାୟମନୋବାକ୍ୟରେ ପ୍ରଭୁ ପରାମାତ୍ମାଙ୍କଠାରେ ଶରଣ ପ୍ରାପ୍ତ ହୁଅନ୍ତି ପ୍ରାତଃ ବ୍ରାହ୍ମ ମୁହୂର୍ତ୍ତରେ ପୂର୍ବାଭିମୁଖ ହୋଇ ଏକାଗ୍ରମନରେ ଶୂନ୍ୟରେ ଦୃଷ୍ଟି ସ୍ଥାପନ ପୂର୍ବକ ଛନ୍ଦବନ୍ଧ ନିୟମାନୁସାରେ ମୁକ୍ତ ସୁନିର୍ମଳ ସ୍ଥାନରେ ସପ୍ତବାର ବିଭୁ ପରଂବ୍ରହ୍ମଙ୍କୁ ସାଷ୍ଟାଙ୍କ ପ୍ରଣାମ କରନ୍ତି ତଦ୍ରୁପ ସୂର୍ଯ୍ୟାସ୍ତ ହେଲେ ପଶ୍ଚିଭିମୁଖ ହୋଇ ପ୍ରଭୁ ପରତ୍ମାଙ୍କୁ ପଞ୍ଚବାର ଦଣ୍ଡ ପ୍ରଣାମ ପୂର୍ବକ ଶରଣ ପ୍ରାପ୍ତ

ହୁଅନ୍ତି; ବାକ୍ୟରେ ମଧ୍ୟ ପ୍ରଭୁଙ୍କ ସ୍ତୁତି ଜଣାଣ ସହକାରେ ଅଲେଖ ବ୍ରହ୍ମନାମ ଗାୟନ କରନ୍ତି; ମାନସିକ ଶରଣ ଅର୍ଥାତ୍ ମନ ମଧ୍ୟରେ ବ୍ରହ୍ମ ମହାମନ୍ତ୍ର ସ୍ମରଣ ପୂର୍ବକ ଅଜପା ସୁତ୍ର ଭଜନରେ ନିବିଷ୍ଟ ରହନ୍ତି ଏକ ପରଂବ୍ରହ୍ମଙ୍କ ଆଶ୍ରୟ ବ୍ୟତୀତ ଯେତେ ପ୍ରକାର ସାକାର ଦେବଦେବୀଙ୍କ ଆରାଧନା ରହିଅଛି ଓ ବ୍ରହ୍ମ ମହାମନ୍ତ୍ର ବ୍ୟତୀତ ଅନ୍ୟାନ୍ୟ ମନ୍ତ୍ର ତନ୍ତ୍ର ସାଧନ ଭଜନାଦି ସାଧାରଣ ଭାବେ ଯାହା ପ୍ରଚ— ଳିତ ହେଉଅଛି, ସେ ସମସ୍ତ ମହିମା ଧର୍ମରେ ନିଷିଦ୍ଧ 

ମହିମାଧର୍ମୀମାନେ ବିଷ୍ଣୁଙ୍କ ଅବତାରମାନଙ୍କ ଆରାଧନା ଓ ତାହାଙ୍କ ନାମ ସ୍ମରଣ, ଏପରିକି ବିରାଟାଦି ଛାୟାଯନ୍ତ୍ର ବସାଣର ଅସ୍ଥିତ୍ୱ ସ୍ୱୀକାର କରନ୍ତି ନାହିଁ ପୁନଶ୍ଚ ସେମାନେ ଭୁତ ପ୍ରେତାଦିଙ୍କୁ ପୂଜା, କାମ୍ୟ କର୍ମ , ଶ୍ରାଦ୍ଧ ପିଣ୍ଡଦାନ, ତୀର୍ଥାଟନ, ସାଧାରଣ ବ୍ରତୋପବାସରେ ନିୟମପାଳନ ତ୍ୟାଗ କରିଥାଆନ୍ତି; ଦେବଦେବୀ ଉଦ୍ଦେଶ୍ୟରେ ଅର୍ପିତ ଦ୍ରବ୍ୟ ଗ୍ରହଣ ବା ସ୍ପର୍ଶ କରନ୍ତି ନାହିଁ ବିଷ୍ଣୁ ପ୍ରତିମାଦିର ଆରଧନା ଓ ତୁଳସୀ ପ୍ରଭୃତି ପ୍ରସାଦ ସ୍ପର୍ଶ ବା ସେବା ନ କରି ଅଦ୍ୱିତୀୟ ପରମେଶ୍ୱରଙ୍କ ଆଶ୍ରୟରେ ଥାଆନ୍ତି ମହିମାଧ୍ରମୀମାନେ ନିମ୍ନଲିଖିତ ଧର୍ମନୀତିମାନେ ଅବଲମ୍ୱନ କରିଥାଆନ୍ତି: -

