ମହେନ୍ଦ୍ରଲାଭ୍ ସରକାର
ମହେନ୍ଦ୍ରଲାଭ୍ ସରକାର
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]କଲିକତାର ପ୍ରଧାନ ଦେଶହିତୈଷୀ ସ୍ୱର୍ଗୀୟ ଡାକ୍ତର ଓ ବିଜ୍ଞାନାଚାର୍ଯ୍ୟ —Name of a famous doctor and scientist of Calcutta.
[ଦ୍ରଷ୍ଟବ୍ୟ —ଏ ଖ୍ରୀ ୧୮୩୩: ସାଲରେ ଜାତ ହୋଇଥିଲେ ଓ ୧୯୪:ରେ ପ୍ରାଣତ୍ୟାଗ କରିଥିଲେ ଏହାଙ୍କର ପୂର୍ଣ୍ଣନାମ ଡାକ୍ତର ମହେନ୍ଦ୍ରଲାଲ ସରକାର ଏ ପାଶ୍ଚାତ୍ୟ ଚିକିତ୍ସା ବିଦ୍ୟାଧ୍ୟୟନ କରି ସର୍ବୋଚ୍ଚ ଏମ୍, ଡ଼ି (M. D) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବ୍ରିଟିସ ମେଡ଼ିକାଲ୍ ଆଲୋସିଏସନ୍ ନାମକ ବିଲାତି ଚିକିତ୍ସାସଂଘର ଭାରତୀୟ ଶାଖା (The Indian branch of the British Medical Association)ର ସମ୍ପାଦକ ଓ ସରକାରୀ ସଭାପତି ଥିଲେ ଏ ପ୍ରଥମେ ହୋମିଓପାଥିକ୍ ଚିକିତ୍ସାର ବିରୋଧୀ ଥିଲେ, କିନ୍ତୁ ପରେ ମତପରିବର୍ତ୍ତନ କରି ସ୍ୱୟଂ ଭାରତ ବିଖ୍ୟାତ ହୋମିଓପାଥିକ୍ ଚିକିତ୍ସ ହୋଇ— ଥିଲେ ଓ ଏହି ଚିକିତ୍ସାର ପୋଷକ Calcutta journal of medicine ନାମକ ପତ୍ରିକା ମୃତ୍ୟୁପର୍ଯ୍ୟନ୍ତ ୧୭: ବର୍ଷ ସମ୍ପାଦନ କରିଥିଲେ ବଙ୍ଗର ଗଭର୍ଣ୍ଣର ସର୍ ରିଚାଡ଼୍ଟେମ୍ପଙ୍କ ପୃଷ୍ଠପୋଷକତାରେ ଏ Indian Association for the cultivation of Science ନାମକ ଗୋଟିଏ ଶିକ୍ଷାଗାର ସ୍ଥାପନ କରିଥିଲେ ଏ ଦିନୋକେତେ କଲିକତାର ସେରିଫ୍ ଓ ବ୍ୟବସ୍ଥାପନ ସଭାରେ ସଦସ୍ୟ ଥିଲେ ଏ. ସି. ଆଇ, ଇ ଓ ଡ଼ି. ଅଲ୍, ଉପାଧି ଲାଭ କରିଥିଲେ ଏହାଙ୍କର ପୁତ୍ର ଡାକ୍ତର ଅମୃତଲାଭ ସରକାର ପିତୃପଦାଙ୍କ
ଅନୁସରଣ କରି ପିତୃପରିଚାଳିତ ପତ୍ରିକାର ସମ୍ପାଦନ ଚଳାଉ ଆଛନ୍ତି ସୁବଳଚନ୍ଦ୍ର—ବାଙ୍ଗାଲା ଅଭିଧାନ]