ମହିମା ଗାଦି
ମହିମା ଗାଦି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଢେଙ୍କାନାଳ ଅନ୍ତର୍ଗତ ଜୋରନ୍ଦା ଗ୍ରାମରେ ଅବସ୍ଥିତ ମହିମାଧର୍ମର ପୀଠ —A seat of Mahimā dharma, at Jorandā in the State of Dheṅkānāḻ.
[ଦ୍ରଷ୍ଟବ୍ୟ —ଏହା ଅନନ୍ତ କ୍ଷେତ୍ର ମହିମାଗାଦି ନାମରେ ପ୍ରସିଦ୍ଧ ସତ୍ୟ— ମହିମାଧର୍ମୀମାନଙ୍କର ଉକ୍ତ ସ୍ଥାନ ଗୁରୁପୀଠ ଅଟେ ଯେହେତୁ ପ୍ରବୁଦ୍ଧଗୁରୁ ମହିମା ଗୋସାଇଁ ସେହିଠାରେ ଇହଲୀଳା ସମ୍ୱରଣ କରିଥିଲେ ସେହି ଦିନଠାରୁ ମହିମା ଗାଦିର ନାମ ପ୍ରସିଦ୍ଧ ଲାଭ କରିଅଛି ବର୍ତ୍ତମାନ ଉକ୍ତ ଗାଦିର ମାହାତ୍ମ୍ୟ ଚତୁର୍ଦ୍ଦିଗ ବ୍ୟାପିବାରୁ ଅନେକ ମହିମା ଧର୍ମାବଲମ୍ୱୀ ସେହି ଗାଦିକୁ ପ୍ରଭୁଙ୍କ ପୀଠ ବିଶ୍ୱାସ କରି ନାନା ପ୍ରକାର ଭେଟି ଦିଅନ୍ତି ଉକ୍ତ ଦ୍ରବ୍ୟମାନ ସେଠାରେ ମହିମା ଲୀଳା (ଘୃତାହୁତି, ବାଲ୍ୟଲୀଳା, ନିରାକାର ଈଶ୍ୱରଙ୍କ ଭଜନ, ଆଗନ୍ତୁକ ବ୍ୟକ୍ତିଙ୍କ ସତ୍କାର)ରେ ବ୍ୟୟ କରା— ଯାଏ ଆଉ ମଧ୍ୟ ଏହି ଧନ ଅଟ୍ଟାଳିକା,, କୂପ, ତଡ଼ାଗାଦି ନିର୍ମାଣରେ ଜଗଜ୍ଜନହିତରେ ବ୍ୟୟିତ ହୁଏ ସତ୍ୟ ସନାତନ ମହିମା ଧର୍ମର ଅବଧୂତାଶ୍ରମୀ 'ପର' ଓ 'ଅପର' ସନ୍ନ୍ୟାସୀ— ମାନେ ସେହିଠାରେ ଗୁରୁପଦେଶଦ୍ୱାରା କୌପୀନ ଓ କୁମ୍ଭୀପଟ ଗ୍ରହଣ ପୂର୍ବକ ସନ୍ନ୍ୟାସ ପନ୍ଥାରେ ଭୁକ୍ତ ହୁଅନ୍ତି ମହିମା ଗାଦିର ତତ୍ତ୍ୱାବଧାରକ କେବଳ 'ପର ସନ୍ନ୍ୟାସୀ' ବଳ୍କଳଧାରୀ ବାବାମାନେ ଅଟନ୍ତି ସେହି ସାଧୁମାନେ ସେହି ଗାଦିକୁ ଉତ୍ସୃଷ୍ଟ କୌଣସି ଦ୍ରବ୍ୟ ଗ୍ରହଣ ନ କରି ଭିକ୍ଷାଦ୍ୱାରା କାଳାତିପାତ କରନ୍ତି ସେମାନଙ୍କ ଆଦେଶମତେ ସାଧୁ ଭକ୍ତଗଣ ପୀଠର ପରିଚାଳନ ଓ ପୂର୍ବୋକ୍ତ ସତ୍କାର୍ଯ୍ୟମାନ ସମାଧାନ କରନ୍ତି ପ୍ରତି ମାସ ଶୁକ୍ଳ ଚତୁର୍ଦ୍ଦଶୀରେ ବିଶେଷ ଭାବେ ପୂର୍ବୋକ୍ତ ସତ୍କାର୍ଯ୍ୟମାନ (ଘୃତାହୁତି, ବାଲ୍ୟଲୀଳା, ଭଜନ) ଅନୁଷ୍ଠିତ ହୁଏ ତନ୍ମଧ୍ୟରେ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ସର୍ବଶ୍ରେଷ୍ଠ ଭାବେ ବିଖ୍ୟାତ ଏହି ହେତୁରୁ ଉକ୍ତ ଚତୁର୍ଦ୍ଦଶୀରେ ଦେଶ ବିଦେଶକୁ ଧର୍ମପ୍ରଚାରାର୍ଥ ଯାଇଥିବା ସିଦ୍ଧ ସାଧୁଗମ, ଗୃହସ୍ଥ ଭକ୍ତବୃନ୍ଦ ଓ ସାଧାରମ ଯାତ୍ରିଗଣ ସମବେତ ହୋଇ ମହିମା ଲୀଳା ବିନୋଦରେ ପ୍ରମୋଦିତ ହୁଅନ୍ତି ସେଠାରେ ବିଷୟଲାଳସୀ ବ୍ୟକ୍ତିମାନଙ୍କର ଅଧିକାର ନ ଥିବା ହେତୁ ମହିମା ଗାଦିର ମାହାତ୍ମ୍ୟ ସନ୍ନ୍ୟାସୀମାନଙ୍କଦ୍ୱାରା ବିଶେଷ ପ୍ରକଟିତ ହେଉଅଛି ଆଉ ମଧ୍ୟ, ସନ୍ନ୍ୟାସୀମାନଙ୍କ ସହିତ କାମିନୀମାନଙ୍କର ବାସ ଓ ସ୍ପର୍ଶ ନିଷିଦ୍ଧ ଥିବା ହେତୁ ଗାଦି ପୀଠ ସ୍ଥାନ ଚରିତ୍ର ଦୃଷ୍ଟିରେ ନିଷ୍କଳଙ୍କ ରହିଅଛି ଗାଦିର ବିସ୍ତାର ନିମିତ୍ତ ଢେଙ୍କାନାଳର ରାଜା ସାହେବ ଉକ୍ତ ଭୂମି ଉପରେ କୌଣସି କର ଧାର୍ଯ୍ୟ ନ କରି ଆବଶ୍ୟକମତେ ଜମିମାନ ମହିମା ଗୋସେଇଁଙ୍କ ନାମରେ ସନ୍ନ୍ୟାସୀମାନଙ୍କ ମାରଫତରେ ଖଞ୍ଜା କରୁଅଛନ୍ତି ଉକ୍ତ ଭୂମିରେ କୌଣସି ପ୍ରକାର କୃଷି ଆଦି ଫସଲ କର୍ମ କରାଯାଏ ନାହିଁ ଯେହେତୁ ପୂର୍ବରୁ ତାହା ମହିମା ଗୋସାଇଁଙ୍କ ଆଜ୍ଞାରେ ନିଷ୍ଦ୍ଧ ରହିଅଛି କେବଳ ସେହି ପ୍ରଭୁଙ୍କ ମହିମାରେ ଭକ୍ତମାନଙ୍କର ମନସ୍କାମନା ପୂର୍ଣ୍ଣ ହେଲେ ସେମାନେ ଯାହା ଅର୍ଥ ଦାନ କରନ୍ତି ବା ଧର୍ମାଶ୍ରିତ ଭକ୍ତଗଣ ସ୍ୱେଚ୍ଛାକ୍ରମେ ସଦ୍ଭାବରେ ଯାହା ଅର୍ଥ ଦାନ କରନ୍ତି ତାହାଦ୍ୱାରା ମହିମା ଗାଦିର ଯାବତୀୟ କାର୍ଯ୍ୟ ନିର୍ବାହ କରା— ଯାଏ ଏକ ବର୍ଷରୁ ଅଧିକକାଳ ନିମିତ୍ତ ବ୍ୟୟୋପଯୋଗୀ ଅର୍ଥ ଗଚ୍ଛିତ ରଖାଯାଏ ନାହି ଆୟକୁ ଦେଖି ବ୍ୟୟ କରା— ଯାଏ ବିଶ୍ୱନାଥ ବାବା]