ଶରୀରର ଶୋଧନାର୍ଥେ ବତ୍ସତରୀ ଗୋମୟ ଅଙ୍ଗରେ ମାର୍ଜନ; ମୃତ୍ତିକାଦ୍ୱାରା ଦନ୍ତଧାନପୂର୍ବକ ଜଳରେ ସ୍ନାନ କରି ତତ୍ ପରେ ଉକ୍ତ ଗୋମୟ, ଗୋମୂତ୍ର ଜଳ ଓ ରେଣୁ ମିଶାଇ ପାନ କରନ୍ତି ତତ୍ ପରେ ଶୁଦ୍ଧ ଗୈରିବ ବସ୍ତ୍ରପରିଧାନପୂର୍ବକ ବ୍ରହ୍ମରେ ଶରଣାପନ୍ନ ହୁଅନ୍ତି

ଏମାନେ ଦିବସରେ ସୂର୍ଯ୍ୟକ୍ରୀଡ଼ା (ଦକ୍ଷିଣନାସା)ରେ ନିଶ୍ୱାସ ବହୁଥିବା ସମୟରେ ଭୋଜନ ପାନ କରନ୍ତି; କୁଭୋଜନ ଅର୍ଥାତ୍ ରାଜସିକ ତାମସିକ ପ୍ରଭୃତି ଦ୍ରବ୍ୟ ଗ୍ରହଣ କରନ୍ତି ନାହିଁ ସୂର୍ଯ୍ୟାସ୍ତଠାରୁ ପ୍ରାତଃକାଳ ପର୍ଯ୍ୟନ୍ତ ରାତ୍ରରେ ଚତୁର୍ବିଧ (ଚର୍ବ୍ୟ, ଚୋଷ୍ୟ, ଲେହ୍ୟ, ପେୟଯୁକ୍ତ ଗ୍ରହଣ) ଆହାର କରନ୍ତି ନାହିଁ ତଦ୍ରୁପ ଜୀବହିଂସା ଚୋରୀ, ପର— ଦ୍ୱାରା, ମଦ୍ୟପାନ, ଜୁଆଖେଳ, ନୃତ୍ୟ ଅସତ୍ ଶାସ୍ତ୍ର ଓ କୁସଙ୍ଗ ବର୍ଜନୀୟ ସତ୍ୟ, ଶାନ୍ତି, ଦୟା, କ୍ଷମା, ସରଳତା, ଅକୁଟିଳତା, ସତ୍ଶାସ୍ତ୍ର ଅଧ୍ୟୟନ, ବ୍ରହ୍ମନିଷ୍ଠସିଦ୍ଧସାଧୁଜନଙ୍କ ସଂସର୍ଗ ସର୍ବଦା ସେମାନଙ୍କର ସେବନୀୟ

ବାଲ୍ୟ, ଯୋବନ ପ୍ରଭୃତି ଅବସ୍ତାରେ ସ୍ତ୍ରୀ ବା ପୁରୁଷ ବ୍ରାହ୍ମଣଠାରୁ ଅନ୍ତ୍ୟଜ ଜାତି ପର୍ଯ୍ୟନ୍ତ ସମସ୍ତେ ଉକ୍ତ ଧର୍ମ ଗ୍ରହଣ କରିପାରନ୍ତି

ଏହି ଧର୍ମରେ ଦିଓଟି ପନ୍ଥା ଅଛି ଯଥା—ଗହସ୍ଥ ଓ ଅବଧୁତାଶ୍ରମ ଉକ୍ତ ନିୟମ ସମସ୍ତ ଉଭୟ ପନ୍ଥାରେ ପାଳନୀୟ ଗୃହସ୍ଥଗଣ ଯେ ସମସ୍ତ ଶୁଭ ସତ୍ରକର୍ମରେ ଅନୁଷ୍ଠାନ କରନ୍ତି, ତାହା ପ୍ରଥମେ ପରଂବ୍ରହ୍ମଙ୍କୁ ସରଣ ପୂର୍ବକ କର୍ମ କରିବାରେ ନିଯୁକ୍ତ ହୁଅନ୍ତି କଦାପି କାମ୍ୟ, ନିଷିଦ୍ଧ କର୍ମରେ ଅନୁଷ୍ଠାନ କରନ୍ତି ନାହିଁ ପ୍ରକୃତ ଉକ୍ତ ଓ ତତ୍ ପତ୍ନୀ ଉଭୟେ ସତ୍ୟ ଧର୍ମରେ ଦୀକ୍ଷିତ ଧର୍ମରେ ଦୀକ୍ଷିତ ହେଲେ ଅସ୍ପୃଶ୍ୟା ହେଲେ ଅସ୍ପୃଶ୍ୟତା ଦୋଷ ସପତଦିନ ପାଳନ କରି ପୁତ୍ରଜନ୍ମାର୍ଥେ ସ୍ତ୍ରୀ ସଂସର୍ଗ କରନ୍ତି ଅନ୍ୟ ଦିନରେ ସଙ୍ଗମ ବର୍ଜନୀୟ

ସାଧୁ ସନ୍ନ୍ୟାସୀ ଅତିଥିମାନଙ୍କୁ ଅନ୍ନ ବସ୍ତ୍ରାଦିଦ୍ୱାରା ସତ୍କାର କରି ଉକ୍ତ ଗୁରୁଜନଙ୍କ ସେବାରେ ନିଯୁକ୍ତ କରନ୍ତି ତଦ୍ରୁପ ବାଲ୍ୟଲୀଳା (ନାନାପ୍ରକାର ସୁମିଷ୍ଟ ସୁଖାଦ୍ୟ ଦ୍ରବ୍ୟମାନ ନୂତନ ମୁତ୍ରିକା ଭାଣ୍ଡରେ ପୂରଣ କରି ପରଂବ୍ରହ୍ମଙ୍କ ଅର୍ପଣ ପୂର୍ବକ ଆବାଳବୃଦ୍ଧ ସମସ୍ତଙ୍କୁ ବ୍ରହ୍ମ ମହାପ୍ରସାଦ ବିତରଣ) କରି ଘୃତ ଦୀପାବଳିମାନ ଜାଳି ପ୍ରତି ଶୁକ୍ଳ ଚତୁର୍ଦ୍ଦଶୀରେ ବା ଅନ୍ୟାନ୍ୟ ସମୟରେ ତାହାର ଅନୁଷ୍ଠାନ ପୂର୍ବକ ଆଶ୍ରମ— ମାନଙ୍କରେ ନାମ ଭଜନ ଗାୟନରେ ରାତ୍ରି ଅତିବାହିତ କରନ୍ତି

ଭକ୍ତ ସତ୍କାର ସୁତକାଦି ଅଶୌଚ ମଧ୍ୟରେ ନିଷେଧ ଭକ୍ତ ଅଶୌଚବିହିତ ନିୟମମନା ପାଳନ କରି ଗୁରୁଆଜ୍ଞା ଅନୁସାରେ ପବିତ୍ର ଗୋମୟଦ୍ୱାରା ଶୌଚ ହୁଅନ୍ତି ଗୃହ— ମଧ୍ୟରେ ବା ଶରୀରରେ କୌଣସି ପ୍ରକାର ବିଘ୍ନଜାତ ହେଲେ ପ୍ରଭୁଙ୍କଠାରେ ସାଧୁ ଭକ୍ତଗଣ—ଶରଣ ପ୍ରାପ୍ତ ହୋଇ ଉକ୍ତ ବିଘ୍ନଦୂରୀକରଣ କର୍ମର ଅନୁଷ୍ଠାନ କରନ୍ତି

