Jump to content

ମହେନ୍ଦ୍ର

ଉଇକିଅଭିଧାନ‌ରୁ

ମହେନ୍ଦ୍ର

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ମହାନ+ଇନ୍ଦ୍ର; କର୍ମଧାରୟ)

[ସମ୍ପାଦନା]
୧. ଦେବରାଜ; ଇନ୍ଦ୍ର ୧. Indra; the king of Gods
୨. ବିଷ୍ଣୁ —୨. Bishṇu.
୩. ଓଡ଼ିଶାର ଦକ୍ଷିଣରେ ଗଞ୍ଜାମ ଜିଲ୍ଲାରେ ଥିବା ପର୍ବତଶ୍ରେଣୀ —୩. Name of a range of mountains in Ganjāam (South of Orissa).

[ଦ୍ରଷ୍ଟବ୍ୟ —ଗୋଦାବରୀ ନିକଟସ୍ଥ ପୂର୍ବଘାଟ ପର୍ବତମାଳାରୁ ଏବଂ ଗଞ୍ଜାମ ନିକଟସ୍ଥ ପାହାଡ଼ରୁ ବର୍ତ୍ତମାନ ମହେନ୍ଦ୍ର ବୋଲାଯାଏ ଜଗବନ୍ଧୁ ପ୍ରାଚୀନ ଉତ୍କଳ ଏ ପର୍ବତଶ୍ରେଣୀ ଗଞ୍ଜାମର ଉତ୍ତର ସରକାରଠାରୁ ଗଣ୍ଡବାନା ପର୍ଯ୍ୟନ୍ତ ବିସ୍ତୃତ ଓ ଐତିହାସିକ ଉତ୍କଳରେ ଏ ସର୍ବୋଚ୍ଚ ପର୍ବତ ଏହାର ଉଚ୍ଚତା ସମୁଦ୍ରପୃଷ୍ଠରୁ ପ୍ରାୟ ଏକ ମାଇଲ

କଥିତ ଅଛି ଏହିଠାରେ ପରଶୁରାମ ତପସ୍ୟା କରିଥିଲେ ଏବଂ ପାଣ୍ଡବମାନେ ବନବାସ ସମୟରେ ରହିଥିଲେ ଏହି ପର୍ବତରେ ଅନେକ ଚାତକ ପକ୍ଷୀ ଦେଖା ଯାଆନ୍ତି ଏହା ମଞ୍ଜୁଷା ନାମକ ଜମିଦାରୀ ରାଜ୍ୟର ଅନ୍ତର୍ଗତ; ଏହା ପୌରାଣିକ ସପ୍ତକୁଳରୁ ଏକତମ]

୪. ଅଶୋକଙ୍କର ପୁଅମାନଙ୍କ ମଧ୍ୟରୁ ଜଣେ —୪. Name of a son of Aṡoka.

[ଦ୍ରଷ୍ଟବ୍ୟ —ଏ ବୌଦ୍ଧ ଧର୍ମ ପ୍ରଚାର କରିବା ମିନନ୍ତେ ତାଙ୍କ ଭଗିନୀ ସଂଘମିତ୍ରାଙ୍କ ସହିତସିଂହଳକୁ ଯାଇଥିଲେ]

=== ଦେଶଜ - ବିଶେଷ୍ୟ - ପୁଂ.

ଲୋକଙ୍କୁ ଦିଆଯିବା ନାମ —A name given to males.