Jump to content

ମହୁର

ଉଇକିଅଭିଧାନ‌ରୁ

ମହୁର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଧୁର)

[ସମ୍ପାଦନା]

କଦଳୀ, ବାଇଗଣ, ଆଳୁ, ସାରୁ ଆଦି ନାନାପ୍ରକାର ପରିବା ମିଶି ରନ୍ଧା ହୋଇଥିବା ଘାଣ୍ଟିଆ ତରକାରୀ —A hodgepodge or curry prepared by cooking many sorts of vegetables.

[ଉ—ଯତ୍ନ କରିଣ ମାଂସ କଦଳୀ ମହୁର ଦିଅନ୍ତି ଦ୍ୱିଜେ କରି ଦିଅନ୍ତି ଆହାର— କୃଷ୍ଣସିଂହ. ମହାଭାରତ. ସଭା]

[ଦ୍ରଷ୍ଟବ୍ୟ —ଯେଉଁ ମହୁରରେ ଆମିଷ (ମତ୍ସ୍ୟ ବା ମାଂସ) ମିଶା ଯାଇଥାଏ ତାହାକୁ ଆମିଷ (ଆଇଁଷ) ମହୁର କହନ୍ତି ଓ ଯହିଁରେ ଆମିଷ ଦିଆ ହୋଇ ନ ଥାଏ ତାହାକୁ ନିରାମିଶ (ନିରେଇଁଷ) ମହୁର କହନ୍ତି

ଯେଉଁ ମହୁରରେ ପଡ଼ିଥିବା ମାଛକୁ କଣ୍ଟାଯାକ ବିବାତ୍ ଝଡ଼ା ହୋଇ ବଢ଼ାଯାଇ କେବଳ କୋମଳ ଅଂଶଯାକ ମିଶାଯାଇ ଥାଏ ତାହାକୁ ଝାଡ଼ା ମହୁର କୁହାଯାଏ]