ଅବଧୃତ ସନ୍ନ୍ୟାସାଶ୍ରମ ଗ୍ରହଣ କରିବା ନିମିତ୍ତ ବାଲ୍ୟ— ଯୌବନାଦି ଅବସ୍ଥା ଓ ବ୍ରାହ୍ମଣାଦି ଜାତିଭେଦ ନାହିଁ କେବଳ ପୂର୍ବଭାଗ୍ୟାନୁସାରେ ଯାହାର ହୃଦୟରେ ବିବେକ ବୈରାଗ୍ୟ ଜାତ ହୁଏ, ସେ ସିଦ୍ଧ ଗୁରୁଙ୍କର ଅନୁସରଣ କରି ବିଧିମତେ ଗୃହତ୍ୟାଗ ପୂର୍ବକ ମହିମା ଗାଦି ଗୁରୁପୀଠସ୍ଥାନରେ ସିଦ୍ଧଗୁରୁଙ୍କ ଆଜ୍ଞାନୁସାରେ ସମସ୍ତ ଚିହ୍ନ ପରିତ୍ୟାଗ କରି ମସ୍ତକମୁଣ୍ଡନ ପୂର୍ବକ ଡୋରଗୈରିକ ବସ୍ତ୍ର କୌପୀନ ଧାରଣ କରି ଅପର ସନ୍ନ୍ୟାସଶ୍ରମଭୁକ୍ତ ହୁଅନ୍ତି ଅପର ସନ୍ନ୍ୟାସୀମାନେ ସେ ସମୟରେ କେବଳ ଦାସୋପାଧି ଲାଭ କରିଥାନ୍ତି ତତ୍ପରେ ସିଦ୍ଧ ଗୁରୁଜନଙ୍କ ଆଦେଶରେ ନିଯୁକ୍ତ ରହି ବୈରାଗ୍ୟାଦି ସାଧନ ଚତୁଷ୍ଟୟ ସଂପନ୍ନ ହେଲେ, ସେ ସମୟରେ ବ୍ରହ୍ମଭାବନାଦ୍ୱାରା ପରଂବ୍ରହ୍ମ ସହ ଆତ୍ମାର ଐକ୍ୟ ସଂସ୍ଥାପନସହ ଆତ୍ମାକୁ ଉତ୍ତମରୂପେ ଅବଗତ ହୋଇ ପରମାତ୍ମାରେ ପରମପ୍ରୀତି ସ୍ଥାପନ ପୂର୍ବକ ପରିମାନନ୍ଦ ଲାଭ କରନ୍ତି ଆଉ ମଧ୍ୟ ଅଜପାସୁତ୍ରରେ ସୋଽହଂଭାବ ଅବଲମ୍ୱନ ପୂର୍ବକ ଗୁଣଯୁକ୍ତ ବିଷୟରେ ଯାହାର ତୀବ୍ର ବୈରାଗ୍ୟ ଜନ୍ମି— ଥାଏ, ସେହି ବ୍ରହ୍ମଶରଣାପନ୍ନ ବ୍ୟକ୍ତି ଅବଧୂତ ସିଦ୍ଧାଶ୍ରମ ପରସନ୍ନ୍ୟାସୀ ପନ୍ଥାରେ ଭୁକ୍ତ ହେବାର ଉପଯୋଗୀ ହୁଅନ୍ତି ଅବଧୂତ ସିଦ୍ଧଗୁରୁ ତାହାଙ୍କୁ ମହାବାକ୍ୟ ପ୍ରଭୃତିର ତତ୍ତ୍ୱ ଉତ୍ତମରୂପେ ଉପଦେଶ ପ୍ରଦାନ କରି ଅବଧୂତ ପରସନ୍ନ୍ୟାସ ପନ୍ଥରେ ଭୁକ୍ତ କରାନ୍ତି

