Jump to content

ମହୁ ମାଛି

ଉଇକିଅଭିଧାନ‌ରୁ

ମହୁ ମାଛି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ମଧୁମକ୍ଷିକା)

[ସମ୍ପାଦନା]

ମଧୁ ସଂଗ୍ରହ କରି ସଞ୍ଚୟ କରିବା ପକ୍ଷଯୁକ୍ତ କୀଟବିଶେଷ —The bee; apis; the honey bee.

[ଦ୍ରଷ୍ଟବ୍ୟ —ସାଧାରଣ ଛଅ

ଅନୁବାଦ

[ସମ୍ପାଦନା]
ଜାତିର ମହୁ ଓ ମହୁମାଛି ଦେଖାଯାଆନ୍ତି ଯଥା ===
୧. ବାଘରା —(Apis Dorsata) (ସଂସ୍କୃତ - ଛତ୍ରାକ ମଧୂ ବା ଆର୍ଘମଧୁ)

ଏମାନେ ଦେଖିବାକୁ ଭଅଁରପତି, ପ୍ରାୟ ଏକଜନ ଲମ୍ୱ ଏମାନଙ୍କର ନାହୁଡ଼ି ଅଛି ଏମାନଙ୍କର ଫେଣାକୁ ଭାଙ୍ଗିଲେ ଏମାନେ ମନୁଷ୍ୟକୁ ବେଢ଼ିଯାଇ ଅତ୍ୟନ୍ତ କଲଲ କରି ନାହୁଡ଼ିରେ ମାରନ୍ତି ଓ ଏମାନଙ୍କୁ ନାହୁଡ଼ ଆଘାତରେ ମନୁଷ୍ୟର ଦେହ ଗଡ଼ପରି ଫୁଲିଯାଏ; ଦଂଶିତ ସ୍ଥାନରେ ଗୋଟିଏ ଲେଖାଁଏ ନାହୁଡ଼ ପଶି ଯାଇଥାଏ ଏମାନଙ୍କ ଫେଣା ଝୁଲାମଣିପରି ଚକ୍ରାକୃତି ୨୩: ଫୁଟଲ ବ୍ୟାସ ବିଶିଷ୍ଟ ହୁଏ ଏମାନେ ଉଚ୍ଚବୃକ୍ଷର ଶାଖାରେ, କୋଠାରେ କଡ଼ିରେ, ଗଛର କୋରଡ଼ରେ, ପର୍ବତ— ଗୁହାରେ ପ୍ରାନ୍ତରେ, ଦେଉଳର ଛାତରେ ଫେଣା ବାନ୍ଧନ୍ତି, ଏମାନଙ୍କ ମହୁ ନାଲି ଓ ଗାଢ଼

୨. ହେଙ୍ଗୁଳା ମହୁ —(Apis Mellifica) (ସଂସ୍କୃତ - ଭ୍ରାମର ମଧୁ) ===

ଏମାନେ ଦେଖିବାକୁ ହଳଦିଆ ଓ ବାଘରା ମହୁମାଛିପରି ବଡ଼ ଓ ନାହୁଡ଼ଯୁକ୍ତ ଏମାନଙ୍କ ମହୁ ହଳଦିଆ ଏମାନେ ମଧ୍ୟ ଉଚ୍ଚବୃକ୍ଷରେ ଶାଖା ଆଦିରେ ଫେଣା ବାନ୍ଧନ୍ତି ହୋମିଓପାଥିର ବିଷଜ୍ୱାଳା ନାଶକ ଔଷଧ (Apis Mel) ଏହି ମହୁମାଛିଙ୍କ ମହୁରୁ ପ୍ରସ୍ତୁତ ହୁଏ

