Jump to content

ମାଇନ କରିବା

ଉଇକିଅଭିଧାନ‌ରୁ

ମାଇନ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ସମାଜୋଚିତ ମର୍ଯ୍ୟାଦା ଅନୁସାରେ ଚଳିବା; ଗୁରୁଜନଙ୍କୁ ସମ୍ମାନ ଦେଖାଇବା — ୧. To show proper respect and modesty to one's elders or to outsiders.
୨. (ବଧୂମାନେ) ସମାଜୋଚିତ ବିଧି ଅନୁସାରେ ଗୁରୁଜନଙ୍କୁ ଓ ଅପରିଚିତ ବ୍ୟକ୍ତିମାନଙ୍କୁ ଦେଖା ନ ଦେବା ବା ସେମାନଙ୍କ ସଙ୍ଗେ କଥା ନ କହିବା —୨. Not to appear before and talk to one's elders and to outsiders according to the etiquette observed in society (said of young daughter-in-law etc).

[ ଦ୍ର—ଆମ୍ଭମାନଙ୍କ ସମାଜରେ ମାଇନ କରିବା ପ୍ରଥା ପୂର୍ବ ଖୁବ୍ କଡ଼ାଥିଲା ନବାଗତ ବଧୂ ଶାଶୁ, ନଣନ୍ଦ ଓ ଅନ୍ୟ ବର୍ଷିୟସୀମାନଙ୍କୁ ସହିତ ପାଟି ଫିଟାଇ କଥାବାର୍ତ୍ତ ନ କରି ଚୁଁ ଚୁଁ ଶଦ୍ଦ କରି ଓ ହାତରେ ଠାରି ମନର ଭାବ ପ୍ରକାଶ କରୁଥିଲେ; ସ୍ୱାମୀଙ୍କ ସଙ୍ଗେ ଦିବସରେ ବା ପ୍ରକାଶ୍ୟରେ ଦେଖା ବା କଥାଭାଷା କରୁ ନ ଥିଲେ; ଶଶୁର, ଅଧିକ ବୟସ ଦିଅର ଓ ବାହାରର ଲୋକଙ୍କ ଦେଖା ଦେଉ ନ ଥିଳେ; ସବୁବେଳେ ଓଢ଼ଣା ପକାଉ— ଥିଲେ ସ୍ତ୍ରୀମାନେ ଆପଣା ଦେଢ଼ଶୁର, ମୁଉଳାଶୁଭ, ସାନ— ଭଉଣୀର ସ୍ୱାମୀଙ୍କୁ ଦେଖା ଦେଉ ନ ଥିଲେ କିମ୍ୱା ସେମାନଙ୍କ ସଙ୍ଗେ କଥା ବହୁ ନ ଥିଲେ ସ୍ତ୍ରୀମାନେ; ବିଶେଷତଃ ବଧୂମାନେ ଦାଣ୍ଡକୁ ବାହାରୁ ନ ଥିଲେ; ବାହାରର ପୁରୁଷ— ମାନଙ୍କୁ ଦେଖା ଦେଉ ନ ଥିଲେ କିମ୍ୱା ସେମାନଙ୍କ ସଙ୍ଗେ କଥାଭାଷା କରୁ ନ ଥିଲେ; ଏ ସବୁ ମାଇନ ପ୍ରଥା ପାଶ୍ଚାତ୍ୟ ଶିକ୍ଷା ଓ ଦୀକ୍ଷା ପ୍ରଭାବରୂ ସମାଜରପ କମି ଗଲାଣି ]