ଅବଧୂତ ସିଦ୍ଧଗୁରୁ ମହିମାଗୋସାଇଁଙ୍କର ଆଜ୍ଞାନୁସାରେ ତାଙ୍କୁ ଅବଧୂତ ବଳଳବାନା ପ୍ରଦାନ କରନ୍ତି ବୈରାଗ୍ୟସଂପନ୍ନ ବ୍ୟକ୍ତି ତାହାର ଓ ଅପର ସନ୍ନ୍ୟାସୀର ଚିହ୍ନ

ତ୍ୟାଗ କରି ଦିଗମ୍ୱର ହୋଇ ଗୁରୁପୀଠ ସ୍ଥାନରେ ବ୍ରାହ୍ମ ମୁହର୍ତ୍ତ ସମୟରେ ବଳ୍ମକ ବାନା ଅଲେଖପରଂବ୍ରହ୍ମଙ୍କୁ ଅର୍ପଣପୂର୍ବକ କୌପୀନ ପରିଧାନ କରି, ଆତ୍ମା ସହିତ ବ୍ରହ୍ମର ଅଭେଦଭାବ ଅବଲମ୍ୱନପୂର୍ବକ ବ୍ରହ୍ମ ଦର୍ଶନ କରନ୍ତି ତତ୍ପରେ ସିଦ୍ଧଗୁରୁ ତାହାଙ୍କୁ'ବାବା' ଉପାଧି ପ୍ରଦାନ କରି ତାଙ୍କ ସଙ୍ଗେ ଏକତ୍ର ଉପବେଶନ ଓ ଭୋଜନ ପାନ କରନ୍ତି ଅପର ସନ୍ୟାସପନ୍ଥୀ ଓ ଗୃହସ୍ଥପନ୍ଥୀ ତଦ୍ରୁପ ନିଜ ପନ୍ଥାରେ ଏକତ୍ର ଶରଣମାନ୍ୟ ହୁଅନ୍ତି ଉକ୍ତ ଅବଧୂତ ସନ୍ୟାସୀମାନେ କାମିନୀ ସଙ୍ଗେ ବା ସ୍ପର୍ଶ କରନ୍ତି ନାହିଁ; ସ୍ୱାମୀମାନଙ୍କୁ 'ମା' ଶବ୍ଦରେ ସମ୍ୱୋଧନ କରନ୍ତି ଓ ସେମାନହ୍କ ବାସସ୍ଥାନରେ ବାସ କରନ୍ତି ନାହିଁ 

