ମହୁଲ୍
ମହୁଲ୍
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ମହୁଲ (ଦେଖ) - Mahula (See)
ମହୁଲ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଧୂକ; ପ୍ରା, ମହୁଆ)
[ସମ୍ପାଦନା]ବକୁଳାଦି ବର୍ଗର ଆରଣ୍ୟ ତରୁ —Mahus; Bassia Latifolia.
[ଦ୍ରଷ୍ଟବ୍ୟ —ଏହା ବକୁଳାଦି ବର୍ଗର ଅରଣ୍ୟ ତରୁ ଏଥିର ପତ୍ର ୫୭: ଆଙ୍ଗୁଳି ଚଉଡ଼ା ଓ ଚାଖଣ୍ଡେ ପର୍ଯ୍ୟନ୍ତ ଲମ୍ୱ ଓ ଏଥିର ଦୁଇ ମୁଣ୍ଡ ଗୋଜିଆ କେବଳ ପଞ୍ଜାବ ଛଡ଼ା ଭାରତରେ ଅନ୍ୟତ୍ରି ଏହାର ଗଛ ବନ୍ୟ ଓ ପାହାଡ଼ିଆ ସ୍ଥାନରେ ଜନ୍ମେ ଏ ଗଛ ୩୪: ହାତ ଉଚ୍ଚ ହୁଏ ଓ ଡାଳମାନ ଛତା ପରି ଗଛର ଚାରି— ପାଖେ ବିସ୍ତୁ ହୁଏ ଗଛ ୨୨୫: ହର୍ଷରେ ଫୁଲ ଫଳ ଧରେ ଓ ଶହେ ବର୍ଷ ପର୍ଯ୍ୟନ୍ତ ଗୋଟିଏ ଗଛ ଫୁଲ ଓ ଫଳ ଧରେ ଏ ଗଛର ପତ୍ର ଫଗୁଣ ଓ ଚୈତ୍ରରେ ଝଡ଼ିପଡ଼େ ପତ୍ର ଝଡ଼ିବା ପରେ ଡାଳମାନଙ୍କ ଅଗରେ କଢ଼ ଧରେ ଏ କଢ଼ମାନେ ଖୋଲି ଯାଇ ବସନ୍ତକାଳରେ ଭିତରରେ ଜିରା ପରି ବସ୍ତୁ ଥିବା ଫକା ନାଲି ବା ଇଟା ରଙ୍ଗର ଫୁଲ ଫୁଟେ ଏ ଗଛରୁ ଫୁଲ ୨୨୨: ଦିନ ପର୍ଯ୍ୟନ୍ତ ଝଡ଼େ ଏ ଫୁଲରେ ଶତକଡ଼ା ୫ ଅଂଶ ମିଠା ଥାଏ ଏ ଫଳକୁ ବନ୍ୟ ଓ ଗୃହପାଳିତ ପଶୁ, ପକ୍ଷୀ ଓ ମନୁଷ୍ୟମାନେ ଖୁବ୍ ଆଦର ସହକାରେ ଖାଆନ୍ତି ଏ ଫୁଲ ବହୁତ ଦିନ ଆବିସ୍କୃତ ଅବସ୍ଥାରେ ରହେ ଲୋକ ଏହାକୁ ବାଟି କରି ତୁଚ୍ଛା ବା ଅଟା ମିଶାଇ ପିଠା କରନ୍ତି; ମହୁଲକୁ ଭାଜି କରି ମଧ୍ୟ ଖାଆନ୍ତି ଏବଂ ଏଥିରୁ ଗଡ଼ଜାତର ଲୋକ ଏକପ୍ରକାର ମଦ ତିଆରି କରନ୍ତି ଏ ମଦର ସଂସ୍କୃତ ନାମ ମାଧ୍ୱୀ ଓ ଦେଶୀ ନାମ ମହୁଲି ଭାଲୁମାନେ ଏହି ଫୁଲ ଖାଇବାକୁ ଖୁବ୍ ସୁଖ ପାଆନ୍ତି ମହୁଲର ଫଳ ପୋଟଳ ପରି ଓ ତହିଁ ଭିତରେ ଗୋଟିଏ ମଞ୍ଜି ଥାଏ ମହୁଲର ମଞ୍ଜିରୁ ଏକପ୍ରକାର ତେଲ ବାହାରେ, ଏହା ଦେଖିବାକୁ ଘିଅ ପରି (Mahua butter) ଏ ତେଲକୁ ମହାଜନମାନେ ଘିଅରେ ମିଶାନ୍ତି ଏହାର କାଠ ଖଦିର ବର୍ଣ୍ଣ୍, କିନ୍ତୁ ମାଟି ଏ କାଠକୁ ଚଞ୍ଚଳ ଖାଇଯାଏ ବୈଦିକ ମତରେ ମହୁଲ ଫୁଲ ମଧୁର, ଶୀତଳ, ଧାତୁବର୍ଦ୍ଧକ, ଦାହ, ପିତ୍ତ ଓ ବାତ ନାଶକ, ହୃଶ୍ୟ ମହୁଲ ଫଳ ଶୀତଳ, ଶୁକ୍ରଜନକ, ଧାତୁ ଓ ବଳବର୍ଦ୍ଧକ ଓ ବାତ, ପିତ୍ତ ତୃଷା, ଦାହ, ଶ୍ୱାସ, କ୍ଷୟ ଆଦି ପ୍ରଶମକ ଏଥିର ଛାଲ ରକ୍ତପିତ୍ତନାଶକ ଓ ବ୍ରଣ ଶୋଧକ ଏଥିରେ ତୈଳ କଫପିତ୍ତ ଓ ଦାହନାଶକ ଓ ଭୂତବାଧା ନିବାରକ ଆଉ ଏକକପ୍ରକାର ମହୁଆ ଗଛ ପାଣିରେ ଉଠେ ତହିଁର ସଂସ୍କୃତ - ନାମ; ଧୂମକଳ]