ଅନୁବାଦ

[ସମ୍ପାଦନା]
୩. ସାତଫେଣିଆ ମହୁ (Apis Indica)—ଏମାନେ ବାଘରାଙ୍କଠାରୁ ଛୋଟ ଓ ଏମାନଙ୍କର ନାହୁଡ଼ ଅଛି, କିନ୍ତୁ ଏମାନଙ୍କ ଦଂଶନ ବାଘରାଙ୍କ ଦଂଶନପରି କଷ୍ଟପ୍ରଦ ନୁହେଁ ଏମାନେ ଏକତ୍ର ବହୁଶାଖା (ଦଳ) ଯୁକ୍ତ ଚକ୍ର ପ୍ରସ୍ତୁତ କରନ୍ତି ଏମାନେ ବୃକ୍ଷ କୋଟରରେ ଓ ଗୁହା ମଧ୍ୟରେ ଫେଣା ବାନ୍ଧନ୍ତି ଏମାନଙ୍କ ଫେଣାଗୁଡ଼ିକ ବାଘରାଙ୍କ ଫେଣା ଅପେକ୍ଷା ଛଟ ଏମାନଙ୍କ ମହୁ ପାଣ୍ଡୁର ଓ ପତଳା
୪. ବିଞ୍ଚଣି ମହୁ— ଏମାନେ ବିଞ୍ଚଣା ବା ପଙ୍ଖାପରି ଛୋଟ (ଏକଫୁଟ ବ୍ୟାସରୁ ବେଶୀ ନୁହେଁ) ଫେଣା ବାନ୍ଧନ୍ତି ଏମାନେ ସାଧାରଣ ମାଛିପରି ଛୋଟ, ନାହୁଡ଼ ନାହିଁ ଣେମାନଙ୍କ ମହୁ ପାଣ୍ଡୁର ଓ ପତଳା
୫. ଡାଳିମହୁ—(ସଂସ୍କୃତ - ଦାଳକ ମଧୁ) ଏମାନେ ସାଧାରଣ ମାଛିଙ୍କଠାରୁ ଛୋଟ; ଗଛର ଛୋଟ ଡାଳ ଚାରିପାଖେ ଛୋଟ ଫେଣା ବାନ୍ଧନ୍ତି ଏମାନଙ୍କର ନାହୁଡ଼ ନାହିଁ ମହୁ ଈଷତ୍ ନାଲି ଓ ପତଳା

ଅନୁବାଦ

[ସମ୍ପାଦନା]
୬. ନିକି (କୁ)ଟି ମହୁ—(Apis Florea)— ଏମାନେ ମାଛିଙ୍କଠାରୁ ଅତି କ୍ଷୁଦ୍ର ଏମାନେ କାନ୍ଥର କଣା ମଧ୍ୟରେ ଅତି ପତଳା ଓ ଛୋଟ ଫେଣା କରନ୍ତି ଏମାନଙ୍କର ନାହୁଡ଼ ନାହିଁ ଏମାନଙ୍କ ମଧୂ ଅଳ୍ପ ଓ ଅତ୍ୟନ୍ତ ତରଳ ଓ ଧଳା

ଆଧୁନିକ ପ୍ରାଣି ତତ୍ତ୍ୱବିଦ୍ ପଣ୍ଡିତମାନେ ଗବେଷଣା ପୂର୍ବକ ସ୍ଥିର କରିଅଛନ୍ତି ଯେ ଗୋଟିଏ ମହୁମାଛିପଲରେ ଗୋଟିଏ ମାତ୍ର ରାଣୀ (Queen bee) ଥାଏ ସେହି ରାଣୀ ଗୁଡ଼ିଏ ଅଣ୍ଡା ପ୍ରସବ କରେ ଫେଣାରେ ଗୁଡ଼ିଏ ଅଳସୁଆ ଅଣ୍ଡିରା ମାଛି (Drone) ଥାଆନ୍ତି ସେମାନେ କିଛି କାମ କରନ୍ତି ନାହିଁ ବାଞ୍ଝ ମାଈମାଛିମାନେହିଁ ମହୁ ସଂଗ୍ରହ କରି ଫେଣା ତିଆରି କରି ସେଥିରେ ମଧୁ ଓ କେଶର ସଞ୍ଚୟ କରନ୍ତି ଫେଣାର କୋଠରିମାନେ ସମଷଡ଼ଭୂଜ କେତେକ କୋଠରିରେ ମହୁମାଛିଙ୍କ ଡିମ୍ୱମାନ ରହେ; କେତେକରେ ତରଳ ମହୁ ପୂର୍ଣ୍ଣ ହୋଇଥାଏ; କେତେକରେ ଛୁଆ ମାଛିମାନଙ୍କ ଖାଇବାପାଇଁ ହଳଦିଆ କେଶର ବା ପୁଷ୍ପପରାଗ ସଞ୍ଚିତ ହୋଅଥାଏ ମହୁଫେଣାର କୋଠରିମାନଙ୍କ କାନ୍ଥମାନ ଏକପ୍ରକାର ଅଠାଳିଆ ପଦାର୍ଥକୁ ମହଣ କହନ୍ତି ମହୁମାଛିମାନେ ବହୁପୂର୍ବରୁ ଫୁଳରୁ ମଧୁ ଓ କେଶର ସଂଗ୍ରହ କରି ଫେଣାକୁ ଆଣନ୍ତି ଆଜିକାଲି ଲୋକେ ମହୁମାଛିସକୁ ଆଣି ପୋଷି ମହୁ ଆମଦାନି କରୁଅଛନ୍ତି ରାଣୀମାଛିକୁ ବାନ୍ଧି ରଖିଲେ ଅନ୍ୟମାଛିମାନେ ସେହି ସ୍ଥାନକୁ ଭିଡ଼ି ଆସି ଫେଣା ବାନ୍ଧନ୍ତି

୨. ଏକ ପ୍ରକାର ନାଲି ସରୁଧାନ —୨. A kind of fine-red-coloured pady.