ସେମାନେ ଏକସ୍ଥାନରେ ମଠ କରି ରହନ୍ତି ନାହିଁ ଏକ ଗ୍ରାମରେ ଏକ ଦିବସ ମାତ୍ର ରହି ଯଚ୍ଞ୍ଜା ବା ଅଯାଚ୍ଞ୍ଜା ଭାବେ ଏକ ଗୃହରୁ ପ୍ରାପ୍ତ ଏକବକ୍ତ ପକ୍ୱାନ୍ନ ବ୍ୟଞ୍ଜନାଦି ସହ ଧର୍ମରାସ୍ତାରେ ବା ଗ୍ରାମାନ୍ତରରେ ସୁନିର୍ମଳ ସ୍ଥାନରେ ନୂତନ ମୃତ୍ତିକା ପାତ୍ରରେଲ ବା ରମ୍ଭାଦି ପାତ୍ରରେ ଅଳ୍ପ ବହୁତ ବା ଭଲ ମନ୍ଦ ନଭାବି ବ୍ରହ୍ମ ସ୍ମରଣ ପୂର୍ବକ ଆନନ୍ଦ ମନରେ ଭୋଜନ କରନ୍ତି; ପର ଦିବସ ନିମିତ୍ତ ଭିକ୍ଷା ଦ୍ରବ୍ୟ ସଞ୍ଚିତ ରଖନ୍ତି ନାହିଁ; ଅଥବା ଭିକ୍ଷା ଦ୍ରବ୍ୟ ଘେନି ଏକ ସ୍ଥାନରୁ ସ୍ଥାନାନ୍ତରକୁ ପ୍ରସ୍ଥାନ କରନ୍ତି ନାହିଁ ସ୍ୱୟଂ ଭିକ୍ଷା ଦ୍ରବ୍ୟ ରନ୍ଧନ କରିବା ଉକ୍ତଆଶ୍ରମ ବିଧାନରେ ନିଷିଦ୍ଧ ସେମାନେ ଯାହା ଦ୍ୱାରେ ଭିକ୍ଷା କରନ୍ତି, ତାହାର ମଙ୍ଗଳ ନିମିତ୍ତ ପ୍ରଭୁଙ୍କଠାରେ ପ୍ରାର୍ଥନା କରନ୍ତି ଅବଧୂତ ସନ୍ନ୍ୟାସୀମାନେ କାମିନୀକାଞ୍ଚନ— ଶୂନ୍ୟଗୃହରେ ବା ବୃକ୍ଷମୂଳରେ ଅବସ୍ଥାନ କରନ୍ତି; ସାୟଂ କାଳରେ ଧନିସ୍ଥାପନପୂର୍ବକ ବ୍ରହ୍ମଶରଣ ଭଜନ କରି ଆଗନ୍ତୁକ ବ୍ୟକ୍ତିମାନଙ୍କୁ ସଦୁପଦେଶ ପ୍ରଦାପୂର୍ବକ ବିଳାସ ଆସନ ତ୍ୟାଗପୂର୍ବକ ଭୂପୃଷ୍ଠରେ ଶୟନ ଓ ଉପବେଶନ କରନ୍ତି ପର ଦିନ ପ୍ରାତଃକାଳରୁ ଦର୍ଶନ ଭଜନ ଶେଷ କରି ଗ୍ରାମରେ ଭିକ୍ଷାଗ୍ରହଣପୂର୍ବକ ଗ୍ରାମର ମଙ୍ଗଳ ବାଞ୍ଛା କରି ଅନ୍ୟ ସ୍ଥାନକୁ ପ୍ରସ୍ଥାନ କରନ୍ତି ଭିକ୍ଷା ଅପ୍ରାପ୍ତ ହେଲେ ଗ୍ରାମାନ୍ତର ଜଳାଶୟରେ ଜଳପାଳନ କରି ଗ୍ରାମର ମଙ୍ଗଳବାଞ୍ଛା କରିବା ସେମାନଙ୍କ ସ୍ୱାଭାବିକ ଧର୍ମନୀତି ଅଟେ

ସେମାନେ ଏକ ଗ୍ରାମରେ ଏକ ଦିନରୁ ଅଧିକ ନରହି ସତ୍ୟମହିଁମାଧର୍ମ ପ୍ରଚାରର୍ଥ ଭିନ୍ନ ଭିନ୍ନ ଗ୍ରାମରେ ବିଚରଣ କରନ୍ତି ଯଦି କେହି ତାହାଙ୍କୁ ଅର୍ଥ ପ୍ରଦାନ କରନ୍ତି, ତାହା ଉପଯୁକ୍ତ ପ୍ରକାରେ ବ୍ୟୟ କରନ୍ତି

