Jump to content

ମାଇପ

ଉଇକିଅଭିଧାନ‌ରୁ

ମାଇପ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମିଣିପ—ଅନ୍ୟରୂପ)

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ମାତୃ; ମାତୃକା; ପ୍ର. ମାଇଆ)

[ସମ୍ପାଦନା]
୧. ସ୍ତ୍ରୀ; ଭାର୍ଯ୍ୟା —୧. Wife.

[ ତାଙ୍କମାନଙ୍କର ତ ମାଇପକୁ ଆମ୍ଭେ, ଯେତେ କ୍ଳେଶ ଦେଲୁଁ ତା ଜାଣିଅଛ ତୁମ୍ଭେ କୃଷ୍ଣସିଂହ ମହାଭାରତ ସିଭା

[ଦ୍ରଷ୍ଟବ୍ୟ —ମାଇପ ଆଗରେ ପାଇକପଣ କାଢୢବା ନ୍ୟାୟ— ଭୀରୁ ବ୍ୟକ୍ତି ଆପଣା ସ୍ତ୍ରୀ ଆଗରେ ମୁହଁରେ ବୀରତ୍ୱ ପ୍ରକାଶ କରିବା କିନ୍ତୁ କାର୍ଯ୍ୟକ୍ଷେତ୍ରରେ ଭୀରୁତା ଦେଖାଇବା ଘଟନାରେ ଏ ତଗ ବୋଲାଯଏ

ଏହି ଶବ୍ଦ ଅନ୍ୟ ଶବ୍ଦମାନଙ୍କ ପରେ ମଧ୍ୟ ଲାଗେ; ଯଥା— ଅମନୀ ମାଇପ,କନ୍ୟା ମାଇପ, ଟୋକୀ ମାଇପ, ଥୋଈ ବା ଥୋଇଲୀ ମାଇପ, ଦୁତିଆ ମାଇପ, ପୋଇଲୀ ମାଇପ, ବାଞ୍ଚା ମାଇପ, ବୁଢ଼ୀମାଇପ, ମନର ମାଇପ, ରଖେଈ ମାଇପ ଇତ୍ୟାଦି

ମାଇପ ଶବ୍ଦ ପୂର୍ବରେ ଉକ୍ତ କେତେ ବିଶେଷଣ ପ୍ରୟୋଗ ନିମ୍ନଲିଖିତ ତଗରେ ଦେଖାଯାଏ ଯଥା—'ଅମନୀ ମାଇପ ମନ କରିଛି, ମନର ମାଇପ ଶେଜ ପାରିଛି, ଥୋଈ ମାଇପର ପାଳି, କନିଆଁ ମାଇପ, ବନ୍ଦାପନା ଦିନ, ଗେରସ୍ତ ବସିଛି ଭାଳି' ମାଇପ ଶଦ୍ଦ ଭାର୍ଯ୍ୟ ଅର୍ଥରେ ଓ ମାଇପୀ ବା ମାଇ ପେ ଶଦ୍ଦ ସାଧାରଣ ସ୍ତ୍ରୀ ବା ସ୍ତ୍ରୀ ଜାତି ଅର୍ଥରେ ବ୍ୟବହୃତ ହୁଏ ]