ସେମାନେ ଉପବୀତ ଓ ମାଳା ପ୍ରଭୃତି ଧାରଣ ନକରି ଦଣ୍ଡକୌପୀନ୍ ଓ ତାଳପତ୍ର ପଙ୍ଖା ଆକତପତ୍ରରୂପେ ଧାରଣ କରି ଥାଆନ୍ତି ସେମାନେ ତାମ୍ୱୁଳ ଭକ୍ଷଣ କରନ୍ତି ନାହିଁ; ଯାନ ବାହାନାଦି ଆରୋହଣ ନ କରି ସ୍ୱପଦରେ ଗମନ କରନ୍ତି; ତୀର୍ଥ, ବ୍ରତ, ଯଜ୍ଞାଦି ମେଳା, ମହୋତ୍ସବ ସ୍ଥାନକୁ ଗମନ କରନ୍ତି ନାହିଁ; ଜଗତ ମଙ୍ଗଳାର୍ଥେ ସର୍ବଦା ପ୍ରଭୁଙ୍କ ଜଣାଇ ଲୋକ ମାନଙ୍କୁ ବ୍ରହ୍ମଜ୍ଞାନ ଭକ୍ତିଯୋଗରେ ଉପଦେଶ ପ୍ରଦାନ କରନ୍ତି ଅଗ୍ରହଦ୍ୱିଜ, ନୃପ, ନାପିତ, ରଜକ, ଗଣକ ଗଣିକା, ଭୋପାମାଳୀ, ଭାଟ, ବୈଦ୍ୟ, ଭିକ୍ଷାଜୀବୀ ଓ ଗୃହୀ ବୈଷ୍ଣବ ପ୍ରଭୃତି ନୈହେଦ୍ୟାହାରୀ ବ୍ୟକ୍ତିଙ୍କ ଗୃହରେ ଭକ୍ତଗଣ ଭୋଜନ କରନ୍ତି ନାହିଁ;ତଦ୍ରୂପ ଶ୍ରାଦ୍ଧାନ୍ନ ଓ ବହୁମେଳି ଅନ୍ନ ଭୋଜନ କରନ୍ତି ନାହିଁ; ଉକ୍ତ ଦେବନୈବୋଦ୍ୟାହାରୀ ବ୍ୟକ୍ତି ସତ୍ୟମହିମାଧର୍ମରେ ଦୀକ୍ଷିତ ହେଲେ ତାଙ୍କ ପ୍ରତି ଘୃଣା ପରିହାର କରନ୍ତି; ଯେ କେହି ସାଧୁ ସନ୍ନ୍ୟାସୀ ଦେହ ତ୍ୟାଗ କଲେ, ଉକ୍ତ ଘଟକୁ ଭୂମି ମଧ୍ୟରେ ସମାଧି କରିଦିଅନ୍ତି ଏକ ଅଲେଖ ପରଂବ୍ରହ୍ମଙ୍କୁ ଉପାସନା କରାଯାଏ ବୋଲି ଏହି ସତ୍ୟ ମହିମାଧର୍ମକୁ ମଧ୍ୟ ଅଲେଖଧର୍ମ ବୋଲି କୁହାଯାଏ ଉକ୍ତ ଅବଧୂତ ପର ସନ୍ନ୍ୟାସୀ ମାନେ କୁମ୍ଭୀ ବୃକ୍ଷର କଳ୍ପଳ ଧାରଣ କରୁଥିବା ହେତୁ, କେହି କେହି ସାଧାରଣ ବ୍ୟକ୍ତି ଏମାନଙ୍କୁ କୁମ୍ଭିପଟିଆ ବୋଲି କହନ୍ତି

ବର୍ତ୍ତମାନ ସତ୍ୟ ମହିମାଧର୍ମ ଉତ୍କଳ, ବଙ୍ଗ, ବିହାର ପ୍ରଭୃତି ଦେଶରେ ଓ ଦକ୍ଷିଣାଞ୍ଚଳ ହାଇଦ୍ରାବାଦ, ଗୁଣ୍ଟରୁ, ଇଲୁରୁ ଓ ଗୋଦାବରୀ ପ୍ରଭୃତି ସ୍ଥାନରେ ଓ ପଶ୍ଚିମାଞ୍ଚଳ ସୁଦୁର ଇନ୍ଦୋର ରାଜ୍ୟ ପର୍ଯ୍ୟନ୍ତ ବ୍ୟାପି ଅଛି ସତ୍ୟମହିମାଧର୍ମ ତତ୍ତ୍ୱର ତାତ୍ପର୍ଯ୍ୟ ବୁଝିବାକୁ ହେଲେ ମହିମାଧର୍ମ ପ୍ରତିପାଦକ ଗ୍ରନ୍ଥ ଦେଖନ୍ତୁ—ଲେଖକ ବ୍ରହ୍ମଅବଧୃତ ଶ୍ରୀ ବିଶ୍ୱନାଥ ବାବା]